ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ସମାଲୋଚନା କରିଛନ୍ତି ବାମପନ୍ଥୀ ଦଳ । ପୁଲୱାମା ଆକ୍ରମଣ ପରେ ମଧ୍ୟ ସମାନ ଫଣ୍ଡ ‘ଭାରତ କି ବୀର’ ନାମକ ଏକ ଟ୍ରଷ୍ଟ ଗଠନ କରାଯାଇଥିଲା ଓ ଏଥିରେ କୌଣସି ସ୍ବଚ୍ଛତା ନଥିବା କହିଛନ୍ତି କମ୍ୟୁନିଷ୍ଟ ଦଳ ।
ବାମପନ୍ଥୀ ଦଳର ଏକ କାର୍ଯ୍ୟନିର୍ବାହୀ କମିଟି ପୋଲିଟବ୍ୟୁରୋ ଏକ ନୋଟିସ ଜାରି କରି ଏହାକୁ ମୂଲ୍ୟହୀନ ବୋଲି କହିଛନ୍ତି । ଏହି ବିବୃତ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠି (PMNRF) 1948 ମସିହାରୁ ଚାଲୁ ଅଛି ଏବଂ ପାଣ୍ଠିରେ 3,800 କୋଟି ରହିଛି । ଏହି ନୂଆ ଫଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ 3 ମନ୍ତ୍ରୀ ଟ୍ରଷ୍ଟି ଅଛନ୍ତି । ଏଥିରେ କୌଣସି ବିରୋଧୀ ଦଳର ନେତା ନଥିବା ନୋଟିସରେ କୁହାଯାଇଛି ।
ନୋଟିସରେ ଏହା ମଧ୍ୟ କୁହାଯାଇଛି ଯେ, କର୍ପୋରେଟ୍ ଦୁନିଆ, ସେଲିବ୍ରିଟି, ପବ୍ଲିକ୍ ସେକ୍ଟର ଇତ୍ୟାଦିରୁ ବହୁ ପରିମାଣର ଦାନ କରୁଛନ୍ତି । ଏହି ରିପୋର୍ଟରେ ସରକାରୀ କର୍ମଚାରୀ ଏବଂ ବୃତ୍ତିଗତ, ସଶସ୍ତ୍ର ତଥା ପାରା-ସାମରିକ ବାହିନୀରୁ ଗୋଟିଏ ଦିନର ଦରମା କଟାଯାଉଛି ବୋଲି ସୂଚନା ରହିଛି । ମାତ୍ର ଆକାଉଣ୍ଟର ରକ୍ଷଣାବେକ୍ଷଣ ବିଷୟରେ କୌଣସି ଉଲ୍ଲେଖ ନାହିଁ । ସଂକ୍ଷେପରେ, କୌଣସି ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ନାହିଁ ।
@PTI