ETV Bharat / bharat

ଗାନ୍ଧୀ ପରିବାର ବିରୋଧରେ ହାଇକୋର୍ଟରେ ଯାଚିକା

author img

By

Published : Feb 27, 2020, 3:25 PM IST

ଗାନ୍ଧୀ ପରିବାର ସମେତ କେତେକ ପ୍ରମୁଖ ନେତାଙ୍କ ବିରୋଧରେ ହାଇକୋର୍ଟରେ ଯାଚିକା ଦାଖଲ କରାଯାଇଛି । ନାଗରିକତା ସଂଶୋଧନ ଆଇନ୍‌ ବିରୋଧରେ ଏହି ନେତାମାନେ ଉତ୍ତେଜନାମୂଳକ ଭାଷଣ ଦେଇଥିବା ଅଭିଯୋଗ କରି ଏହି ଯାଚିକା ଦାଖଲ ହୋଇଛି । ଅଧିକ ପଢନ୍ତୁ...

Gandhis
ଗାନ୍ଧୀ ପରିବାର

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ସମେତ କେତେକ ପ୍ରମୁଖ ନେତାଙ୍କ ବିରୋଧରେ ହାଇକୋର୍ଟରେ ଯାଚିକା ଦାଖଲ କରାଯାଇଛି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଆମ ଆଦମି ପାର୍ଟି ନେତା ମନୀଷ ସିସୋଦିଆ ଏବଂ ଅମାନତୁଲ୍ଲା ଖାନ ଏବଂ ଏଆଇଏମଆଇଏମ ଅଧ୍ୟକ୍ଷ ଓୱୈସିଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାର ନିର୍ଦ୍ଦେଶ ଦେବାକୁ ଏହି ଯାଚିକାରେ କୁହାଯାଇଛି ।

ଓକିଲ ଗୋଷ୍ଠୀ ଦ୍ବାରା ହାଇକୋର୍ଟରେ ଦାଖଲ ହୋଇଥିବା ଏହି ଯାଚିକାରେ କୁହାଯାଇଛି, ନାଗରିକତା ସଂଶୋଧନ ଆଇନ୍‌ ବିରୋଧରେ ଏହି ନେତାମାନେ ଉତ୍ତେଜନାମୂଳକ ଭାଷଣ ଦେଇଥିଲେ । ଲୋକଙ୍କୁ ଆନ୍ଦୋଳନକୁ ଓହ୍ଲାଇବାକୁ ଆହ୍ବାନ କରିଥିଲେ । ତେଣୁ ଏସଆିଟି ଗଠନ କରି ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆ।ଯାଉ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଯାଚିକାରେ ନାମିତ ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାରୁ ନିର୍ଦ୍ଦେଶ ଦିଆଯାଉ ବୋଲି ଯାଚିକାରେ କୁହାଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.