ETV Bharat / bharat

ହିମାଚଳୀ ଗୀତ ଗାଇ ଭାଇରାଲ କେରଳ ଛାତ୍ରୀ, ପିଏମ ଦେଲେ ଶୁଭେଚ୍ଛା - କେରଳ ଝିଅକୁ ପ୍ରଶଂସା କଲେ ମୋଦି

ହିମାଚଳୀ ଗୀତ ଗାଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କେରଳ ଝିଅକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନବମ ଶ୍ରେଣୀ ଝିଅର ଏକ ଭିଡିଓ ସେୟାର କରିବା ସହ ତାଙ୍କର ସୁମଧୁର ସ୍ବର ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି ।

ହିମାଚଳ ଗୀତ ଗାଇଥିବା କେରଳ ଝିଅ ଦେବିକାଙ୍କ ପ୍ରଶଂସାରେ ମୋଦି...

author img

By

Published : Oct 10, 2020, 7:16 PM IST

ଥିରୁଅନନ୍ତପୁରମ୍: ହିମାଚଳୀ ଗୀତ ଗାଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କେରଳ ଝିଅକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନବମ ଶ୍ରେଣୀ ଝିଅର ଏକ ଭିଡିଓ ସେୟାର କରିବା ସହ ତାଙ୍କର ସୁମଧୁର ସ୍ବର ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି ।

ହିମାଚଳ ଗୀତ ଗାଇଥିବା କେରଳ ଝିଅ ଦେବିକାଙ୍କ ପ୍ରଶଂସାରେ ମୋଦି...
ହିମାଚଳ ଗୀତ ଗାଇଥିବା କେରଳ ଝିଅ ଦେବିକାଙ୍କ ପ୍ରଶଂସାରେ ମୋଦି...

ମୋଦି ଟ୍ବିଟ କରି ଲେଖିଛନ୍ତି, "ମୁଁ ଦେବିକାଙ୍କ ପାଇଁ ଗର୍ବିତ । ତାଙ୍କର ସୁମଧୁର ପ୍ରଦର୍ଶନ 'ଏକ ବାରତ ଶ୍ରେଷ୍ଠ ଭାରତ' ର ମହତ୍ତ୍ବକୁ ଦୃଢ କରିଛି " ବୋଲି ପ୍ରଧାନମନ୍ତ୍ରୀ ମାଲାୟାଲମରେ ଟ୍ବିଟ୍ କରିଛନ୍ତି । ତେବେ ମୋଦିଙ୍କ ପ୍ରଶଂସା ପାଇବା ପରେ ଦେବିକା ଭାବ ବିହ୍ବଳ ହୋଇ ଏକ ନ୍ୟୁଜ ଚ୍ୟାନେଲକୁ କହିଛନ୍ତି ଯେ, ମୁଁ ଏହା ବିଶ୍ବାସ ମଧ୍ୟ କରି ପାରୁନାହିଁ । ସେ କହିଛନ୍ତି ମୁଁ ଯେବେ ଏହି ଗୀତ ଗାଇଥିଲି କେବେ ଭାବି ନଥିଲି ଯେ ପ୍ରଧାନମନ୍ତ୍ରୀ ମୋଦି ମୋତେ ଏହି ଗୀତ ପାଇଁ ପ୍ରଶଂସା କରିବେ ।

ତେବେ ପ୍ରଧାନମନ୍ତ୍ରୀ ଟ୍ବିଟ କରିବା ପୂର୍ବରୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଥିରୁଅନନ୍ତପୂରମରୁ ଦେବିକାଙ୍କ 'ଚମ୍ବା କିଟନୀ କି କବାଟ' ଗୀତର ଏକ ଭିଡିଓ ନିଜ ଫେସବୁକ ପେଜରେ ସେୟାର କରିଥିଲେ । ଏବଂ ଲେଖିଥିଲେ ଯେ ଦେବିକା ସମଗ୍ର ରାଜ୍ୟର ହୃଦୟ ଜିତିଛନ୍ତି । ଖାଲି ଏତିକି ନୁହେଁ କେରଳର ସଂସ୍କୃତି ମନ୍ତ୍ରୀ ଏ କେ ବାଲାନ ମଧ୍ୟ ଦେବିକାଙ୍କୁ ଫୋନ ଯୋଗେ ଶୁଭେଚ୍ଛା ଜଣାଇଥିଲେ ।

ଥିରୁଅନନ୍ତପୁରମର ପାଟମ୍ ଠାରେ କେନ୍ଦ୍ରିୟ ବିଦ୍ୟାଳୟର 9ମ ଶ୍ରେଣୀ ଛାତ୍ରୀ ଦେବିକା । ସେ ଏକ ଭାରତ ଶ୍ରେଷ୍ଠ ଭାରତର ଏକ କାର୍ଯ୍ୟକ୍ରମରେ ଏହି ଗୀତ ଗାଇଥିଲେ । ଏବେ ସୁଦ୍ଧା ତାଙ୍କ ଗୀତକୁ 40 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.