ETV Bharat / bharat

ବିହାରରେ ଏନଡିଏ ବଜାଇବ ନିର୍ବାଚନୀ ବିଗୁଲ - ramvilas paswan

କିଛି ମାସ ପରେ ଦେଶରେ ହେବ ଲୋକସଭା ନିର୍ବାଚନ । ନିର୍ବାଚନରେ ଦିଲ୍ଲୀ ଦରବାରକୁ ନିଜ ହାତମୁଠାରେ ରଖିବା ପାଇଁ ପ୍ରସ୍ତୁତ ହେଲେଣି ସବୁ ରାଜନୈତିକ ଦଳ । ନିର୍ବାଚନ ରଣାଙ୍ଗନରେ ବାଜିମାତ୍ କରିବା ପାଇଁ ଦେଶର ପ୍ରମୁଖ ଦୁଇ ଦଳ ବିଜେପି ଓ କଂଗ୍ରେସ ନିଜ ନିଜ ମେଣ୍ଟରେ ଥିବା ଦଳକୁ ନେଇ ବିଭିନ୍ନ ଜାଗାରେ ସମାବେଶ କରୁଥିବା ଦେଖିବାକୁ ମିଳୁଛି ।

ଫାଇଲ ଫଟୋ
author img

By

Published : Mar 3, 2019, 11:07 AM IST

ପାଟନା: କିଛି ମାସ ପରେ ଦେଶରେ ହେବ ଲୋକସଭା ନିର୍ବାଚନ । ନିର୍ବାଚନରେ ଦିଲ୍ଲୀ ଦରବାରକୁ ନିଜ ହାତମୁଠାରେ ରଖିବା ପାଇଁ ପ୍ରସ୍ତୁତ ହେଲେଣି ସବୁ ରାଜନୈତିକ ଦଳ । ସମାନ ଚିନ୍ତାଧାରା ରଖୁଥିବା କିଛି ଦଳ ମେଣ୍ଟକରି ନିର୍ବାଚନ ବୈତରଣୀ ପାର ହେବାକୁ ଯୋଜନା କରିଥିବା ବେଳେ କିଛି ଦଳ ଏକଲା ଚାଲ ନୀତିରେ ଆଗେଇ ଚାଲିଛନ୍ତି । ତେବେ ନିର୍ବାଚନ ରଣାଙ୍ଗନରେ ବାଜିମାତ୍ କରିବା ପାଇଁ ଦେଶର ପ୍ରମୁଖ ଦୁଇ ଦଳ ବିଜେପି ଓ କଂଗ୍ରେସ ନିଜ ନିଜ ମେଣ୍ଟରେ ଥିବା ଦଳକୁ ନେଇ ବିଭିନ୍ନ ଜାଗାରେ ସମାବେଶ କରୁଥିବା ଦେଖିବାକୁ ମିଳୁଛି ।

ଆଜି (ରବିବାର) ବିଜେପି ତାର ସହଯୋଗୀ ଜେଡିୟୁ ଓ ଏଲଜେପିକୁ ନେଇ ବିହାରରେ ସଙ୍କଳ୍ପ ସମାବେଶ କରିବାକୁ ଯାଉଛି, ଯେଉଁଥିରେ ଲୋକସଭା ପୂର୍ବରୁ ଏନଡିଏ ରାଜ୍ୟରେ ନିର୍ବାଚନୀ ବିଗୁଲ ବଜାଇବ ବୋଲି ଜଣାପଡିଛି । ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ କେନ୍ଦ୍ରମନ୍ତ୍ରୀ ତଥା ଏଲଜେପି ନେତା ରାମବିଳାସ ପାଶୱାନ ଜନସାଧାରଣଙ୍କୁ ଉଦବୋଧନ ଦେବାକୁ ଥିବାରୁ ଏପରି ଚର୍ଚ୍ଚା ହେଉଛି ।

ଗାନ୍ଧି ମୈଦାନରେ ହେବାକୁ ଥିବା ସଙ୍କଳ୍ପ ସମାବେଶରେ ତିନି ହେଭିୱେଟ ନେତା ଏକାଠି ହେବାକୁ ଥିବାରୁ ଏହା ସବୁଠାରୁ ବଡ ସମାବେଶ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ସମାବେଶରେ ମୋଦିଙ୍କ ନେତୃତ୍ବରେ ନୂଆ ଓ ସୁରକ୍ଷିତ ଭାରତ ଗଠନ କରିବା ପାଇଁ ସଙ୍କଳ୍ପ ନିଆଯିବ ବୋଲି ସୂଚନା ମିଳିଛି ।

undefined

ଆଜି ପ୍ରଥମେ ପ୍ରଧାନମନ୍ତ୍ରୀ କଂଗ୍ରେସ ଗଡ ଅମେଠୀ ଯିବେ । ସେଠାରେ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବା ପରେ ବିହାର ସଙ୍କଳ୍ପ ସମାବେଶରେ ଯୋଗଦେବେ ବୋଲି ଜଣାପଡିଛି ।

Intro:Body:

ବିହାରରେ ଏନଡିଏ ବଜାଇବ ନିର୍ବାଚନୀ ବିଗୁଲ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.