ETV Bharat / bharat

ମୁମ୍ବାଇରେ 3ଟି ମେଟ୍ରୋଲାଇନର ଶିଳାନ୍ୟାସ କଲେ ମୋଦି - ମେଟ୍ରୋ ଷ୍ଟେସନର ଶିଳାନ୍ୟାସ କଲେ ମୋଦି

ମୁମ୍ବାଇରେ 19 ହଜାର କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ଅତ୍ୟାଧୁନିକ ମେଟ୍ରୋର 3ଟି ଲାଇନ ସମେତ ମେଟ୍ରୋ ଷ୍ଟେସନର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଫଟୋ ସୌଜନ୍ୟ: ଇଟିଭି ବ୍ୟୁରୋ
author img

By

Published : Sep 7, 2019, 2:44 PM IST

ମୁମ୍ବାଇ: ମୁମ୍ବାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତ୍ୟାଧୁନିକ ମେଟ୍ରୋର ଉଦଘାଟନ କରିଛନ୍ତି । ପ୍ରାୟ 19 ହଜାର କୋଟି ଟଙ୍କାର ପ୍ରସ୍ତୁତ ହେବାକୁ ଥିବା ଆଉ 3ଟି ମେଟ୍ରୋ ଲାଇନ 10, 11 ଓ 12ର ଶିଳାନ୍ୟାସ କରିଛନ୍ତି ମୋଦି। ଏହାସହିତ ମେଟ୍ରୋ ଭବନର ଭୂମିପୂଜା କରିବା ସହିତ ମେକ ଇନ ଇଣ୍ଡିଆ ଅନ୍ତର୍ଗତ ତିଆରି ହୋଇଥିବା ପ୍ରଥମ ମେଟ୍ରୋ କୋଚର ମଧ୍ୟ ଉଦଘାଟନ କରିଛନ୍ତି ।

PM Modi
ଫଟୋ ସୌଜନ୍ୟ: ଇଟିଭି ବ୍ୟୁରୋ

ମେଟ୍ରୋଲାଇନ 10 ପ୍ରାୟ 9.2 କିଲୋମିଟର ଲମ୍ବା ହେବ, ଯାହା ଗାୟମୁଖରୁ ଶିବାଜୀ ଚୌକ ପର୍ଯ୍ୟନ୍ତ ପ୍ରସାରିତ ହେବ । ଏଥିପାଇଁ ପ୍ରାୟ 4ହଜାର 476 କୋଟି ଟଙ୍କା ଧାର୍ଯ୍ୟ ହୋଇଛି । ସେହିପରି 11 ନମ୍ବର ମେଟ୍ରୋ ଲାଇନ 12.7 କିମି ଲମ୍ବା ରହିଛି, ଯାହା ବଡାଲାରୁ ସିଏସଏମଟି ପର୍ଯ୍ୟନ୍ତ ଯିବ । ଏଥିପାଇଁ 8 ହଜାର 739 କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବାବେଳେ ତୃତୀୟ ମେଟ୍ରୋ ଲାଇନ 12 ପାଇଁ 20.7 କିମି ଲମ୍ବା ରହିଛି । ଏଥିପାଇଁ 4 ହଜାର 132 କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି ।

PM Modi
ଫଟୋ ସୌଜନ୍ୟ: ଇଟିଭି ବ୍ୟୁରୋ

ପ୍ରଧାନମନ୍ତ୍ରୀ କାନ୍ଦିବଳୀର ବାନଣ୍ଡୋଙ୍ଗରୀ ମେଟ୍ରୋ ଷ୍ଟେସନ ନିର୍ମାଣ ହେବା ନେଇ ଶିଳାନ୍ୟାସ ମଧ୍ୟ କରିଛନ୍ତି । ଏହି ମେଟ୍ରୋ ଭବନ 32 ମହଲା ବିଶିଷ୍ଟ ହେବ । ତେବେ ମୁମ୍ବାଇରେ ପହଞ୍ଚିବା ପରେ ଏୟାରପୋର୍ଟ ପରେ ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମୋଦିଙ୍କୁ ସ୍ବାଗତ କରିଥିଲେ । ମେଟ୍ରୋ ଲାଇନର ଶିଳାନ୍ୟାସ ପୂର୍ବରୁ ମୋଦି ଗଜାନନଙ୍କ ପୂଜା କରିଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.