ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଆଗକୁ ଆସୁଛି ପାର୍ବଣ ଋତୁ । ସଂକ୍ରମଣ ଠୁ ବଞ୍ଚିବା ପାଇଁ ଗୁରୁବାର ଏକ ଜନ ଆନ୍ଦୋଳନ ଅଭିଯାନ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପର୍ବପର୍ବାଣୀ ଓ ଥଣ୍ଡା ଜ୍ବରର ସମୟକୁ ଦୃଷ୍ଟିରେ ରଖି ଟ୍ବିଟର ମାଧ୍ୟମରେ ଏହି ଅଭିଯାନ ଆରମ୍ଭ ହେବ ।
ପ୍ରଧାନମନ୍ତ୍ରୀଙ୍କ ଅନୁଯାୟୀ ଆଗକୁ ପାର୍ବଣ ଋତୁ ଆସୁଛି । ଏପରିସ୍ଥିତିରେ କୋରୋନା ସଂକ୍ରମଣ ମାମଲା ନବଢୁ ଏଥିପାଇଁ ସତର୍କତା ଅବଲମ୍ବନ କରିବା ଅଧିକ ଜରୁରୀ । ଜନସାଧାରଣଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ପିଏମ ମୋଦି ଏହି ଅଭିଯାନ ଆରମ୍ଭ କରିବେ। ଏଥିପାଇଁ ଏକ ଟ୍ବିଟ ମାଧ୍ୟମରେ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା, ହାତର ସ୍ବଚ୍ଛତା ବଜାୟ ରଖିବା ଭଳି ପ୍ରମୁଖ ବାର୍ତ୍ତା ସହିତ ସ୍ବଳ୍ପ ମୂଲ୍ୟର ପ୍ରଭାବଶାଳୀ ଅଭିଯାନ ଆରମ୍ଭ କରିବାକୁ ଲୋକଙ୍କୁ ଅନୁରୋଧ କରିବେ।