ETV Bharat / bharat

ଆଫଗାନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ମୋଦି

ଉଭୟ ଅଞ୍ଚଳର ବିକାଶମୂଳକ ସୁରକ୍ଷା ପରିସ୍ଥିତି, ପାରସ୍ପରିକ ତଥା ଦ୍ବିପାକ୍ଷିକ ସ୍ବାର୍ଥର ବିକାଶ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆଲୋଚନା କରିଛନ୍ତି ଉଭୟ ନେତା । ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

author img

By

Published : Aug 3, 2020, 9:23 PM IST

ଆଫଗାନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ମୋଦି
ଆଫଗାନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଘାନି ସୋମବାର ଫୋନରେ ବାର୍ତ୍ତାଳାପ କରିଛନ୍ତି । ଉଭୟ ଅଞ୍ଚଳର ବିକାଶମୂଳକ ସୁରକ୍ଷା ପରିସ୍ଥିତି, ପାରସ୍ପରିକ ତଥା ଦ୍ବିପାକ୍ଷିକ ସ୍ବାର୍ଥର ବିକାଶ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆଲୋଚନା କରିଛନ୍ତି ଉଭୟ ନେତା । ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ଉଭୟ ନେତା ଇଦ୍‌ର ଅଭିବାଦନ ମଧ୍ୟ ଆଦାନ ପ୍ରଦାନ କରିଥିଲେ। ଆଫଗାନିସ୍ତାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖାଦ୍ୟ ଏବଂ ଚିକିତ୍ସା ସହାୟତା ଯୋଗାଇ ଦେଇଥିବାରୁ ରାଷ୍ଟ୍ରପତି ଘାନି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେପଟେ ଆଫଗାନିସ୍ତାନର ଲୋକଙ୍କ ପ୍ରତି ଭାରତର ପ୍ରତିବଦ୍ଧତାକୁ ମୋଦି ଦୋହରାଇଛନ୍ତି । ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଆଫଗାନିସ୍ତାନରେ ଆକ୍ରମଣ କରିବାର ଗୋଟିଏ ଦିନ ପରେ ଉଭୟ ନେତାଙ୍କ ମଧ୍ୟରେ ଏହି ବାର୍ତ୍ତାଳାପ ହୋଇଛି ।

ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନର ପୂର୍ବୋତ୍ତରରେ ରବିବାର ଏକ ଜେଲରେ ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଛି । ଇସଲାମିକ୍ ଷ୍ଟେଟ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଛି । ଏହି ଆତ୍ମଘାତୀ ବିସ୍ଫୋରଣକାରୀ ସରକାରୀ ପ୍ରବେଶ ଦ୍ବାର ନିକଟରେ ବିସ୍ଫୋରକ ଭର୍ତ୍ତି କାରକୁ ବ୍ଲାଷ୍ଟ କରିବା ସହ ଏକାଧିକ ଆକ୍ରମଣକାରୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ ହୋଇଥିଲା। ଘଟଣାସ୍ଥଳରେ ଆଫଗାନିସ୍ତାନ ପୋଲିସ ଏବଂ ସ୍ୱତନ୍ତ୍ର ବାହିନୀ ନିୟୋଜିତ ହୋଇଥିଲେ ଏବଂ ଆତଙ୍କବାଦୀଙ୍କ ବିରୋଧରେ ଲଢେଇ ଘଣ୍ଟା ଘଣ୍ଟା ଧରି ଚାଲିଥିଲା। ଏହି ଘଟଣାରେ 25ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ଆକ୍ରମଣର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇନାହିଁ। ତେବେ ସେଠାରେ ଥିବା 1,500 କଏଦୀଙ୍କ ମଧ୍ୟରୁ କେତେକ ଏହି ସଂଘର୍ଷ ସମୟରେ ପଳାଇ ଯାଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.