ETV Bharat / bharat

‘ମହାମେଣ୍ଟ ନୁହେଁ ମହାମିଶ୍ରଣ’

ମହାମେଣ୍ଟକୁ ମହାମିଶ୍ରଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏମାନ କ୍ଷମତାରେ ଆସିଲେ କିପରି କାର୍ଯ୍ୟ କରିବେ ତାହା ଲୋକେ ବୁଝି ପାରୁଥିବେ। ସର୍ବଦା ରାଷ୍ଟ୍ରହିତ, ଚାଷୀ ହିତ ପାଇଁ ସମର୍ପତି ଥିବା ଚୌଧୁରୀ ଚରଣ ସିଂ ଏମାନଙ୍କ ମନ୍ତବ୍ୟ ଯୋଗୁଁ ଆଜି ଦୁଃଖିତ ହେଉଥିବେ ବୋଲି ମୋଦି କହିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Apr 6, 2019, 5:18 AM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନରେ ଲାଗିଛନ୍ତି ନେତାମାନେ । ନିଜ ନିଜ ଦଳର ପ୍ରଚାର ପାଇଁ ଦେଶସାରା ଜନସଭା କରୁଛନ୍ତି ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ଅଧ୍ୟକ୍ଷ । ଏହି କ୍ରମରେ ପିଏମ ମୋଦି ଆଜି(ଶୁକ୍ରବାର) ୟୁପିର ସହାରନପୁରରେ କରିଛନ୍ତି ନିର୍ବାଚନୀ ସଭାକୁ ସମ୍ବୋଧନ । ସମ୍ବୋଧନ ବେଳେ ଜୋରଦାର ବିରୋଧୀଙ୍କ ଉପରେ ବର୍ଷିଛନ୍ତି ସେ ।

ମହାମେଣ୍ଟକୁ ମହାମିଶ୍ରଣ ବୋଲି କହିଛନ୍ତି ମୋଦି । ଏମାନ କ୍ଷମତାରେ ଆସିଲେ କିପରି କାର୍ଯ୍ୟ କରିବେ ତାହା ଲୋକେ ବୁଝି ପାରୁଥିବେ । ସର୍ବଦା ରାଷ୍ଟ୍ରହିତ, ଚାଷୀ ହିତ ପାଇଁ ସମର୍ପତି ଥିବା ଚୌଧୁରୀ ଚରଣ ସିଂ ଏମାନଙ୍କ ମନ୍ତବ୍ୟ ଯୋଗୁଁ ଆଜି ଦୁଃଖିତ ହେଉଥିବେ । ଏମାନଙ୍କ ମୁହଁ ଦଙ୍ଗା ସଂରକ୍ଷକଙ୍କ ବିରୁଦ୍ଧରେ ଉଠି ନଥାଏ । ଏମାନେ ଏହି ଚୌକିଦାରକୁ ଗାଳି ଦେବା ପାଇଁ ପ୍ରତି ଗଳିରେ ବୁଲୁଥିବା ମୋଦି କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଚୌଧୁରୀ ଅଜିତ ସିଂ ସ୍ବାର୍ଥପରର ସମସ୍ତ ସୀମାକୁ ଅତିକ୍ରମ କରି ସାରିଛନ୍ତି । ଯେତେବେଳେ ଦିଲ୍ଲୀରେ ମହାମିଶ୍ରଣର ସରକାର ଥିଲା ଓ ୟୁପିର ସମାଜବାଦୀର ସରକାର ଥିଲା । ସେହି ସମୟରେ ଏମାନେ ମୁଜାଫରନଗରରେ ଏକ ନୂଆ ପ୍ରୟୋଗ କରିଥିଲେ । ସହାରାଣପୁର ବଜାର ଅଗ୍ନିକାଣ୍ଡ, ବ୍ୟବସାୟୀଙ୍କ ସହ ଅତ୍ୟାଚାର କଣ ୟୁପି ଏହି ଦିନଗୁଡିକ ଭୁଲି ପାରିବ । କଂଗ୍ରେସ ସର୍ବଦା ପଛୁଆ ବର୍ଗର ବିରୋଧ କରି ଆସୁଛି । ସଂସଦରେ ରାଜୀବ ଗାନ୍ଧୀ ମଣ୍ଡଳ କମିଶନର ବିରୋଧ କରିଥିଲେ ବୋଲି ପିଏମ ମୋଦି କହିଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.