ETV Bharat / bharat

ଗାନ୍ଧୀ@150: ‘ନ୍ୟୁୟର୍କ ଟାଇମ୍ସ’ରେ ମୋଦିଙ୍କ ଲେଖା, ଦେଲେ ଆଇନଷ୍ଟାଇନ ଚ୍ୟାଲେଞ୍ଜ - ନ୍ୟୁୟର୍କ ଟାଇମ୍ସରେ ଗାନ୍ଧୀଙ୍କ ଲେଖା

ମହାତ୍ମା ଗାନ୍ଧୀଙ୍କୁ ନେଇ ‘ନ୍ୟୁୟର୍କ ଟାଇମ୍ସ’ରେ ଏକ ଅଲେଖ୍ୟ ପ୍ରକାଶ କରିଛନ୍ତି ମୋଦି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Oct 2, 2019, 8:19 PM IST

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳୁଛି ସାରା ଦେଶ । ମହାତ୍ମାଙ୍କୁ ସ୍ମରଣାର୍ଥେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ବାପୁଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଦେଶବାସୀ । ଏହି ପବିତ୍ର ଅବସରରେ ମହାତ୍ମା ଗାନ୍ଧୀଙ୍କୁ ମନେ ପକାଇବା ସହ ‘ନ୍ୟୁୟର୍କ ଟାଇମ୍ସ’ରେ ଏକ ଅଲେଖ୍ୟ ପ୍ରକାଶ କରିଛନ୍ତି ମୋଦି । ଗାନ୍ଧୀଙ୍କୁ ମନେ ପକାଇ ଗାନ୍ଧୀ ‘ଆଇନଷ୍ଟାଇନ ଚ୍ୟାଲେଞ୍ଜ’କୁ ଉଲ୍ଲେଖ କରିଛନ୍ତି । ଏହି ଚ୍ୟାଲେଞ୍ଜ ଗ୍ରହଣ କରିଲେ ଆଗାମୀ ପିଢି ମହାତ୍ମାଙ୍କ ବିଚାରଧାରାକୁ ସ୍ମରଣ କରିବାରେ ସମର୍ଥନ ହୋଇ ପାରିବେ ।

ନ୍ୟୁୟର୍କ ଟାଇମ୍ସରେ ଗାନ୍ଧୀ ଜୟନ୍ତୀରେ ପ୍ରକାଶ ପାଇଥିବା ଲେଖାରେ ଗାନ୍ଧୀଙ୍କ ବିଚାର ଓ ଆଦର୍ଶକୁ ଅନୁଭବ କରି ସେତେବେଳେ ଆଇନଷ୍ଟାଇନ କହିଥିବା କଥାକୁ ଉଲ୍ଲେଖ କରିଛନ୍ତି । ଆଇନଷ୍ଟାଇନ କହିଥିଲେ ଯେ, ଆଉ ଦୁଇ ଶହ ବର୍ଷ ପରେ ଲୋକମାନେ ବିଶ୍ବାସ କରିବେନି ଯେ, ଗାନ୍ଧୀଙ୍କ ପରି ଜଣେ ହାଡ଼ ମାଂସଧାରୀ ଲୋକ ଧରାପୃଷ୍ଠରେ ଥିଲେ ବୋଲି ।

ଗାନ୍ଧୀଙ୍କ ବିଚାରଧାରାକୁ ପ୍ରସାରିତ କରିବା ପାଇଁ ‘ଆଇନଷ୍ଟାଇନ ଚ୍ୟାଲେଞ୍ଜ’ ବିଷୟରେ ଏହି ଲେଖାରେ ସ୍ଥାନିତ ହୋଇଛି । ଏଥିରେ ଗାନ୍ଧୀଙ୍କୁ ‘ବେଷ୍ଟ ଟିଚର’ ବୋଲି ସେ ଲେଖିଛନ୍ତି । ଲେଖାରେ ସେ ସାରା ବିଶ୍ବର ମହାନ ବୁଦ୍ଧିଜୀବୀ, ଉଦ୍ୟୋଗପତି, ବିଶ୍ବ ନେତୃବୃନ୍ଦଙ୍କୁ ଗାନ୍ଧୀ ବିଚାର ଧାରାକୁ ଆଗାମୀ ପିଢିଙ୍କ ପାଖରେ ଉପସ୍ଥାପନା କରିବା ପାଇଁ କହିଛନ୍ତି ।

ପିଏମ ମୋଦି ଏହି ଲେଖାରେ ମାର୍ଟିନ ଲୁଥର କିଙ୍ଗ ଜୁନିୟର, ନେଲସନ ମଣ୍ଡେଲା ଭାରତ ବିଷୟରେ କହିଥିବା କିଛି କଥାକୁ ଉଲ୍ଲେଖ କରିଥିଲେ । ଏତ୍‌ଦବ୍ୟତୀl ବିଶ୍ବରେ ଏହି ଶ୍ରେଷ୍ଠ ପରିବର୍ତ୍ତକ ଓ ସାମାଜିକ କର୍ମୀ ଗାନ୍ଧୀଙ୍କ ବିଷୟରେ କହିଥିବା ଅନେକ ବିଚାରଧାରାରୁ ଲେଖିଛନ୍ତି ।

ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଆଲେଖ୍ୟରେ ମୋଦି ଆହୁରି ଲେଖିଛନ୍ତି ଯେ, ଗାନ୍ଧୀଙ୍କ ପାଖରେ ସମସ୍ତ ସମସ୍ୟାର ସମାଧାନ ରହିଥିଲା । ଗାନ୍ଧୀ ଜଣେ ମହାନ ପଥ ପ୍ରଦର୍ଶକ ରହିବା ସହ ଜଣେ ଉତ୍ତମ ଶିକ୍ଷକ ଥିଲେ ବୋଲି ମୋଦି ଲେଖିଛନ୍ତି । ସ୍ଥାୟୀ ବିକାଶ ପଥରେ ଅଗ୍ରଗତି, ଆର୍ଥିକ ଆତ୍ମନିର୍ଭରଶୀଳତା ସୁନିଶ୍ଚିତ କରିବା ଦିଗରେ ଯେ କୌଣସି ଦ୍ବିଧାକୁ ସମାଧାନ କରିବାରେ ଗାନ୍ଧୀ ସିଦ୍ଧହସ୍ତ ଥିଲେ ବୋଲି ସେ ଲେଖିଛନ୍ତି । ଗାନ୍ଧୀଙ୍କ ପାଖରେ ସମସ୍ତ ସମସ୍ୟାର ସମାଧାନର ବାଟ ରହିଥିବା ଏହି ଆଲେଖ୍ୟରେ ମୋଦି ଲେଖିଛନ୍ତି ।

Intro:Body:

BLANK  FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.