ETV Bharat / bharat

ଗୋଆ ପାଇଁ ଟିକେଟ କରିଛନ୍ତି 720 ପର୍ଯ୍ୟଟକ, ଚିନ୍ତାରେ ମୁଖ୍ୟମନ୍ତ୍ରୀ - lockdown

ବୁଲିବାକୁ ଆସନ୍ତୁ ନାହିଁ ଗୋଆ । ଏନେଇ କହିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱାନ୍ତ । ଅଧିକ ପଢନ୍ତୁ...

Please Don't Come To Goa "To Enjoy
ଫାଇଲ ଫଟୋ
author img

By

Published : May 15, 2020, 7:31 PM IST

ପାଣାଜୀ: ବର୍ତ୍ତମାନ ଗୋଆ ବୁଲି ନଆସିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପରାମର୍ଶ ଦେଇଛନ୍ତି । କୋରୋନା ନେଇ ପରିଚାଳିତ ସ୍ୱତନ୍ତ୍ର ଟ୍ରେନ୍ କିମ୍ବା ବିମାନରେ ରାଜ୍ୟକୁ ଯାତ୍ରା କରୁଥିବା ଲୋକଙ୍କୁ ମଧ୍ୟ 14 ଦିନ ପାଇଁ ହୋମ କ୍ୱାରେଣ୍ଟିନ କରିବାକୁ ପଡିବ।

ରାଜ୍ୟ ସରକାର ରେଳବାଇକୁ ପରାମର୍ଶ ଦେଇଛନ୍ତି ଯେ, ନୂଆଦିଲ୍ଲୀରୁ ଥିରୁବନନ୍ତପୁରମ୍ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍ ମେ 15 ରେ ଚାଲିବ ଏବଂ ମେ 16 ରେ ମାଡଗାଓଁରେ ପହଞ୍ଚିବ। ଗୋଆର ଷ୍ଟେସନରେ ଅଟକି ରହିବ ନାହିଁ। ସେ କହିଛନ୍ତି, "ମାଡଗାଓଁରେ ଓହ୍ଲାଇବା ପାଇଁ 720 ଜଣ ଟିକେଟ ବୁକ୍ କରିଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତି ଗୋଆର ନୁହଁନ୍ତି ବୋଲି ଜଣାପଡିଛି ।"

"ସେମାନେ ଓହ୍ଲାଇବା ପରେ କଣ ଘଟିବ ସେଥିପାଇଁ ଆମେ ଚିନ୍ତିତ। ସେମାନଙ୍କୁ ପରୀକ୍ଷା କରିବାକୁ ପଡିବ। ଆମେ ସେମାନଙ୍କୁ ହୋମ କ୍ବାରେଣ୍ଟାଇନ ପାଇଁ ପରାମର୍ଶ ଦେବୁ । କିନ୍ତୁ ସେମାନେ ତାହା କରିବେ କି ନାହିଁ ଆମେ ନିଶ୍ଚିତ ନୁହଁ। ସେଥିପାଇଁ ଟ୍ରେନ୍ ଷ୍ଟେସନ ଛାଡିଦେବାକୁ ଆମେ ପରାମର୍ଶ ଦେଇଛୁ। ତେବେ ଏନେଇ ଜଣେ ରେଳ ଅଧିକାରୀ ଶୁକ୍ରବାର କହିଛନ୍ତି, ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଷ୍ଟପ୍ ବାତିଲ୍ ହେବା ନେଇ ଆମର କୌଣସି ନିଷ୍ପତ୍ତି ହୋଇନାହିଁ। ଗୁରୁବାର ଦିନ କୋଭିଡ-19 ର ଆଠଟି ନୂଆ ମାମଲା ଆସିଛି । ସମସ୍ତ ଆଠ ଜଣ ରୋଗୀ ବାହାର ରାଜ୍ୟର ହୋଇଥିବା ଜଣାପଡିଛି । ବୁଧବାର ସାୱନ୍ତ କହିଛନ୍ତି ଯେ ମେ 15 ରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ରାଜ୍ୟକୁ ଆସୁଥିବା ଅଣ-ଗୋଆବାସୀଙ୍କ ସମେତ ଯାତ୍ରୀମାନଙ୍କୁ ନିଜ ରହିବା ପାଇଁ ବ୍ୟବସ୍ଥା କରିବାକୁ ପଡିବ । ବିମାନ ଯୋଗେ ଆସୁଥିବା ଲୋକଙ୍କ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ।

ସେ କହିଛନ୍ତି, "ସେମାନଙ୍କୁ ନିଜ ନିଜ ହୋଟେଲରେ 14 ଦିନ ଘର ଭିତରେ ରହିବାକୁ ପଡିବ। ବନ୍ଦ ଥିବା ସମୁଦ୍ର କୂଳରେ ସେମାନେ ପ୍ରବେଶ କରିପାରିବେ ନାହିଁ। ସେମାନେ ମଜା କରିବାକୁ ଏଠାକୁ ଆସିପାରିବେ ନାହିଁ।" ବିମାନ ଯୋଗେ ଆସୁଥିବା ଲୋକଙ୍କୁ ବିମାନ ବନ୍ଦରରେ ପରୀକ୍ଷା କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମର୍ମୁଗାଓ ବନ୍ଦର ଟ୍ରଷ୍ଟ ଦ୍ୱାରା ଏପରି ବ୍ୟବସ୍ଥା କରାଯାଇଛି, ଯେଉଁଠାରେ ଜାହାଜ ଦ୍ୱାରା ଆସୁଥିବା ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯିବା ପୂର୍ବରୁ ପରୀକ୍ଷା କରାଯିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.