ETV Bharat / bharat

ଲେହକୁ ଅଚାନକ ଗସ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି - india-china standoff

ଭାରତ-ଚୀନ ସେନାଙ୍କ ମଧ୍ୟରେ ଉତ୍ତେଜନା ହ୍ରାସ ହେବାର ନାଁ ଧରୁନି । ଏପରି ସ୍ଥିତିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଡିଏସ ମୁଖ୍ୟ ବିପିନି ରାୱତଙ୍କ ସହ ଅଚାନକ ଲେହ ଗସ୍ତ କରିଛନ୍ତି । ଅଧିକ ପଢନ୍ତୁ...

ଲେହକୁ ଅଚନାକ ଗସ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି
ଲେହକୁ ଅଚନାକ ଗସ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି
author img

By

Published : Jul 3, 2020, 10:46 AM IST

Updated : Jul 3, 2020, 11:04 AM IST

ନୂଆଦିଲ୍ଲୀ: ଲେହକୁ ଅଚାନକ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର(ଆଜି) ସକାଳେ ସେଠାରେ ପହଞ୍ଚି ପ୍ରଧାନମନ୍ତ୍ରୀ ଯବାନମାନଙ୍କ ସହ ଭେଟୁଛନ୍ତି । ଚୀନ ସୀମାରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ପ୍ରଥମ ଲେହ ଗସ୍ତ କରିଛନ୍ତି । ଆଜି କେବଳ ଚିଫ ଅଫ ଡିଫେନ୍ସ ଷ୍ଟାଫ ମୁଖ୍ୟ ବିପିନ ରାୱତଙ୍କ ଲେହ ଗସ୍ତରେ ଯିବାର ଯୋଜନା ରହିଥିଲା ।

ଲେହକୁ ଅଚାନକ ଗସ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି
ଲେହକୁ ଅଚାନକ ଗସ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି

ମେ ମାସରୁ ଚୀନ ସହିତ ସୀମାରେ ଉତ୍ତେଜନା ଦେଖାଦେଇଛି । ସୀମାରେ ଏକ ପ୍ରକାର ଜଟିଳ ପରିସ୍ଥିତି ଜାରି ରହିଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏହା ପୂର୍ବରୁ କେବଳ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଲେହ ଗସ୍ତରେ ଯିବା ନେଇ ସ୍ଥିର ହୋଇଥିଲା । କିନ୍ତୁ ଗୁରୁବାର ଦିନ ତାଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇ ତାଙ୍କ ପରିବର୍ତ୍ତେ କେବଳ ବିପିନ ରାୱତ ଲେହକୁ ଯିବେ।

ଲେହକୁ ଅଚାନକ ଗସ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି
ଲେହକୁ ଅଚାନକ ଗସ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି

ସିଡିଏସ ମୁଖ୍ୟ ବିପିନ ରାୱତ ଏଠାରେ ଉତ୍ତର କମାଣ୍ଡର ଅଧିକାରୀ ଏବଂ 14 ଟି କର୍ପସର ଅଧିକାରୀଙ୍କ ସହ ଏକ ବୈଠକ କରିବେ। ଏହି ସମୟ ମଧ୍ୟରେ ଚୀନ ସହିତ ବର୍ତ୍ତମାନର ତିକ୍ତତା ସୀମା ସ୍ଥିତିକୁ ସମୀକ୍ଷା କରିବେ । ଏହାପୂର୍ବରୁ ସେନା ମୁଖ୍ୟ ଏମଏମ ନରୱାନେ ମଧ୍ୟ ଲେହ ଯାଇଥିଲେ, ଯେଉଁଠାରେ ସେ ଗାଲୱାନ ଉପତ୍ୟକାରେ ଆହତ ସେନାଙ୍କୁ ଭେଟିଥିଲେ।

ଲେହକୁ ଅଚାନକ ଗସ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି
ଲେହକୁ ଅଚାନକ ଗସ୍ତ କଲେ ପ୍ରଧାନମନ୍ତ୍ରୀ ମୋଦି

ଜୁନ 15-16 ତାରିଖରେ ପୂର୍ବ ଲଦାଖ ଗଲୱାନ ଘାଟିରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ ଘଟି 20 ଜଣ ଯବାନ ଶହୀଦ ହୋଇଛନ୍ତି । ସେବେ ଠାରୁ ଦୁଇ ଦେଶ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଏହି ସୀମାରେ ଉତ୍ତେଜନା କମ କରିବାକୁ ଉଭୟ ଦେଶ ପକ୍ଷରୁ ବହୁବାର ସାମିରକ ଆଲୋଚନା ମଧ୍ୟ ହୋଇସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 3, 2020, 11:04 AM IST

For All Latest Updates

TAGGED:

LehPM Modi
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.