ETV Bharat / bharat

ବାସ୍ତବ ନିୟନ୍ତ୍ରଣ ରେଖା ନିଶ୍ଚିହ୍ନ କରିବାକୁ ଷଡ଼ଯନ୍ତ୍ର - ଭାରତ ସହ ସୀମା ବିବାଦ

ହିମାଳୟ ପାର୍ବତ୍ୟାଞ୍ଚଳରେ ଭାରତ ସହ ସୀମା ବିବାଦ ଲାଗି ରହିଥିବା ବେଳେ ନିକଟରେ ଚୀନ ଲଦାଖରେ ଅନୁପ୍ରବେଶ କରିଛି । ଚୀନ ସେନା ଏଲଏସି ଅତିକ୍ରମଣ କରିଥିବାରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ଅବ୍ୟାହତ ରହିଛି । ଇତିମଧ୍ୟରେ ପୂର୍ବ ଲଦାଖର ଗଲୱାନ ଉପତ୍ୟକା ଉପରେ ଚୀନ ନିଜ ମାଲିକାନା ଜାହିର କରିଛି । ଅଧିକ ପଢନ୍ତୁ...

PLOT TO ERASE THE LAC.
ବାସ୍ତବ ନିୟନ୍ତ୍ରଣ ରେଖା ନିଶ୍ଚିହ୍ନ କରିବାକୁ ଷଡ଼ଯନ୍ତ୍ର
author img

By

Published : Jun 19, 2020, 6:51 PM IST

ହିମାଳୟ ପାର୍ବତ୍ୟାଞ୍ଚଳରେ ଭାରତ ସହ ସୀମା ବିବାଦ ଲାଗି ରହିଥିବା ବେଳେ ନିକଟରେ ଚୀନ ଲଦାଖରେ ଅନୁପ୍ରବେଶ କରିଛି । ଚୀନ ସେନା ବାସ୍ତବ ନିୟନ୍ତ୍ରଣ ରେଖା(LAC) ଅତିକ୍ରମଣ କରିଥିବାରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ଅବ୍ୟାହତ ରହିଛି । ପାଙ୍ଗଙ୍ଗ ସୋ, ଡେମଚୋକ, ଗଲୱାନ ଉପତ୍ୟକା ଏବଂ ଦୌଲତ ବେଗ୍‌ ଓଲଡିରେ ଭାରତ ଓ ଚୀନ ସେନା ବାକ୍‌ଯୁଦ୍ଧ ଜାରି ରଖିଛନ୍ତି । ନିକଟରେ ଗଲୱାନ ଉପତ୍ୟକାରେ ସଂଘର୍ଷ ଘଟି 20 ଜଣ ଭାରତୀୟ ସୈନ୍ୟ ପ୍ରାଣବଳି ଦେଇଛନ୍ତି । ଇତିମଧ୍ୟରେ ପୂର୍ବ ଲଦାଖର ଗଲୱାନ ଉପତ୍ୟକା ଉପରେ ଚୀନ ନିଜ ମାଲିକାନା ଜାହିର କରିଛି ।

ଭାରତ ନିୟନ୍ତ୍ରଣାଧୀନ ଅଞ୍ଚଳରୁ ଚୀନ୍‌ ନିୟନ୍ତ୍ରଣାଧୀନ ଅଞ୍ଚଳକୁ ପୃଥକ୍‌ କରୁଥିବା 3,440 କିଲୋମିଟରର ଏକ ହାଲୁକା ଭାବେ ନିର୍ଦ୍ଧାରିତ ଚିହ୍ନଟ ରେଖା ହେଉଛି ବାସ୍ତବ ନିୟନ୍ତ୍ରଣ ରେଖା (LAC) । ବାସ୍ତବ ନିୟନ୍ତ୍ରଣ ରେଖା ଉଭୟ ପକ୍ଷର ଅଞ୍ଚଳରେ ବ୍ୟାପିଥିବାରୁ ଏହାର କେତେକ ସ୍ଥାନକୁ ଚୀନ ବେଆଇନ ଭାବେ ନିଜର ସୀମାରେଖା ବୋଲି ଦାବି କରିଆସୁଛି । ଏ ଅଞ୍ଚଳରେ ବାରମ୍ବାର ମୁହାଁମୁହିଁ ସ୍ଥିତି ଉତ୍ପନ୍ନ ହେବା ଏବଂ ଝଗଡ଼ା ଲାଗିବା ଏକ ସାଧାରଣ ଘଟଣା । ବାସ୍ତବ ନିୟନ୍ତ୍ରଣ ରେଖା 3ଟି କ୍ଷେତ୍ର ବା ସେକ୍ଟରରେ ବିଭକ୍ତ ହୋଇଛି: ପଶ୍ଚିମାଞ୍ଚଳ, ପୂର୍ବାଞ୍ଚଳ ଏବଂ କେନ୍ଦ୍ରାଞ୍ଚଳ ।

