ନୂଆଦିଲ୍ଲୀ: ବ୍ରାଜିଲରେ 13-14 ନଭେମ୍ବରରେ 11ତମ ବ୍ରିକ୍ସ ସମ୍ମିଳନୀରେ ବୁଧବାର ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ଦିନ ମୋଦି ଦ୍ବିପାକ୍ଷିକ ଆଲୋଚନାରେ ଭାଗ ନେବେ ।
13 ନଭେମ୍ବରର ଅପରାହ୍ନ ପରେ ଚୀନର ରାଷ୍ଟ୍ରପତି ଜିନପିଙ୍ଗକୁ ଦେଖାକରିବେ । ଭାରତର ମହାବଲିପୁରମରେ ସାକ୍ଷାତକାରର ପ୍ରାୟ ମାସେ ପରେ ପୁଣି ଥିରେ ଦୁଇ ରାଜନେତା ସାକ୍ଷାତକାର କରିବେ । ସାକ୍ଷାତାକାରରେ ଆରସିଇପିର ତିକ୍ତତାକୁ କମ୍ କରିବାକୁ ଚେଷ୍ଟା କରିବେ ଦୁଇ ନେତା । ପ୍ରକାଶଥାଉକି, ଗତ ଥାଇଲାଣ୍ଡ ଗସ୍ତରେ ମୋଦି ଆରସିଇପି ସମ୍ମିଳନୀରେ ଯୋଗ ଦେବାକୁ ମନା କରିଦେଇଥିଲେ । ଅରସିଇପିରେ ଚୀନ ସମେତ ଅନ୍ୟ ବହୁ ରାଷ୍ଟ୍ର ମଧ୍ୟ ଯୋଗ ଦେଇଛି ।
ଏହାପରେ ରୁଷରେ ରାଷ୍ଟ୍ରପତି ପୁତିନ୍ ଓ ବ୍ରାଜିଲର ରାଷ୍ଟ୍ରପତି ଜେର ମୋସିୟସ ବୋଲସୋନାରୋଙ୍କୁ ଦେଖାକରିବେ । ଭାରତ ଓ ବ୍ରାଜିଲ ମଧ୍ୟରେ ସହଯୋଗର ଅନେକ ସମ୍ଭାବନା ରହିଛି । ଦୁଇ ଦେଶ ମଧ୍ୟରେ କୃଷି, ସୁରକ୍ଷା, ବ୍ୟବସାୟ ଆଦି ବଢିବାକୁ ଲାଗିଛି ।
ତେବେ ନଭେମ୍ବର 14 ବ୍ରିକ୍ସ ସମ୍ମିଳନୀ ପାଇଁ ଗୁରୁତ୍ବପୂର୍ଣ୍ଣ ଦିବସ । ଆରମ୍ଭରେ ନେତାଙ୍କ ଫଟୋଗ୍ରାଫ ଓ ରେଷ୍ଟ୍ରିକେଟ୍ ବୈଠକ ଅନୁଷ୍ଠିତ ହେବ । ଏଥିରେ ଭାରତ, ବ୍ରାଜିଲ, ଚୀନ, ରୁଷ, ଦକ୍ଷୀଣ ଆଫ୍ରିକାର ନେତା ମାନଙ୍କ ମଧ୍ୟରେ କଥାବାର୍ତ୍ତା ହେବା ସହ ପରସ୍ପର ମଧ୍ୟରେ ବାଣିଜ୍ୟକୁ ସୁ-ଦୃଢ କରିବାକୁ ଚେଷ୍ଟା କରାଯିବ ।
ଏହି ସମୟରେ ଇନୋଭେସନ ବ୍ରିକ୍ସ ନେଟୱାର୍କ ମଧ୍ୟ ଉଦଘାଟନ କରାଯିବ । ଏହି ନେଟୱାର୍କ ଜରିଆରେ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ସାଇନ୍ସ ପାର୍କ ଆଦି ଯୋଡି ହେବ । ଏହାସହ ଏହି ନେଟୱାର୍କ ବ୍ରିକ୍ସ ଦେଶ ମାନଙ୍କ ଭବିଷ୍ୟତ ଉଦ୍ୟୋଗୀକରଣ, ଟେକନୋଲୋଜି ଓ ନୂଆ ରିସର୍ଚ୍ଚ ପ୍ରତି ଧ୍ୟାନ ଦିଆଯିବ ।
13 ନଭେମ୍ବରର କାର୍ଯ୍ୟକ୍ରମ ସୂଚୀ:-(ଭାରତୀୟ ସମୟାନୁସାରେ)
ରାତି 10.30- ରୁଷ ରାଷ୍ଟ୍ରପତିଙ୍କ ସହ ସାକ୍ଷାତକାର
ରାତି 11.30- ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ସାକ୍ଷାତକାର
ରାତି 12.15- ଚୀନ ରାଷ୍ଟ୍ରପତିଙ୍କ ସହ ସାକ୍ଷାତକାର
ରାତି 1.45-ବ୍ରିକ୍ସ ବିଜନେସ୍ ଫୋରମ୍ କ୍ଲୋଜିଙ୍ଗ ସେରିମନି
ସକାଳ 4.30-ସାଂସ୍କୃତିକ କାର୍ଯ୍ୟକ୍ରମ
ସକାଳ 5.00- ବ୍ରାଜିଲ ରାଷ୍ଟ୍ରପତିଙ୍କ ଦ୍ବାରା ରାତ୍ରିଭୋଜନର ଆୟୋଜନ