ETV Bharat / bharat

ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧.୭୫ ଲକ୍ଷ ଘର ଉଦଘାଟନ କଲେ ମୋଦି

author img

By

Published : Sep 12, 2020, 3:21 PM IST

ଆଜି ମଧ୍ୟପ୍ରଦେଶର 12 ହଜାର ଗାଁରେ 1.75 ଲକ୍ଷ ଘର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନା ମହାମାରୀ ସତ୍ତ୍ବେ ଭିଡିଓ କଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ଗ୍ରାମୀଣ ଅଧିନରେ 1.75 ଲକ୍ଷ ଗୃହର ଉଦଘାଟନ କରିଛନ୍ତି ମୋଦି । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧.୭୫ଲକ୍ଷ ଘର ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ: ଆଜି ମଧ୍ୟପ୍ରଦେଶର 12 ହଜାର ଗାଁରେ 1.75 ଲକ୍ଷ ଘର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନା ମହାମାରୀ ସତ୍ତ୍ବେ ଭିଡିଓ କଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ଗ୍ରାମିଣ ଅଧିନରେ 1.75 ଲକ୍ଷ ଗୃହର ଉଦଘାଟନ କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ‘ଗୃହ ପ୍ରବେଶ’ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସମସ୍ତ ଗୃହକୁ ଏକକାଳୀନ ଉଦ୍ଘାଟନ କରିଥିଲେ। ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଧର, ସିଙ୍ଗ୍ରାଉଲି ଏବଂ ଗ୍ୱାଲିଅର୍ ଜିଲ୍ଲାର କିଛି ହିତାଧିକାରୀଙ୍କ ସହ ମଧ୍ୟ କଥା ହୋଇଥିଲେ ।

ବର୍ତ୍ତମାନର ଚ୍ୟାଲେଞ୍ଜିଂ COVID-19 ମହାମାରୀ ସମୟରେ ଏହି ସମସ୍ତ ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏହି କାର୍ଯ୍ୟକ୍ରମ 16,440 ଗ୍ରାମ ପଞ୍ଚାୟତ ଏବଂ 26,548 ଗାଁରେ ସିଧା ପ୍ରସାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଶୁଣିବା ପାଇଁ ପ୍ରାୟ 1 କୋଟି 25 ଜଣ ପଞ୍ଜୀକୃତ କରିଥିଲେ । କୋରୋନା ମହାମାରୀ ସମୟରେ ଏହି ଘର ମାତ୍ର 125 ଦିନ ପରିବର୍ତ୍ତେ, 35 - 40 ଦିନରେ କାର୍ଯ୍ୟ ସମାପ୍ତ ହୋଇଛି ବୋଲି ମୋଦି କହିଛନ୍ତି । ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅନେକ ହିତାଧିକାରୀଙ୍କ ସହ କଥା ହୋଇଥିବା ଜଣା ପଡ଼ିଛି।

ମଧ୍ୟପ୍ରଦେଶରେ ଅଦ୍ୟାବଧି ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ଗ୍ରାମିଣରୁ 17 ଲକ୍ଷ ଗରିବ ପରିବାର ଉପକୃତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅର୍ଥାତ୍ ସେପ୍ଟେମ୍ବର 17 ତାରିଖରୁ, ରାଜ୍ୟର 37 ଲକ୍ଷ ଗରିବ ଲୋକଙ୍କୁ ରାସନ ଅଧିକାର ସ୍ଲିପ୍ ବଣ୍ଟନ ଆରମ୍ଭ କରାଯିବ । ପ୍ରଧାନମନ୍ତ୍ରୀ 'ହାଉସିଂ ଫର ଅଲ ବାୟ 2022'ର ଏକ ସ୍ପଷ୍ଟ ଆହ୍ବାନ ଦେଇଥିଲେ, ଯେଉଁଥିପାଇଁ 20 ନଭେମ୍ବର, 2016 ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ଗ୍ରାମିଣ (PMAY-G) ର ଏକ ପ୍ରମୁଖ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅଧୀନରେ ସାରା ଦେଶରେ 1.14 କୋଟି ଘର ନିର୍ମାଣ ହୋଇସାରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.