ପଶ୍ଚିମାଞ୍ଚଳ ସେକ୍ଟର (କାରାକୋରମ ଘାଟିର ଉତ୍ତର ପୂର୍ବରୁ ଡେମଚୋକ ପର୍ଯ୍ୟନ୍ତ 1570 କିଲୋମିଟର) । 1950 ଦଶକରୁ ଭାରତ ଓ ଚୀନ ମଧ୍ୟରେ ସବୁଠାରୁ ଅଧିକ ବିବାଦୀୟ ସୀମାବର୍ତ୍ତୀ କ୍ଷେତ୍ର ହେଉଛି ଆକ୍‌ସାଇ ଚୀନ । ଏହାର ଆୟତନ ପ୍ରାୟ 38,000 ବର୍ଗ କିଲୋମିଟର । 1957ରେ ଚୀନ ଏହି ଅଞ୍ଚଳକୁ ଅକ୍ତିଆର କରିଥିଲା, କିନ୍ତୁ ଅତିକ୍ରମଣ କରାଯାଇଥିବା ଏହି ଅଞ୍ଚଳ ଲଦାଖ ଅଞ୍ଚଳର ଅଂଶବିଶେଷ ବୋଲି ଭାରତ ଦାବି କରିଆସୁଛି । 1962ରେ ଚୀନ, ଆକ୍‌ସାଇ ଚୀନ ଅଞ୍ଚଳ ଭିତର ଦେଇ ତିବ୍ବତରୁ ଜିନ୍‌ଜିଆଙ୍ଗକୁ ସଂଯୋଗ କରୁଥିବା ଏକ ରାସ୍ତା ନିର୍ମାଣ କରିଥିଲା । ଭାରତ ଓ ଚୀନ ମଧ୍ୟରେ ବିବାଦ ଲାଗି ରହିଥିବା ଡେମଚୋକ ସେକ୍‌ଟର ଅଞ୍ଚଳର ଏକ ଗାଁ ଏବଂ ସାମରିକ ଶିବିର ହେଉଛି ଡେମଚୋକ । ଡେମଚୋକର ଦକ୍ଷିଣ-ପୂର୍ବ ଅଞ୍ଚଳ ଯାଏଁ ଭାରତର ସୀମା ଲମ୍ବିଛି ବୋଲି ଭାରତ ଦାବି କରିଆସୁଛି ଏବଂ ଏହି ଅଞ୍ଚଳରେ ଭାରତ ଓ ଚୀନ ସେନା ମଧ୍ୟରେ ବାରମ୍ବାର ମୁହାଁମୁହିଁ ସ୍ଥିତି ସୃଷ୍ଟି ହେଉଛି ।

