ETV Bharat / bharat

ଆଜି ମୋଦି-ମୋରିସନ ଭର୍ଚୁଆଲ୍ ସମିଟ, ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହ ଆଲୋଚନା କରିବେ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଏହି ଭର୍ଚୁଆଲ୍ ସମିଟରେ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହେବ । ଅଧିକ ପଢନ୍ତୁ...

ଆଜି ମୋଦି-ମୋରିସନ ଭର୍ଚୁଆଲ୍ ସମିଟ, ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା
ଆଜି ମୋଦି-ମୋରିସନ ଭର୍ଚୁଆଲ୍ ସମିଟ, ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା
author img

By

Published : Jun 4, 2020, 9:08 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହ ଆଲୋଚନା କରିବେ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଏହି ଭର୍ଚୁଆଲ୍ ସମିଟରେ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହେବ ।

ଚଳିତ ବର୍ଷ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଭାରତ ଗସ୍ତ ପାଇଁ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିଲାବେଳେ କୋରୋନା ପାଇଁ ଏହି ଗସ୍ତ ହୋଇପାରି ନାହିଁ । ତେଣୁ ଉଭୟ ପକ୍ଷରୁ ଏକ ଭର୍ଚୁଆଲ ସମିଟ ଆୟୋଜନ କରିବାକୁ ମଧ୍ୟ ସହମତି ହୋଇଛି । ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦ୍ବିପାକ୍ଷିକ ଭର୍ଚୁଆଲ ଶିଖର ସମ୍ମିଳନୀର ଆୟୋଜନ କରିବେ । ଏହା ଅଷ୍ଟ୍ରେଲିଆ ସହିତ ସମ୍ପର୍କକୁ ମଜବୁତ କରିବା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ।

ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ସମୟରେ ଦ୍ବିପାକ୍ଷିକ ସମ୍ପର୍କର ସକରାତ୍ମକ ଦିଗ ଉପରେ ଧ୍ୟାନ ଦିଆଯିବ । ଉଭୟ ଦେଶର ପ୍ରଧାନମନ୍ତ୍ରୀ ପୂର୍ବରୁ ବହୁପକ୍ଷୀୟ ବୈଠକରେ ଚାରିଥର ସାକ୍ଷାତ କରିସାରିଥିବା ସୂତ୍ର ପ୍ରକାଶ କରିଛନ୍ତି ।

ଭଭୟ ଦେଶ ମଧ୍ୟରେ ଉତ୍ତମ ସଂପର୍କ ପାଇଁ ଭର୍ଚୁଆଲ ଶିଖର ସମ୍ମିଳନୀ ଏକ ସୁଯୋଗ ହେବ । ସେହିପରି କୋରୋନା ମହାମାରୀ ଉପରେ ସେମାନଙ୍କର ପଦକ୍ଷେପ ସଂପର୍କରେ ଆଲୋଚନା କରାଯିବାର ସମ୍ଭାବନା ରହିଛି । ସେହିପରି ଅନେକ ଅଧିକାରୀଙ୍କ ଉପସ୍ଥିତିରେ ବିଭିନ୍ନ କ୍ଷେତ୍ରରେ ଏମଓୟୁ ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି ।

ଗତ ଦେଢ ବର୍ଷ ମଧ୍ୟରେ ମୋଦି ଓ ମୋରିସନ ଚାରିଥର ସାକ୍ଷାତ କରିଛନ୍ତି । 2018 ନଭେମ୍ବରରେ ସିଙ୍ଗାପୁରରେ ପୂର୍ବ ଏସିଆ ଶିଖର ସମ୍ମିଳନୀ ସମେତ2019 ଜୁନରେ ଓସାକା ଜି-20, 2019 ଅଗଷ୍ଟରେ ବ୍ରିଜରେ G7 ସମ୍ମିଳନୀ ଓ ସେହିପରି 2019 ନଭେମ୍ବରରେ ବ୍ୟାଙ୍କକରେ ଅନୁଷ୍ଠିତ ପୂର୍ବ ଏସିଆ ସମ୍ମିଳନୀରେ ଉଭୟ ଭେଟିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.