ଦିଲ୍ଲୀ: ପୁଣି ଚର୍ଚ୍ଚାରେ ଜବାହାର ଲାଲ ନେହେରୁ ବିଶ୍ବବିଦ୍ୟାଳୟ(ଜେଏନୟୁ) । ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଠାରୁ ଅଧିକ ଫି ଆଦାୟ ହେଉଥିବା ନେଇ ଦିଲ୍ଲୀ ହାଇକୋର୍ଟରେ ମାମଲା ପହଞ୍ଚିଲାଣି । ୟୁନିଭରସିଟି ଛାତ୍ରାବାସର ଆଭ୍ୟନ୍ତରୀଣ ପରିଚାଳନା କମିଟିକୁ ଚ୍ୟାଲେଜଂ କରିଛି ଜେଏନୟୁ ଛାତ୍ରସଂଘ ।
ଛାତ୍ରଛାତ୍ରୀଙ୍କ ଠାରୁ ଅଧିକ ଫି ଆଦାୟ ହେଉଥିବା ନେଇ କୋର୍ଟକୁ ଜଣାଇଛନ୍ତି ଛାତ୍ରସଂଘ ଓକିଲ । ଅନ୍ୟପଟେ ଛାତ୍ରାବାସର ଆଭ୍ୟନ୍ତରୀଣ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି ଯେ, ଯେଉଁ ଛାତ୍ରଛାତ୍ରୀ ଉପଯୁକ୍ତ ଫି ନଦେବେ ସେମାନଙ୍କୁ ଛାତ୍ରାବାସରୁ କୌଣସି ସୁବିଧାସୁଯୋଗ ମିଳିବ ନାହିଁ ।