ପୂର୍ବାଞ୍ଚଳ ସେକ୍ଟର (ସିକିମରୁ ମିଆଁମାର ସୀମା ପର୍ଯ୍ୟନ୍ତ 1,325 କିଲୋମିଟର) । ଅରୁଣାଚଳ ପ୍ରଦେଶରେ ହିଁ ସର୍ବାଧିକ ବିବାଦୀୟ ସୀମାକ୍ଷେତ୍ର ରହିଛି । କିନ୍ତୁ ଅରୁଣାଚଳ ପ୍ରଦେଶ ଏହାର ଭୂଭାଗର ଅଂଶ ବୋଲି ଦଶନ୍ଧି ଦଶନ୍ଧି ଧରି ଚୀନ ଦାବି କରିଆସୁଛି । ଅପର ସୁବାନଶିରୀ ଡିଭିଜନ୍‌ରେ ଅବସ୍ଥିତ ଆସାଫିଲା ହେଉଛି 100 ବର୍ଗ କିଲୋମିଟର ପରିମିତ ଏକ ଜଙ୍ଗଲଭରା ପାର୍ବତ୍ୟାଞ୍ଚଳ । 1962ରେ ଚୀନ-ଭାରତ ଯୁଦ୍ଧ ସମୟରେ ଏହି ଅଞ୍ଚଳ ଉପରେ ଚୀନ ସେନା ସିଧାସଳଖ ଆକ୍ରମଣ କରିଥିଲେ । ବର୍ତ୍ତମାନ ଏହି ଅଞ୍ଚଳ କୌଣସି ଦେଶ ଅକ୍ତିଆରରେ ନାହିଁ । ତିବ୍ବତର ମାଇଗିତୁନରେ ସ୍ଥାପିତ ଚୀନର ସାମରିକ ଶିବିର ସହ ମୁହାଁମୁହିଁ ହୋଇ ରହିଛି ଅପର ସୁବାନଶିରୀ ଡିଭିଜନରେ ଅବସ୍ଥିତ ଲୋଙ୍ଗଜୁ । 1959ରେ ଏହିଠାରେ ହିଁ ପ୍ରଥମ ଥର ପାଇଁ ଚୀନର ପିପୁଲ୍‌ସ ଲିବରେସନ୍‌ ଆର୍ମି (ପିଏଲ୍‌ଏ) ଏବଂ ଭାରତର ଆସାମ ରାଇଫଲ୍‌ସ ମଧ୍ୟରେ ସଶସ୍ତ୍ର ସଂଗ୍ରାମ ହୋଇଥିଲା । ଭାରତ ଲୋଙ୍ଗଜୁକୁ ଅକ୍ତିଆର କରିପାରି ନଥିଲା, କିନ୍ତୁ ଲୋଙ୍ଗଜୁର 10 କିଲୋମିଟର ଦକ୍ଷିଣରେ ଅବସ୍ଥିତ ମାଜାରେ ଏକ ଶିବିର ସ୍ଥାପନ କରିଥିଲା । ତୱାଙ୍ଗର 60 କିଲୋମିଟର ପୂର୍ବରୁ ନାମ୍‌କାଚୁ ନଦୀ ଉପତ୍ୟକା ଅବସ୍ଥିତ । ଏହିଠାରେ ହିଁ 1962ର ଯୁଦ୍ଧ ଆରମ୍ଭ ହୋଇଥିଲା । ତୱାଙ୍ଗ ଜିଲ୍ଲାର କ୍ୟାପୋ ଅଞ୍ଚଳରେ ନାମକାଚୁର ପୂର୍ବରେ ରହିଥିବା ଏକ ଛୋଟ ନଦୀ ହେଉଛି ସମଦୋରୋଙ୍ଗଚୁ । 1986ରେ ଚୀନ ସେନା ଏହାକୁ ଅକ୍ତିଆର କରିଥିଲା । ଏହାର ଜବାବରେ 1986ର ଶେଷ ଭାଗରେ ଭାରତୀୟ ସେନା ୟାଙ୍ଗସ୍ତା ଅଞ୍ଚଳ (ତୱାଙ୍ଗ ଜିଲ୍ଲାର ଏକ ଅଂଶ) ଅକ୍ତିଆର କରିଥିଲା ।

କେନ୍ଦ୍ରାଞ୍ଚଳ ସେକ୍‌ଟର (ଡେମଚୋକରୁ ନେପାଳ ସୀମା ଆରମ୍ଭ ପର୍ଯ୍ୟନ୍ତ 545 କିଲୋମିଟର) ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ସୀମା ଦେଇ ଲମ୍ବିଅଛି । ଏହି ଅଞ୍ଚଳରେ ଉତ୍ତରାଖଣ୍ଡ ଅନ୍ତର୍ଗତ ଚାମୋଲି ଜିଲ୍ଲାର ଚାରଣଭୂମି ରହିଅଛି । ଏ ଅଞ୍ଚଳର ଇତିହାସରେ ମଧ୍ୟ ଚୀନ ସେନା ଆକ୍ରମଣର ନଜର ରହିଛି ।

ପାଙ୍ଗୋଙ୍ଗ ସୋ କିମ୍ବା ପାଙ୍ଗୋଙ୍ଗ ହ୍ରଦ ହିମାଳୟ ପର୍ବତମାଳାରେ ଅବସ୍ଥିତ । 135 କିଲୋମିଟର ଲମ୍ବା ଏହି ହ୍ରଦ ଭାରତରୁ ଚୀନର ତିବ୍ବତୀୟ ସ୍ବୟଂଶାସିତ କ୍ଷେତ୍ର ଯାଏଁ ଲମ୍ବିଛି । ଲେହଠାରୁ 45 କିଲୋମିଟର ଦୂରରେ ଏହା ଅବସ୍ଥିତ । 1962ରେ ଚୀନ ଏହି ନିର୍ମଳ ହ୍ରଦ ନିକଟରୁ ହିଁ ଆକ୍ରମଣ ଆରମ୍ଭ କରିଥିଲା । ପାଙ୍ଗଙ୍ଗ ସୋ’ର ପୂର୍ବବର୍ତ୍ତୀ ଭାଗ ଦେଇ ଚୀନ ତା’ର ଜାତୀୟ ରାଜପଥ ନିର୍ମାଣ କରିଛି । ଭାରତ ସହ ଯୁଦ୍ଧ ସ୍ଥିତିରେ ରଣକୌଶଳ ଦୃଷ୍ଟିରୁ ଚୀନ୍‌ ପାଇଁ ଏହି ହ୍ରଦ ଗୁରୁତ୍ବପୂର୍ଣ୍ଣ ।

