ନୂଆଦିଲ୍ଲୀ: ଗାଁ ଗୁଡ଼ିକରେ ସମ୍ପତି ଓ ଜମିବାଡ଼ିକୁ ନେଇ ଝଗଡ଼ା ହେବା କିଛି ନୂଆ ଘଟଣା ନୁହେଁ । ଅନେକ ପରିବାରରେ ଜମିବାଡ଼ି ବିବାଦ ରହିଥାଏ । ତେବେ ଏବେ ଏହା ଉପରେ ଗୋଟିଏ ପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିବ । ପଞ୍ଚାୟତରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏଭଳି ଏକ ଯୋଜନାର ଶୁଭାରମ୍ଭ କରିଛନ୍ତି, ଯାହା ଆପଣଙ୍କୁ ଏଥିରୁ ଆଶ୍ୱସ୍ତି ଦେବ ।
ଶୁଭାରମ୍ଭ ହୋଇଛି ସ୍ୱାମୀତ୍ୱ ଯୋଜନା । ପ୍ରାରମ୍ଭିକ ପର୍ଯ୍ୟାୟରେ ୬ ରାଜ୍ୟ ପାଇଁ ଏହାକୁ ଶୁଭାରମ୍ଭ କରାଯାଇଛି । ଗାଁର ଲୋକଙ୍କୁ ସମ୍ପତି ବିବାଦରୁ ଏହା ରକ୍ଷା କରିପାରିବ । ଏହି ଯୋଜନା ଦ୍ୱାରା ଗାଁ ଲୋକଙ୍କ ଘର ଏବଂ ସମ୍ପତିକୁ ମ୍ୟାପିଂ କରାଯିବ । ଆଉ ଏଥିପାଇଁ ଅତ୍ୟାଧୁନିକ ଡ୍ରୋନର ବ୍ୟବହାର କରାଯିବ । ପ୍ରତ୍ୟେକ ସମ୍ପତିର ହିସାବ ନିକାଶ ହେବ । ସମ୍ପତିର ମାଲିକଙ୍କୁ ଏକ ପ୍ରମାଣପତ୍ର ମଧ୍ୟ ମିଳିବ । ସମ୍ପତିକୁ ନେଇ ବର୍ଷ ବର୍ଷ ଧରି ଯେଉଁ କଳହ ଲାଗି ରହିଥାଏ, ଏହି ଯୋଜନା ଦ୍ୱାରା ତାହା ବହୁତ କମିଯିବ ବୋଲି ମୋଦି କହିଛନ୍ତି । ସେହିପରି ଗାଁର ପ୍ଲାନିଂ ପାଇଁ ମଧ୍ୟ ଏହା ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ । ସହରର ଲୋକଙ୍କ ପରି ଗାଁ ଲୋକଙ୍କୁ ମଧ୍ୟ ଅତି ସହଜରେ ସମ୍ପତି ଲୋନ ମିଳିପାରିବ ।
ତେବେ ସ୍ୱାମୀତ୍ୱ ଯୋଜନା ବର୍ତ୍ତମାନ ୬ ରାଜ୍ୟ( ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ହରିଆଣା, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ)ରେ ଶୁଭାରମ୍ଭ ହୋଇଛି । ଏହାକୁ ଆମେ ଗୋଟିଏ ପ୍ରକାର ପାଇଲଟ ପ୍ରୋଜେକ୍ଟ କହିପାରିବା । ଏହି ରାଜ୍ୟ ଗୁଡ଼ିକରେ ଏହାର ସଫଳ ରୂପାୟନ ପରେ ସମସ୍ତ ରାଜ୍ୟରେ ଏହାର ଶୁଭାରମ୍ଭ କରାଯିବ ।
ସମ୍ପତିକୁ ନେଇ ଆଉ ହେବନି ଝଗଡ଼ା... - ସ୍ୱାମୀତ୍ୱ ଯୋଜନା
ପଞ୍ଚାୟତରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ଯୋଜନା । ଗାଁ ଗହଳିରେ ଜମିବାଡିକୁ ନେଇ ଆଉ ହେବନି ଝଗଡା । ଅଧିକ ପଢନ୍ତୁ...