ETV Bharat / bharat

ମରିସସ୍‌ ସୁପ୍ରିମକୋର୍ଟର ନୂଆ କୋଠା ଉଦଘାଟନ କରିବେ ମୋଦି

author img

By

Published : Jul 30, 2020, 9:49 AM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରଭିନ୍ଦ ଜଗନ୍ନାଥ ଆଜି ମରିସସ୍‌ ସୁପ୍ରିମକୋର୍ଟର ନୂଆ କୋଠା ଉଦଘାଟନ କରିବେ । ଅଧିକ ପଢନ୍ତୁ...

ମରିସସ୍‌ ସୁପ୍ରିମକୋର୍ଟର ନୂଆ କୋଠା ଉଦଘାଟନ କରିବେ ମୋଦି
ମରିସସ୍‌ ସୁପ୍ରିମକୋର୍ଟର ନୂଆ କୋଠା ଉଦଘାଟନ କରିବେ ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସ୍‌ ସୁପ୍ରିମକୋର୍ଟର ନୂଆ କୋଠା ଉଦଘାଟନ କରିବେ । ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରଭିନ୍ଦ ଜଗନ୍ନାଥ ସହିତ ମିଳିତ ଭାବେ ମୋଦି ଏହାକୁ ଆଜି ପୂର୍ବାହ୍ନ 12ରେ ଉଦଘାଟନ କରିବେ ।

ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିବେ । ଏହି ଉଦଘାଟନ ଉତ୍ସବରେ ଉଭୟ ଦେଶର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ସାମିଲ ରହିବେ । ତେବେ ଏନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଦୁଇ ଦେଶର ବନ୍ଧୁତ୍ବର ଆଉ ଏକ ଉଦାହରଣ ବୋଲି ସେ କହିଛନ୍ତି ।

ତେବେ ଭାରତୀୟ ଅନୁଦାନ ସହାୟତାରେ ଏହି କୋଠା ନିର୍ମାଣ କରାଯାଇଥିବା ଜଣାପଡିଛି । ଏହି କୋଠାଟି 2016 ମସିହାରୁ ମରିସସରେ ଭାରତ ସହାୟତାରେ ତିଆରି ହେଉଥିବା 5ଟି ପ୍ରକଳ୍ପ ମଧ୍ୟରୁ ଗୋଟିଏ ।

ଏହି କୋଠାଟି ସମୟ ପୂର୍ବରୁ ଓ ଧାର୍ଯ୍ୟ ଖର୍ଚ୍ଚ ଠାରୁ କମରେ ହୋଇଥିବା ଜଣାପଡିଛି । 4700 ବର୍ଗ ମିଟର ଅଞ୍ଚଳରେ 10 ମହଲା ବିଶିଷ୍ଟ ଏହି କୋଠା ତିଆରି ହୋଇଛି ।

ସୂଚନାଥାଉକି, ପୂର୍ବରୁ 2019 ମସିହାରେ ଉଭୟ ପ୍ରଧାନମନ୍ତ୍ରୀ ମିଳିତ ଭାବେ ମରିସସର ଫେଜ-1 ମେଟ୍ରୋ ଏକ୍ସପ୍ରେସ ପ୍ରୋଜେକ୍ଟ ଓ ଇଏନଟି ହସ୍ପିଟାଲ ପ୍ରୋଜେକ୍ଟର ଉଦଘାଟନ କରିଥିଲେ । ଯେଉଁଥିରେ ଇଏନଟି ହସ୍ପିଟାଲରେ 100 ଶର୍ଯ୍ୟା ରହିଥିବାବେଳେ ଫେଜ-1ରେ 12 କିଲୋମିଟର ମେଟ୍ରୋ ଲାଇନ କାମ ସରିଛି । ଏବେ ଫେଜ-2ରେ 14 କିମି ମେଟ୍ରୋ ଲାଇନ କାମ ଚାଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.