ETV Bharat / bharat

ଋଷରେ ବାଜପେୟୀଙ୍କୁ ମନେପକାଇଲେ ମୋଦି - ଭାରତ

20 ତମ ଭାରତ-ଋଷ ଶିଖର ସମ୍ମିଳନୀରେ ଭାଗନେବା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କୁ ମନେପକାଇଛନ୍ତି ମୋଦି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Sep 5, 2019, 2:48 PM IST

ନୂଆଦିଲ୍ଲୀ: ଦୁଇ ଦିନିଆ ଋଷ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରି ଜାତୀୟ ଓ ଅର୍ନ୍ତଜାତୀୟ ବିଷୟରେ ଆଲୋଚନା କରିଛନ୍ତି । ଏନେଇ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କୁ ମନେପକାଇଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, 2001ରେ ସେ ପ୍ରଥମ ଥର ପାଇଁ ପୁଟିନଙ୍କୁ ଭେଟିଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ ମସ୍କୋ ଆସିଥିଲେ । ସେହି ସମୟରେ ସେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ।

PM Modi
2019ରେ ଋଷରେ ରାଷ୍ଟ୍ରପତି ପୁତିନଙ୍କ ସହ ମୋଦିଙ୍କ ସାକ୍ଷାତକାର

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ପୁଟିନଙ୍କ କୌଣସି ବ୍ୟବହାର କିମ୍ବା କଥାବାର୍ତ୍ତାରୁ ମତେ ଅନୁଭବ ହୋଇନି ଯେ, ମୋର ମହତ୍ତ୍ବ କମ କି ମୁଁ ଛୋଟ ରାଜ୍ୟରୁ ଆସିଛି କିମ୍ବା ମୁଁ ନୂଆ । ସେ ମତେ ତାଙ୍କ ଏକ ଭଲ ବନ୍ଧୁ ପରି ଚର୍ଚ୍ଚା କରି ସମ୍ମାନ ଦେଇଛନ୍ତି । ଆମେ ଆମର ବୈଷୟିକ ଜ୍ଞାନ ଉପରେ ଆଲୋଚନା କରିଛୁ ।

PM Modi
2001ରେ ଅଟଳବିହାରୀ ବାଜପେୟୀଙ୍କ ସହ ଋଷରେ ମୋଦି

ଏହି ଘଟଣାକୁ ମନେପକାଇ ମୋଦି ଟ୍ବିଟରେ କିଛି ଫଟୋ ସେୟାର କରିଛନ୍ତି । କିଛି ଫଟୋ 2001 ମସିହାରେ ପୂର୍ବତନ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ସହ ଥିବାବେଳେ ଆଉ କିଛି 2019ର । ସେ ନିଜ ପୋଷ୍ଟରେ ଲେଖିଛନ୍ତି କିଛି ସ୍ମୃତି ଆଉ ବିତିଥିବା ଦିନ 2001 ଓ 2019ର । ଆଜି 20 ତମ ଭାରତ-ଋଷ ଶିଖର ସମ୍ମିଳନୀରେ ଭାଗନେବା ସମୟରେ 2001 ନଭେମ୍ବରରେ ଭାରତ-ଋଷ ଶିଖର ସମ୍ମିଳନୀ କଥା ମନେପଡିଗଲା । ସେହି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀ ମତେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ପ୍ରତିନିଧିମଣ୍ଡଳର ସଦସ୍ୟ କରିବା ନେଇ ସୁଯୋଗ ଓ ସମ୍ମାନ ଦେଇଥିଲେ ।

PM Modi
ଟ୍ବିଟ କରି ମନେପକାଇଲେ ପୂରଣା ଦିନ

ସୂଚନାମୁତାବକ, ବୁଧବାର ଭ୍ଲାଡିଭୋଷ୍ଟକ ଠାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ମୋଦି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ 15ଟି ଦ୍ବିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ହୋଇଛି।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.