ETV Bharat / bharat

ଶିବସେନା-କଂଗ୍ରେସ-ଏନସିପି ମେଣ୍ଟ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଦାଏର

ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାର ଗଠନକୁ ନେଇ ସୁପ୍ରିମକୋର୍ଟରେ ଏକ ମାମଲା ଦାଏର ହୋଇଛି । କେହି ନେତା, ମନ୍ତ୍ରୀ  ଏହି ମାମଲା ଦାଏର କରିନାହାଁନ୍ତି ବରଂ ଜଣେ ସାଧାରଣ ଭୋଟର ସର୍ବୋଚ୍ଚ ନ୍ୟାୟାଳୟରେ ମେଣ୍ଟ ସରକାର ଗଠନକୁ ବିରୋଧ କରି ମାମଲା ଦାଖଲ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Nov 22, 2019, 6:34 PM IST

ଡିଜାଇନ ଫଟୋ

ମୁମ୍ବାଇ: ଗୋଟିଏ ପଟେ ଶିବସେନା-ଏନସିପି-କଂଗ୍ରେସ ମୁମ୍ବାଇର ନେହେରୁ ସେଣ୍ଟରରେ ସରକାର ଗଠନ ନେଇ ରୁଦ୍ଧଦ୍ବାର ବୈଠକ ଜାରି ରଖିଛନ୍ତି । ଅନ୍ୟପଟେ ମେଣ୍ଟ ସରକାର ଗଠନକୁ ନେଇ ସୁପ୍ରିମକୋର୍ଟର ଏକ ମାମଲା ଦାଏର ହୋଇଛି । କେହି ନେତା, ମନ୍ତ୍ରୀ ଏହି ମାମଲା ଦାଏର କରିନାହାଁନ୍ତି ଜଣେ ସାଧାରଣ ଭୋଟର ସର୍ବୋଚ୍ଚ ନ୍ୟାୟାଳୟରେ ମେଣ୍ଟ ସରକାର ଗଠନକୁ ବିରୋଧ କରି ମାମଲା ଦାଖଲ କରିଛନ୍ତି ।

Plea in Supreme Court to stop Shiv Sena, NCP alliance
ଫଟୋ ସୌଜନ୍ୟ: ଏଏନଆଇ

ସୂଚନା ଯେ ମହାରାଷ୍ଟ୍ରର ଦିନଦୋଶୀ ବିଧାନସଭା କ୍ଷେତ୍ରର ଜଣେ ବ୍ୟକ୍ତି ସୁରେନ୍ଦ୍ର ଇନ୍ଦ୍ରବାହାଦୂର ସିଂ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି । ସେ ତାଙ୍କ ପିଟିସନରେ ରାଜନୈତିକ ଦଳର ଜନସାଧାରଣଙ୍କ ମତକୁ ଅଣଦେଖା କରିବା ଅଭିଯୋଗ ଉଲ୍ଲେଖ କରିଛନ୍ତି । ନିର୍ବାଚନ ପୂର୍ବରୁ ଏହି ମେଣ୍ଟ ଦଳ ପରସ୍ପର ବିରୋଧୀ ଦଳ ବିରୋଧରେ ପ୍ରଚାର କରି ଭୋଟଭିକ୍ଷା କରିଥିଲେ । ମାତ୍ର ଏବେ ଯାହାକୁ ବିରୋଧ କରୁଥିଲେ ଏବେ ତାଙ୍କ ସହ ମିଶି ସରକାର ଗଠନ କରିବାକୁ ଯାଉଛନ୍ତି । ଏହା ଜନାଦେଶର ଅପମାନ ଓ ଜନାଦେଶ ପ୍ରତି ଅସମ୍ମାନ । ଏହି କାରଣ ଦର୍ଶାଇ ସେ ସୁପ୍ରିମକୋର୍ଟରେ ମାମଲା ଦାଏର କରିଛନ୍ତି ।

ଏହାସହ ସେ ସୁପ୍ରିମକୋର୍ଟକୁ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ କଂଗ୍ରେସ-ଏନସିପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣରେ ରୋକ ଲଗାଇବା ପାଇଁ ଅନୁରୋଧ କରିଛନ୍ତି ।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.