ETV Bharat / bharat

ମୋତିହାରୀରେ ମୋଦିଙ୍କ ଟାର୍ଗେଟ, 'ଜଙ୍ଗଲବାଦ ସହ ସାମିଲ ହୋଇଛି ମାଓବାଦ' - ମୋତିହାରୀ ରାଲି

ଦ୍ବିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ମୋତିହାରୀରେ ନିଜର ତୃତୀୟ ରାଲିକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଜଙ୍ଗଲବାଦ ସହ ମାଓବାଦର ସମର୍ଥକ ମଧ୍ୟ ସାମିଲ ହୋଇଯାଇଥିବା ମୋଦି କହିଛନ୍ତି । ଅଧିକ ପଢନ୍ତୁ...

ମୋତିହାରୀରେ ମୋଦିଙ୍କ ଟାର୍ଗେଟ, ' ଜଙ୍ଗଲବାଦ ସହ ସାମିଲ ହୋଇଛି ମାଓବାଦ'

author img

By

Published : Nov 1, 2020, 3:54 PM IST

ପାଟନା: ବିହାରରେ ଦ୍ବିତୀୟ ମତଦାନ ପୂର୍ବରୁ ଏନଡିଏର ବିଜୟ ପାଇଁ ଜୋରସୋରରେ ପ୍ରଚାର ଅଭିଯାନ ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କ୍ରମରେ ରବିବାର ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ମୋତିହାରୀରେ ନିଜର ତୃତୀୟ ରାଲିକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଜନସଭାରେ ମୋଦି ଏନଡିଏ ସରକାରର ବିକାଶର ଚିଠା ଖୋଲିଥିବା ବେଳେ ଆରଜେଡି ଶାସନ କାଳକୁ ଜଙ୍ଗଲରାଜ ସହ କରିଛନ୍ତି ତୁଳନା ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦିଲ୍ଲୀରେ ବସିଥିବା ରାଜନୈତିକ ପଣ୍ଡିତ ଯଦି ଥରେ ବିହାରର ଏହି ଦୃଶ୍ୟ ଦେଖନ୍ତି, ତାହେଲେ 10 ତାରିଖ କଣ ହେବ ତାହା ସ୍ପଷ୍ଟ ଭାବରେ ବୁଝିଯିବେ । ମୋଦି କହିଛନ୍ତି ନଭେମ୍ବର 10ରେ ବିହାରରେ ଏନଡିଏର ସରକାର ଗଠନ ହେବାକୁ ଯାଉଛି ଏବଂ ନିତିଶ କୁମାର ବିହାରକୁ ବିକାଶର ରାସ୍ତାରେ ନେଇଯିବା ପାଇଁ ପୂନର୍ବାର ମୁଖ୍ୟମନ୍ତ୍ରୀ ହେବେ ।

ମୋଦି କହିଛନ୍ତି, ଆଗରୁ ଅନେକ ଥର ଚମ୍ପାରଣ ଓ ମୋତିହାରୀ ଆସିଛି । ହେଲେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଆରମ୍ଭ ପରେ ପ୍ରଥମ ଥର ପାଇଁ ମୁଁ ଏଠିକାର ଜନସାଧାରଣଙ୍କ ପାଖକୁ ଆସିଛି । ତପ ଏବଂ ତପସ୍ୟାର ଲମ୍ବା ସମୟ ପରେ ଯେଉଁ ଅବସର ଆସିଛି, ଏଥିପାଇଁ ରାମାୟଣର ରଚନାସ୍ଥଳୀ ସହ ଯୋଡିହୋଇଥିବା ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ଆରଜେଡିକୁ ଟାର୍ଗେଟ କରି କହିଛନ୍ତି, ଜଙ୍ଗଲରାଜ କାଳରେ ଯେଉଁ ଉଦ୍ୟୋଗ, ଚିନିକଳ ଦଶକ ଦଶକ ଧରି ଚମ୍ପାରଣ ଓ ବିହାରର ଏକ ମହତ୍ବପୂର୍ଣ୍ଣ ଅଂଶ ରହିଆସିଥିଲା, ସେସବୁ ବନ୍ଦ ହୋଇଗଲା । ଏବେ ତ ଏହି ନିର୍ବାଚନରେ ଜଙ୍ଗଲବାଦ ସହ ମାଓବାଦର ସମର୍ଥକ ମଧ୍ୟ ସାମିଲ ହୋଇଯାଇଥିବା ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିହାରରେ ଆମର ଗରିବ ଭାଇ ଓ ଭଉଣୀମାନଙ୍କୁ ଆମେ କିପରି ସର୍ବାଧିକ ପକ୍କା ଘର ଦେଇପାରିବା ଏହା ଏନଡିଏର ଉଦ୍ୟମ। ଜଙ୍ଗଲ ରାଜ ଲୋକମାନେ କୋଷାଗାର କିପରି ଭରିବେ ସେଥିପାଇଁ ଚିନ୍ତିତ | ଆମର ପ୍ରାଥମିକତା ହେଉଛି ବିହାରର କୃଷକ, ଶ୍ରମିକମାନଙ୍କୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିପାରିବା । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯଦି ଜଙ୍ଗଲରାଜର ଲୋକମାନେ ଆପଣଙ୍କ ପାଇଁ କେବେ ଚିନ୍ତା କରିଥାନ୍ତେ, ତେବେ ବିହାର ବିକାଶ ଦୌଡ଼ରେ ଏତେ ପଛରେ ରହିନଥାନ୍ତା । ପ୍ରକୃତ କଥା ହେଉଛି ସେମାନେ ପୂର୍ବରୁ ଆପଣଙ୍କ ଚିନ୍ତା କରୁନଥିଲେ କିମ୍ବା ଆଜି ମଧ୍ୟ କରୁନାହାନ୍ତି । ସେମାନଙ୍କର ଚିନ୍ତା ଅନ୍ୟ କିଛି | ଜଙ୍ଗଲରାଜ ଲୋକମାନେ ସେମାନଙ୍କର ଅବୈଧ ସମ୍ପତ୍ତି କିପରି ଲୁଚାଇବେ ସେଥିପାଇଁ ଚିନ୍ତିତ ବୋଲି କହିଛନ୍ତି ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.