ETV Bharat / bharat

ଫିଲିପ୍ପାଇନ୍ସ ରାଷ୍ଟ୍ରପତିଙ୍କୁ କୋଭିଡ 19 ସହାୟତା ନେଇ ମୋଦିଙ୍କ ଆଶ୍ବାସନା - ଫିଲିପ୍ପାଇନ୍ସ ରାଷ୍ଟ୍ରପତିଙ୍କ ସହ ମୋଦିଙ୍କ କଥାବାର୍ତ୍ତା

ଇଣ୍ଡୋ-ପାସିଫିକରେ ଫିଲିପ୍ପାଇନ୍ସ-ଭାରତ ସମ୍ପର୍କ ମହତ୍ତବପୂର୍ଣ୍ଣ । ଉଭୟ ଦେଶ ମଧ୍ୟରେ ଥିବା ଉତ୍ତମ ସମ୍ପର୍କ ଯୋଗୁଁ ଆଜି ବିପଦ ସମୟରେ ପରସ୍ପରକୁ ସାହାଯ୍ୟ କରିଛନ୍ତି ବୋଲି ମୋଦି କହିଛନ୍ତି । ଅଧିକ ପଢନ୍ତୁ...

ଫିଲିପ୍ପାଇନ୍ସ ରାଷ୍ଟ୍ରପତିଙ୍କୁ କୋଭିଡ 19 ସହାୟତା ନେଇ ମୋଦିଙ୍କ ଆଶ୍ବାସନା

author img

By

Published : Jun 10, 2020, 1:30 AM IST

ନୂଆଦିଲ୍ଲୀ: ମଙ୍ଗଳବାର ଫିଲିପ୍ପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଭୟ ନେତା ନିଜ ନିଜ ଦେଶରେ କୋଭିଡ 19 ମୁକାବିଲା ଉପରେ ଆଲୋଚନା କରିଛନ୍ତି । ଏହି ଅବସରରେ ଫିଲିପ୍ପାଇନ୍ସକୁ ସମସ୍ତ ପ୍ରକାର କୋଭିଡ 19 ସହାୟତା ନେଇ ମୋଦି ଆଶ୍ବାସନା ଦେଇଛନ୍ତି ।

ଇଣ୍ଡୋ-ପାସିଫିକରେ ଫିଲିପ୍ପାଇନ୍ସ-ଭାରତ ସମ୍ପର୍କ ମହତ୍ତବପୂର୍ଣ୍ଣ । ଉଭୟ ଦେଶ ମଧ୍ୟରେ ଥିବା ଉତ୍ତମ ସମ୍ପର୍କ ଯୋଗୁଁ ଆଜି ବିପଦ ସମୟରେ ପରସ୍ପରକୁ ସାହାଯ୍ୟ କରିଛନ୍ତି ବୋଲି ମୋଦି କହିଛନ୍ତି । ଉଭୟ ରାଷ୍ଟ୍ର ନିଜ ନିଜ ଦେଶରେ ଫସିଥିବା ଅନ୍ୟ ଦେଶର ନାଗରିକଙ୍କ ଉପଯୁକ୍ତ ଯତ୍ନ ନେବା ସହ ସେମାନଙ୍କ ସମସ୍ୟାକୁ ସମାଧାନ କରିଛନ୍ତି । ଏଥିପାଇଁ ପରସ୍ପରକୁ 2 ନେତା ଧନ୍ୟବାଦ ଜଣାଇଥିବା ପିଏମଓ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।

ଏପରି ବିପଦ ସମୟରେ ଭାରତର ମେଡିକାଲ ସହାୟତା ପାଇଁ ଫିଲିପ୍ପାଇନ୍ସ ରାଷ୍ଟ୍ରପତି ମୋଦିଙ୍କୁ ପ୍ରଶଂସା କରିଥିଲେ । ଏହାସହ ମୋଦି ମଧ୍ୟ ମହାମାରୀ ମୁକାବିଲା ପାଇଁ ଭାରତ ସବୁ ପ୍ରକାର ସହାୟତା ଯୋଗାଇ ଦେବ ବୋଲି ଆଶ୍ବାସନା ଦେଇଥିଲେ । ଉଭୟ କୋରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ଏକାଠି ଏହାକୁ ମୁକାବିଲା କରିବାକୁ ଉଭୟ ନେତା ସମ୍ମତି ପ୍ରକାଶ କରିଥିଲେ ବୋଲି ପିଏମଓ ସୂଚନା ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.