ETV Bharat / bharat

ମୋଦି ବଖାଣିଲେ ସରକାରଙ୍କ 100 ଦିନର ସଫଳତା

author img

By

Published : Sep 8, 2019, 8:18 PM IST

ହରିୟାଣା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରୋହତକରେ ଆୟୋଜିତ ଏକ ସଭାରେ ବିଜେପି  ସରକାରଙ୍କ ଶହେ ଦିନର ସଫଳତା ବିଷୟରେ  ଲୋକଙ୍କୁ ଜଣାଇଛନ୍ତି ମୋଦି ।

ଫାଇଲ ଫଟୋ

ଚଣ୍ଡିଗଡ: ଏନଡିଏ ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରାରମ୍ଭିକ 100 ଦିନ ବିକାଶ, ବିଶ୍ବାସ ଏବଂ ଚ୍ୟାଲେଞ୍ଜିଂ ଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ହରିୟାଣା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରୋହତକରେ ଆୟୋଜିତ ଏକ ସଭାରେ ବିଜେପି ସରକାରଙ୍କ ଶହେ ଦିନର ସଫଳତା ବିଷୟରେ ଲୋକଙ୍କୁ ଜଣାଇଛନ୍ତି ମୋଦି ।

ଏହି 100 ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ କୃଷି ଏବଂ ଜାତୀୟ ସୁରକ୍ଷା କ୍ଷେତ୍ରରେ ନିଆଯାଇଥିବା ନିଷ୍ପତ୍ତି ସାମିଲ ଅଛି । ତେବେ ମୋଦିଙ୍କ ଏହି ନିଷ୍ପତ୍ତି ପାଇଁ ଦେଶର 130 କୋଟି ଜନତା ତାଙ୍କୁ ପ୍ରେରଣା ଦେଇଥିବା ସେ କହିଛନ୍ତି । ଗତ ୬୦ ବର୍ଷ ଧରି ସଂସଦରେ ହୋଇ ନ ଥିବା କାମ ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ଶହେ ଦିନରେ ସମ୍ଭବ ହୋଇ ପାରିଛି ବୋଲି କହିଛନ୍ତି ମୋଦି ।

ସେଠାରେ ସେ ଇସ୍ରୋର ପ୍ରସଂଶାରେ କହିଛନ୍ତି, ସେପ୍ଟେମ୍ବର ୭ ବିଳମ୍ବିତ ରାତି ୧ ଟା ୫୦ ମିନିଟ୍‌ରେ ପୁରା ଦେଶ ଟିଭି ସାମ୍ନାରେ ବସି ଚନ୍ଦ୍ରଯାନ-2 ମିଶନ ଦେଖୁଥିଲା । ଏହି ୧୦୦ ସେକେଣ୍ଡ ସମ୍ପୂର୍ଣ୍ଣ ଦେଶକୁ ଜାଗୃତ କରାଇ ଦେଇଥିଲା । ସେହି ୧୦୦ ସେକେଣ୍ଡ ଦେଶକୁ ଯୋଡ଼ି ଦେଲା । ଏବେ ଭାରତୀୟଙ୍କ ମୁହଁରେ କେବଳ ଇସ୍ରୋର ପ୍ରସଂଶା ବୋଲି ସେ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.