ନୂଆଦିଲ୍ଲୀ: ଆଜି ପବିତ୍ର ମହାଶିବରାତ୍ରି। ଘଣ୍ଟଘଣ୍ଟା, ମନ୍ତ୍ର ଓ ହର ହର ମହାଦେବ ଧ୍ବନୀରେ ପ୍ରକମ୍ପିତ ହେଉଛି ଗଗନପବନ। ଆଜିର ଦିନରେ ଭକ୍ତମାନେ ବାବା ଭୋଳାଙ୍କୁ ଗଙ୍ଗାଜଳ,ବେଲ୍ବପତ୍ର,ଭାଙ୍ଗ ଓ ଦୁଦୁରା ଫୁଲ ଦେଇ ସନ୍ତୁଷ୍ଟ କରୁଛନ୍ତି।
ତେବେ ଏହି ପବିତ୍ର ଦିନରେ ଦେଶବାସୀଙ୍କୁ ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବାବା ଭୋଳାନାଥଙ୍କ ଆର୍ଶୀବାଦ ସମସ୍ତ ଦେଶବାସୀଙ୍କ ଜୀବନରେ ସୁଖ,ସମୃଦ୍ଧି,ଶାନ୍ତି ଓ ସୌଭାଗ୍ୟ ଆଣିଦେଉ। ଓଁ ନମଃ ଶିବାୟ କହି ଟ୍ବିଟ କରିଛନ୍ତି ମୋଦି।
ସେହିପରି ଅମିତ ଶାହା ଜାଗରର ଏହି ପବିତ୍ର ଅବସରରେ ଦେଶବାସୀଙ୍କ ଉପରେ ପ୍ରଭୁ ଶିବଙ୍କ କୃପାବର୍ଷା ପାଇଁ ପ୍ରାର୍ଥନା କରୁଛନ୍ତି ବୋଲି ଟ୍ବିଟ କରି ଲେଖିଛନ୍ତି।