ବିବାଦୀୟ ଆକ୍‌ସାଇ ଚୀନ ଅଞ୍ଚଳରୁ ଭାରତର ଲଦାଖ ଯାଏଁ ଗଲୱାନ ନଦୀ ପ୍ରବାହିତ । 1962 ଯୁଦ୍ଧରେ ଯେଉଁ ସବୁ ପ୍ରମୁଖ ସ୍ଥାନରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା, ତା' ମଧ୍ୟରୁ ଗଲୱାନ ଉପତ୍ୟକା ଅନ୍ୟତମ । କାଶ୍ମୀର ବଂଶୋଦ୍ଭବ ଲଦାଖର ଜଣେ ଅନ୍ବେଷକ ଗୁଲାମ ରସୁଲ ଗଲୱାନଙ୍କ ନାମରେ ଏହି ନଦୀ ନାମିତ ହୋଇଛି । ଭାରତ ଆକ୍‌ସାଇ ଚୀନ ମାଳଭୂମି ଉପରେ ଅଧିକାର ଦାବି କରିଆସୁଥିବା ବେଳେ ଚୀନ ଗଲୱାନ ନଦୀର ପଶ୍ଚିମ ପଟ ଅଞ୍ଚଳ ଯାଏଁ ଅଗ୍ରସର ହୋଇଛି ।

ଲଦାଖରେ ଅବସ୍ଥିତ ଏକ ସାମରିକ ଘାଟି ହେଉଛି ଦୌଲତ ବେଗ ଓଲଡି । ଆକ୍‌ସାଇ ଚୀନର ଉତ୍ତର ପଶ୍ଚିମରେ 9 କିଲୋମିଟର ଦୂରରେ ଏହା ରହିଛି । 43 ବର୍ଷର ଅନ୍ତରାଳ ପରେ 2008 ମସିହାରେ ଭାରତୀୟ ବାୟୁ ସେନାର ପରିବହନକାରୀ ବିମାନ ଏଠାରେ ଅବତରଣ କରିଥିଲା । 1962 ଯୁଦ୍ଧ ପରବର୍ତ୍ତୀ ସମୟରେ ଏହା ବିବାଦୀୟ ଅଞ୍ଚଳରେ ପରିଣତ ହୋଇଥିଲା ।

ସୀମା ଅତିକ୍ରମଣ ପଛରେ ଚୀନର ବିସ୍ତାରବାଦୀ ଆଭିମୁଖ୍ୟ ସ୍ପଷ୍ଟ ପ୍ରତିଫଳିତ ହୁଏ । ପୂର୍ବ ଲଦାଖ ଉପରେ ଏହାର ମାଲିକାନା ଜାହିର କରିବା ପରେ ଚୀନ ଡେମଚୋକ-କୁୟୁଲ ସେକ୍‌ଟରର ଅଧିକାଂଶ ଭାଗରେ ଅନୁପ୍ରବେଶ କରିଛି । ପୂର୍ବରୁ ଲଦାଖର ସୀମାରେଖା କେଗୁ ନାରୋଠାରେ ଥିଲା । କ୍ରମଶଃ ଚୀନ ସେନା ନାଗାତସାଙ୍ଗ (1984), ନାକୁଙ୍ଗ (1991), ଲଙ୍ଗମା ସେର୍‌ଡାଙ୍ଗ (1992) ଏବଂ ଶାକଜଙ୍ଗ (2008) ଯାଏଁ ଅଗ୍ରସର ହେଲେ । 2000 ମସିହାରେ, ଚୀନର ଜିନ୍‌ଜିଆଙ୍ଗ ଅନ୍ତର୍ଗତ ବିବାଦୀୟ ଆକ୍‌ସାଇ ଚୀନ ଅଞ୍ଚଳରୁ ପ୍ରବାହିତ ଚିପ୍‌ ଚାପ୍‌ ନଦୀକୁ ଚୀନ ଅକ୍ତିଆର କରିଥିଲା । 2013ରେ, ପୁଣି ଚୀନ ଭାରତର ମୂଳ ଭୂଭାଗରେ 19 କିଲୋମିଟର ଯାଏ ଅନୁପ୍ରବେଶ କରିଥିଲା । ପୂର୍ବତନ ବୈଦେଶିକ ସଚିବ ଶ୍ୟାମ ସରନ କହିଥିଲେ ଯେ ଚୀନର ଅତିକ୍ରମଣ ଯୋଗୁଁ ଆଜି ସୁଦ୍ଧା ଭାରତ 640 ବର୍ଗ କିଲୋମିଟର ଅଞ୍ଚଳ ହରାଇ ସାରିଲାଣି ।

