ETV Bharat / bharat

ସିଙ୍ଗାପୁରରେ ପିଏମ ଲି ସିଏନ ଲୁଙ୍ଗ୍‌ଙ୍କ ବିପୁଳ ବିଜୟ, ମୋଦି ଜଣାଇଲେ ଶୁଭେଚ୍ଛା - Singapore PM

ସିଙ୍ଗାପୁରରେ ହୋଇଥିବା ସାଧାରଣ ନିର୍ବାଚନରେ ବିପୁଳ ବହୁମତ ସହ ପୁଣିଥରେ ବିଜୟଲାଭ କରିଛି ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗଙ୍କ ପିପୁଲ୍ସ ଆକ୍ସନ ପାର୍ଟି । ପ୍ରଧାନମନ୍ତ୍ରୀ ମୋଦି ଜଣାଇଲେ ଶୁଭେଚ୍ଛା । ଅଧିକ ପଢନ୍ତୁ...

ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗ୍‌ଙ୍କ ପ୍ରଚଣ୍ଡ ବିଜୟ, ପିଏମ ମୋଦି ଜଣାଇଲେ ଶୁଭେଚ୍ଛା

author img

By

Published : Jul 11, 2020, 6:28 PM IST

ନୂଆଦିଲ୍ଲୀ: ସିଙ୍ଗାପୁରରେ ହୋଇଥିବା ସାଧାରଣ ନିର୍ବାଚନରେ ବହୁମତ ସହ ପୁଣିଥରେ ବିଜୟଲାଭ କରିଛି ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗଙ୍କ ପିପୁଲ୍ସ ଆକ୍ସନ ପାର୍ଟି । ଲୁଙ୍ଗଙ୍କ ଏହି ବିଜୟକୁ ନେଇ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ପ୍ରଧାନମନ୍ତ୍ରୀ ମୋଦି ସିଙ୍ଗାପୁର ଜନସାଧାରଣଙ୍କୁ ସେମାନଙ୍କର ଶାନ୍ତପୂର୍ଣ୍ଣ ଓ ସମୃଦ୍ଧ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଶୁକ୍ରବାର ସିଙ୍ଗାପୁରରେ ହୋଇଥିବା ସାଧାରଣ ନିର୍ବାଚନରେ ପିପୁଲ୍ସ ଆକ୍ସନ ପାର୍ଟି ମୋଟ 93ଟି ଆସନରୁ 83ଟି ଆସନରେ ବିଜୟଲାଭ କରି ପୂନର୍ବାର କ୍ଷମତାକୁ ଫେରି ରେକର୍ଡ ସୃଷ୍ଟି କରିଛି । ଏହି ବିପୁଳ ବିଜୟ ପରେ ଲି ସିଏନ ଲୁଙ୍ଗ ପୁଣି ଥରେ ପ୍ରଧାନମନ୍ତ୍ରୀ ଗାଦିରେ ବସିବାର ସୁଯୋଗ ପାଇଛନ୍ତି । ଅନ୍ୟପକ୍ଷେ ବିରୋଧି ଓ୍ବାର୍କର୍ସ ପାର୍ଟି ମାତ୍ର 10 ଆସନ ନିଜ ହାତକୁ ଆଣିବାରେ ସକ୍ଷମ ହୋଇଛି । ଅନ୍ୟପକ୍ଷେ ଲି'ଙ୍କ ସମେତ ଉପ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ହେଙ୍ଗ ସ୍ବୀ କିଟ ମଧ୍ୟ ଦ୍ବିତୀୟ ଥର ନିର୍ବାଚିତ ହୋଇଛନ୍ତି ।

କୋରୋନା ସଙ୍କଟ ମଧ୍ୟରେ ହୋଇଥିଲା ନିର୍ବାଚନ

ପାଖାପାଖି 27 ଲକ୍ଷ ସିଙ୍ଗାପୁରବାସୀ କୋରୋନା ସଙ୍କଟ ମଧ୍ୟରେ ହାତରେ ଗ୍ଲୋବ୍ସ ଓ ମୁହଁରେ ମାସ୍କ ପିନ୍ଧି ମଦଦାନ ଦେଇଥିଲେ । ସିଙ୍ଗାପୁର ସଂସଦର 93 ସିଟ ପାଇଁ 192ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ । ଦେଶ ସ୍ବାଧୀନ ହେବା ପର ଠୁ ହିଁ ପିଏପି ପୂର୍ଣ୍ଣ ବହୁମତ ସହ ଶାସନ କରିଆସୁଛି । ତେବେ କୋରୋନା ଭାଇରସର ସଙ୍କଟ ସତ୍ତ୍ବେ ପିଏପି ସମେତ 11 ଦଳ 9 ଦିନ ଯାଏଁ ପ୍ରଚାର କରିଥିଲେ ।

1950ରୁ ପିପୁଲ୍ସ ପାର୍ଟି ଜିତୁଛି ନର୍ବାଚନ

ବିଶ୍ବ ମହାମାରୀ କାରଣରୁ ସୁରକ୍ଷିତ ମତଦାନ ପାଇଁ 1100 ମତଦାନ କେନ୍ଦ୍ର ଗଠନ ହୋଇଥିଲା । ନିର୍ଦ୍ଧାରିତ ସମୟର 10 ମାସ ପୂର୍ବରୁ ନିର୍ବାଚନ ପାଇଁ ନିଷ୍ପତ୍ତି ନେଇଥିଲେ ଲି । ତେବେ ସେ ଲି'ଙ୍କ ପିଏପି ପାର୍ଟି 1950ରୁ ପ୍ରତିଟି ନିର୍ବାନରେ ବିଜୟ ହାସଲ କରିଆସୁଛି ।

2004ରେ ଲି ନେଇଥିଲେ ଦେଶର ନେତୃତ୍ବ

କ୍ଷମତାସୀନ ପିଏପି ଏକମାତ୍ର ଦଳ, ଯିଏକି ସମସ୍ତ 93 ଆସନରେ ପାର୍ଥୀ ଛିଡା କରିଥିଲା । ସେପ୍ଟେମ୍ବର 2015ର ନିର୍ବାଚନରେ ପିଏପି 89 ଆସନରେ ନିର୍ବାଚନ ଲଢି 83ରେ ବିଜୟ ହାସଲ କରିଥିଲା । ଦେଶର ତୃତୀୟ ପ୍ରଧାନମନ୍ତ୍ରୀ ଲି 2004 ପରେ ସିଙ୍ଗାପୁର ସରକାରର ନେତୃତ୍ବ ନେଇଥିଲେ । ତାଙ୍କ ବାପା ଲି କୁଆନ ୟେବ ସିଙ୍ଗାପୁରର ପ୍ରଥମ ପ୍ରଧାନମନ୍ତ୍ରୀ ରହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.