ଲକ୍ଷ୍ନୌ: ଅଲୀଗଡ ମୁସଲିମ ବିଶ୍ବବିଦ୍ୟାଳୟର ଶତବାର୍ଷିକୀ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘ 56 ବର୍ଷ ପରେ ଦେଶର ପ୍ରଧାନମନ୍ତ୍ରୀ ଏଏମୟୁର କୌଣସି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ସକାଳ 10 ଟାରେ ଅନଲାଇନ ମାଧ୍ୟମରେ ସେ ଏହି ଉତ୍ସବରେ ଯୋଗ ଦେବେ । ଏହି ସମୟରେ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ମଧ୍ୟ ସାମିଲ ରହିବେ ।
ପ୍ରଥମ ଥର 1964 ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାବାଦୂର ଶାସ୍ତ୍ରୀ ଏଏମୟୁ ଯାଇଥିଲେ । ଲାଲ ବାହାଦୂର ଶାସ୍ତ୍ରୀ ଦିକ୍ଷାନ୍ତ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ ।
ଅଲୀଗଡ ମୁସଲିମ ବିଶ୍ବବିଦ୍ୟାଳୟ ପାଇଁ ଆଜି ଏକ ଐତିହାସିକ ଦିନ । ଏହି ଅବସରକୁ ସ୍ମରଣୀୟ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଡାକ ଟିକେଟ ଜାରି କରିବେ । ମୋଦି କାର୍ଯ୍ୟକ୍ରମକୁ ଉଦବୋଧନ ଦେବା ପରେ ସାର ସୟଦ ଏକାଡେମୀର ନିର୍ଦ୍ଦେଶକ ତଥା ଅଲ୍ଲୀ ମହମ୍ମଦ ନାକଭି ବିଶ୍ବବିଦ୍ୟାଳୟର 100 ବର୍ଷର ସଫଳତାକୁ ଉପସ୍ଥାପନା କରିବେ । ବିଶ୍ବବିଦ୍ୟାଳୟ ସଫଳତା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସମାରୋହକୁ ସମ୍ବୋଧିତ କରିବେ ।
ସେପଟେ, ପ୍ରଧାନମନ୍ତ୍ରୀ ମୋଦି ବିଶ୍ବବିଦ୍ୟାଳୟ ତରଫରୁ ନିମନ୍ତ୍ରଣ ରକ୍ଷା କରିଥିବାରୁ ଭିସି ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