ଯଦିଓ ଭାରତ-ଚୀନ ସୀମା ବିବାଦର ଏକ ସୁଦୀର୍ଘ ଇତିହାସ ରହିଛି, ତଥାପି କେତେକ ନୂତନ ଘଟଣାକ୍ରମ ଯୋଗୁଁ ହିଁ ନିକଟରେ ଉତ୍ତେଜନା ଦେଖାଦେଇଛି । ଚୀନର ଅନୁପ୍ରବେଶ ଉଦ୍ୟମ ଜବାବରେ ସୀମାବର୍ତ୍ତୀ ଅଞ୍ଚଳରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ଭାରତ ତ୍ବରାନ୍ବିତ କରିଛି । ଭାରତ 255 କିଲୋମିଟରର ଡାରବୁକେ-ଶାୟୋକ୍‌-ଦୌଲତ ବେଗ ଓଲଡି ରୋଡ୍‌ ନିର୍ମାଣ କରିଛି । ଏହି ନିର୍ମାଣ ଯୋଗୁଁ କ୍ରୋଧାନ୍ବିତ ହୋଇ ଚୀନ୍‌ ଗଲୱାନ ନାଲାରେ ସ୍ଥାପିତ ସାମରିକ ଶିବିର ଏବଂ ପୋଲକୁ ନଷ୍ଟ କରିଦେଇଥିଲା । ନିକଟରେ ଲଦାଖକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ ରୂପେ ଘୋଷଣା କରାଯାଇଛି । ପୂର୍ବ ଲଦାଖ ଉପରେ ଏହାର ମାଲିକାନା ଦାବି କରିବା ସହିତ ଏହି ପଦକ୍ଷେପକୁ ଚୀନ ସମାଲୋଚନା କରିଥିଲା । ଏହା ସହିତ ଜମ୍ମୁ ଓ କାଶ୍ମୀର ପୁନର୍ଗଠନକୁ ବେଆଇନ ବୋଲି ବର୍ଣ୍ଣନା କରି ଚୀନ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଅଭିଯୋଗ କରିଥିଲା । ନୋଭେଲ କୋରୋନା ଭାଇରସ ସଂକ୍ରମଣର ବ୍ୟାପ୍ତି ପାଇଁ ଅନେକ ଦେଶ ଚୀନକୁ ଦୋଷ ଦେଇଆସୁଛନ୍ତି । କୋଭିଡ୍‌-19ର ଉତ୍ପତ୍ତିସ୍ଥଳ ସମ୍ପର୍କରେ ଅନୁସନ୍ଧାନ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଭାରତର ସହାୟତା ଲୋଡ଼ିଥିଲା । ଏ କ୍ଷେତ୍ରରେ ଅନ୍ୟ ଦେଶ ସହିତ ସହଯୋଗ ନକରିବା ପାଇଁ ଭାରତକୁ ସତର୍କ କରାଇ ଦେବାକୁ ଉଦ୍ୟମ କରି ଚୀନ ସୀମାରେ ଆକ୍ରମଣର ପନ୍ଥା ଅବଲମ୍ବନ କରିଛି । ଏକା ସମୟରେ ଏହା ନେପାଳକୁ ଭାରତ ବିରୋଧରେ ଠିଆ କରାଇବାକୁ ଉଦ୍ୟମ କରିଛି । ଲିପୁଲେଖ ଓ କାଲାପାନିକୁ ନିଜ ଅଞ୍ଚଳ ବୋଲି ଦର୍ଶାଇ ନୂତନ ରାଜନୈତିକ ମାନଚିତ୍ର ଜାରି କରିବା ପାଇଁ ଚୀନ ନେପାଳ ଉପରେ ଚାପ ପ୍ରୟୋଗ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.