ETV Bharat / bharat

କୃଷକଙ୍କୁ ମୋଦି ସରକାରଙ୍କ ବଡ ଉପହାର

author img

By

Published : May 31, 2019, 11:07 PM IST

ପ୍ରଥମ କ୍ୟାବିନେଟ ବୈଠକରେ ମୋଦି ସରକାର ସମ୍ମାନ ନିଧି ପାଇଁ ନିର୍ଦ୍ଧାରିତ 2 ହେକ୍ଟର ଜମିର ସୀମାକୁ ସମାପ୍ତ କରି ଦେଇଛନ୍ତି। କୃଷକଙ୍କୁ ବାର୍ଷିକ 6000 ଟଙ୍କା ଦେବା ପ୍ରସ୍ତାବକୁ ସରକାର ସବୁଜ ସଙ୍କେତ ଦେଇଛନ୍ତି।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଶପଥଗ୍ରହଣ ପରେ ପ୍ରଧାନମନ୍ତ୍ରୀ ମୋଦି କୃଷକଙ୍କ ପାଇଁ ବଡ ଉପହାର ଦେଇଛନ୍ତି । ପ୍ରଥମ କ୍ୟାବିନେଟ ବୈଠକରେ ମୋଦି ସରକାର ସମ୍ମାନ ନିଧି ପାଇଁ ନିର୍ଦ୍ଧାରିତ ଦୁଇ ହେକ୍ଟର ଜମିର ସୀମାକୁ ସମାପ୍ତ କରି ଦେଇଛନ୍ତି।

ନୂଆ ସରକାର ନିର୍ବାଚନରେ ଦେଇଥିବା ପ୍ରତିଶୃତିକୁ ପୁରା କରିବା ଆରମ୍ଭ କରିଦେଇଛନ୍ତି । ଏବେ ସବୁ କୃଷକଙ୍କୁ ସମାନ ଲାଭ ମିଳିବାକୁ ଥିବା ବେଳେ ସରକାର ପ୍ରଧାନମନ୍ତ୍ରୀ କୃଷକ ଯୋଜନାର ସୀମାକୁ ବଢାଇବା ସହ କୃଷକଙ୍କୁ ବାର୍ଷିକ 6000 ଟଙ୍କା ଦେବା ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛନ୍ତି।

ନୂଆ ସରକାରର ମନ୍ତ୍ରୀମଣ୍ଡଳର ପ୍ରଥମ ବୈଠକରେ କୃଷକଙ୍କ ପାଇଁ ଏହି ନିଷ୍ପତ୍ତି ନିଆ ଯାଇଥିବା କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। କିଷାନ ସମ୍ମାନ ଯୋଜନାରେ ସମ୍ମାନ ନିଧି ଅଧିନରେ ଆସୁଥିବା କୃଷକଙ୍କ ସଂଖ୍ୟା 12 କୋଟିରୁ ବଢି 15 କୋଟିରେ ପହଞ୍ଚିବ ବୋଲି ତୋମାର କହିଛନ୍ତି।

ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ପାଖାପାଖି 15 କୋଟି କୃଷକଙ୍କୁ ଲାଭ ମିଳିବା ସହ ସରକାରୀ ଅର୍ଥବ୍ୟବସ୍ଥା ଉପରେ ବାର୍ଷିକ 75 ହଜାର କୋଟି ବୋଝ ପଡିବ । ସବୁ କୃଷକଙ୍କୁ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ଆଣିବା ପାଇଁ ଲୋକସଭା ନିର୍ବାଚନରେ ବିଜେପି ନିଜ ଘୋଷଣାପତ୍ରରେ ପ୍ରତିଶୃତି ଦେଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.