ETV Bharat / bharat

ଉତ୍ତରାଖଣ୍ଡରେ 'ନମାମି ଗଙ୍ଗେ' ପ୍ରକଳ୍ପର ଲୋକାର୍ପଣ, କୃଷି ଆଇନ ଉପରେ ବୟାନ ଦେଲେ ମୋଦି

'ନମାମି ଗଙ୍ଗେ' ପ୍ରକଳ୍ପ ଅନ୍ତର୍ଗତ 6 ମେଗା ପ୍ରକଳ୍ପର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି । କୃଷି ଆଇନକୁ ବିରୋଧ କରୁଥିବା ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

author img

By

Published : Sep 29, 2020, 6:09 PM IST

ଉତ୍ତରାଖଣ୍ଡରେ 'ନମାମି ଗଙ୍ଗେ' ପ୍ରକଳ୍ପର ଲୋକାର୍ପଣ, କୃଷି ଆଇନ ଉପରେ ବୟାନ ଦେଲେ ମୋଦି
ଉତ୍ତରାଖଣ୍ଡରେ 'ନମାମି ଗଙ୍ଗେ' ପ୍ରକଳ୍ପର ଲୋକାର୍ପଣ, କୃଷି ଆଇନ ଉପରେ ବୟାନ ଦେଲେ ମୋଦି

ନୂଆଦିଲ୍ଲୀ: 'ନମାମି ଗଙ୍ଗେ' ପ୍ରକଳ୍ପ ଅନ୍ତର୍ଗତ ଉତ୍ତରାଖଣ୍ଡର ହରିଦ୍ବାର, ଋଷିକେଶ ଓ ବଦ୍ରୀନାଥରେ ଏସଟିପିର ଡିଜିଟାଲ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ସେ ହରିଦ୍ବାରର ଚଣ୍ଡିଘାଟରେ ନିର୍ମିତ ଗଙ୍ଗା ଅବଲୋକନ ସଂଗ୍ରହାଳୟର ମଧ୍ୟ ଲୋକାର୍ପଣ କରିଛନ୍ତି । ଏହି ଅବସରରେ କୃଷି ଆଇନକୁ ନେଇ ଅନେକ ମହତ୍ବପୂର୍ଣ୍ଣ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ।

କୃଷି ଆଇନକୁ ବିରୋଧ କରୁଥିବା ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି । ସେ କହିଛନ୍ତି, ଯେଉଁମାନେ କୃଷି ଆଇନକୁ ବିରୋଧ କରୁଛନ୍ତି ସେମାନେ ଚାହୁଁନାହାନ୍ତି ଯେ ଚାଷୀମାନଙ୍କୁ ଖୋଲା ବଜାରରେ ନିଜର ଉତ୍ପାଦ ବିକ୍ରି ପାଇଁ ସ୍ବତନ୍ତ୍ରତା ମିଳୁ । କୃଷି ଆଇନକୁ ବିରୋଧ କରୁଥିବା ଲୋକ ଚାଷୀଙ୍କ ବିରୋଧୀ ବୋଲି ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି ।

ପ୍ରତ୍ୟେକ୍ଷ ଭାବରେ ବିରୋଧୀ ଦଳଙ୍କ ନାଁ ନନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ବାମୀନାଥନ କମିଶନଙ୍କ ଇଚ୍ଛା ଅନୁଯାୟୀ ଏମଏସପି ଲାଗୁ କରିବାର କାର୍ଯ୍ୟ କେନ୍ଦ୍ର ସରକାର କରିଛନ୍ତି । ହେଲେ କିଛି ଲୋକ ଏମଏସପିକୁ ନେଇ ଚାଷୀଙ୍କ ମନରେ ଭ୍ରମ ସୃଷ୍ଟି କରୁଛନ୍ତି । ଦେଶରେ ଏଏସପି ରହିବ ଏବଂ ଯେକୌଣସି ସ୍ଥାନରେ ଚାଷୀ ନିଜର ଉତ୍ପାଦ ବିକ୍ରି କରିବାର ସ୍ବାଧିନତା ପାଇବ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.