ETV Bharat / bharat

ମୋଦିଙ୍କୁ ପୁଣି ଥରେ ବନ୍ଧୁ ଭାବେ ଅଭିହିତ କଲେ ଟ୍ରମ୍ପ, ଜାଣନ୍ତୁ କାହିଁକି

author img

By

Published : Jul 5, 2020, 7:40 AM IST

ମୋଦିଙ୍କୁ ପୁଣି ଥରେ ବନ୍ଧୁ ଭାବେ ଅଭିହିତ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଚ୍ଛା ପରେ ଟ୍ରମ୍ପଙ୍କ ପ୍ରତିକ୍ରିୟା ଥିଲା ’ଧନ୍ୟବାଦ ବନ୍ଧୁ’ । ଅଧିକ ପଢନ୍ତୁ...

ମୋଦିଙ୍କୁ ପୁଣି ଥରେ ବନ୍ଧୁ ଭାବେ ଅଭିହିତ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ସମେତ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାକୁ ନେଇ ଟ୍ରମ୍ପ ଗଭୀର ପ୍ରତିକ୍ରିୟା ଦେଇଛନ୍ତି । ଟ୍ରମ୍ପ ଟ୍ବିଟ କରି କହିଛନ୍ତି, ’ଧନ୍ୟବାଦ ମୋର ବନ୍ଧୁ’ । ଆମେରିକା ଭାରତକୁ ଭଲ ପାଏ ।

ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ସ୍ବାଧୀନତା ଦିବସରେ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇ ଏକ ଟ୍ବିଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ ଆମେରିକାର 244 ସ୍ବାଧୀନତା ଦିବସ ଉପଲକ୍ଷେ ଡୋନାଲ୍ଟ ଟ୍ରମ୍ପ ଓ ଆମେରିକାବାସୀଙ୍କୁ ଅଭିନନ୍ଦନ ଜଣାଉଛି । ଦୁନିଆର ସବୁଠୁ ବଡ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଆମେ ସ୍ୱାଧୀନତା ଏବଂ ମାନବ ଉଦ୍ୟୋଗକୁ ଗୁରୁତ୍ୱ ଦେଇ ଏହି ଦିନ ପାଳନ କରୁ । ଏହି ଟ୍ବିଟର ରିପ୍ଲାଏ ଦେଇ ଟ୍ରମ୍ପ କହିଥିଲେ ଧନ୍ୟବନ୍ଧୁ, ଆମେରିକା ଭାରତକୁ ଭଲ ପାଏ ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଏହି ଉତ୍ସବକୁ ଫିକା କରିଦେଇଛି କୋରୋନା । ସରକାର ପ୍ୟାରେଡ୍ ଏବଂ ଆତସବାଜି ଶୋ’କୁ ବାତିଲ କରିଛନ୍ତି । ଏହା ସହିତ ସମୁଦ୍ର କୂଳ ଏବଂ ବାରଗୁଡିକ ବନ୍ଦ ହୋଇଯାଇଛି ଯାହା ଦ୍ବାରା ଲୋକମାନେ ଘରୁ ବାହାରକୁ ବାହାରିବେ ନାହିଁ ।

ଭାରତ ପରି ଆମେରିକା ମଧ୍ୟ ବ୍ରିଟିଶ ସାମ୍ରାଜ୍ୟର ଅଧିନରେ ଥିଲା। ଆମେରିକାର ସ୍ୱାଧୀନତା ସଂଗ୍ରାମ 1765 ରୁ 1783 ପର୍ଯ୍ୟନ୍ତ ଚାଲିଥିଲା, ଜୁଲାଇ 4, 1776 ରେ ଆମେରିକା ସ୍ୱାଧୀନତା ଘୋଷଣା କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.