ETV Bharat / bharat

କୋରୋନା ସହ ଲଢେଇ ପାଇଁ ସାର୍କ ରାଷ୍ଟ୍ର ସମୂହଙ୍କୁ ମୋଦିଙ୍କ ମନ୍ତ୍ର - ସାର୍କ ରାଷ୍ଟ୍ର ସମୂହଙ୍କୁ ମୋଦିଙ୍କ ମୋଦିଙ୍କ ମନ୍ତ୍ର

କୋରୋନା ପାଇଁ ସାର୍କ ଦେଶର ଭିଡିଓ କନଫରେନ୍ସିଂ ସମ୍ମିଳନୀ । ଭାଇରସ ସହ ଲଢେଇ ପାଇଁ ସାର୍କ ରାଷ୍ଟ୍ର ସମୂହଙ୍କୁ ମନ୍ତ୍ର ଦେଲେ ମୋଦି । ଅଧିକ ପଢନ୍ତୁ...

କୋରୋନା ସହ ଲଢେଇ ପାଇଁ ସାର୍କ ରାଷ୍ଟ୍ର ସମୂହଙ୍କୁ ମୋଦିଙ୍କ ମୋଦିଙ୍କ ମନ୍ତ୍ର

author img

By

Published : Mar 15, 2020, 6:02 PM IST

Updated : Mar 16, 2020, 8:16 AM IST

ନୂଆଦିଲ୍ଲୀ: କୋରୋନାକୁ ନେଇ ସାରା ବିଶ୍ବ ଆତଙ୍କିତ । ଦେଶ ବିଦେଶରେ କୋରୋନାକୁ ମହାମାରୀ ଘୋଷଣା କରାଯାଇସାରିଛି । ଭାରତରେ ଏହାକୁ ରାଷ୍ଟ୍ରୀୟ ବିପର୍ଯ୍ୟୟ ଘୋଷଣା ହୋଇଛି । କୋରୋନା ସହ ଲଢେଇ ପାଇଁ ନିଜେ ପ୍ରଧାନମନ୍ତ୍ରୀ ମୋଦି ଦେଶ ତଥା ବିଶ୍ବସ୍ତରରେ ଅଭିଯାନ ଆରମ୍ଭ କରିଛନ୍ତି । କୋରୋନାକୁ ନେଇ ମୋଦି ରବିବାର ରାଷ୍ଟ୍ରସମୂହଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଏହି ଭିଡିଓ କନଫରେନ୍ସିଂ ସମ୍ମିଳନୀରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବାୟା ରାଜପକ୍ଷ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା, ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଗନୀ, ମାଲଦୀପ ରାଷ୍ଟ୍ରପତି ଇବ୍ରାହିମ ସୋଲୀ, ଭୂଟାନର ପ୍ରଧାନମନ୍ତ୍ରୀ ଓ ନେପାଳର ପ୍ରଧାନମନ୍ତ୍ରୀ ମଧ୍ୟ ସାମିଲ ରହିଛନ୍ତି ।

କୋରୋନାଠୁ ଭୟ କରିବାର ନୁହେଁ ବରଂ ଏହି ସମୟରେ ଏକଜୁଟ ହୋଇ ଲଢିବାର ସମୟ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ମୋଦି କହିଛନ୍ତି ଯେ ସାର୍କ ଦେଶଗୁଡିକୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ସାର୍କ ଦେଶଗୁଡିକରେ 150ରୁ କମ ମାମଲା ଏଯାଏଁ ସାମ୍ନାକୁ ଆସିଛି । କୋରୋନାକୁ ନେଇ ଭାରତରେ ସଚେତନତା ଅଭିଯାନ ଚଳାଯାଉଛି । କୋରୋନାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମହାମାରୀ ଘୋଷଣା କରିଛି । ତେଣୁ କୋରୋନାଠୁ ସାବଧାନ ତଥା ସତର୍କତା ରହିବାର ଆବଶ୍ୟକତା ରହିଛି । ଏହାସହ ମୋଦି କହିଛନ୍ତି, ଭାରତର ମନ୍ତ୍ର ରହିଛି ଯେ ପ୍ରସ୍ତୁତ ରୁହନ୍ତୁ, କିନ୍ତୁ ଭୟ କରନ୍ତୁ ନାହିଁ । ଏହି ମନ୍ତ୍ର ଦ୍ବାରା କୋରୋନା ଭାଇରସ ସହ ମୁକାବିଲା କରାଯାଇ ପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 16, 2020, 8:16 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.