ETV Bharat / bharat

ପବଜି ଖେଳିଲେ ହେବ ଜେଲ୍‌

ମଲଟିପ୍ଲେୟର ମୋବାଇଲ ଗେମ ପବଜିକୁ ଭାରତରେ ବ୍ୟାନ କରିବାକୁ ଅନେକ ଥର ଦାବି ହୋଇଛି । ଯାହାକୁ ଏବେ ଦେଶର ଅନେକ ସହର ପୂରଣ କରିବାରେ ଲାଗି ପଡିଛି । ଏହି ଗେମ ବିରୁଦ୍ଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇଛି ।

author img

By

Published : Mar 12, 2019, 10:50 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଅନଲାଇନ ମୋବାଇଲ ଗେମ ପବଜି ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି । ଯୁବ ବର୍ଗଙ୍କ ମଧ୍ୟରେ ଏହାର କ୍ରେଜ ବଢି ଚାଲିଛି । ତେବେ ଅନେକଙ୍କ ପାଇଁ ଏହା ମରଣଯନ୍ତା ମଧ୍ୟ ସାଜୁଛି । ଏହି ଖେଳରେ ମାତି ଅଧିକାଂଶଙ୍କ ଜୀବନ ଯିବା ସହ ଅନେକ ହେଉଛନ୍ତି ଆହତ । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ପବଜି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତି ନେଇଛନ୍ତି ।

ଏହି ମଲଟିପ୍ଲେୟର ମୋବାଇଲ ଗେମକୁ ଭାରତରେ ବ୍ୟାନ କରିବାକୁ ଅନେକ ଥର ଦାବି ହୋଇଛି । ଯାହାକୁ ଏବେ ଦେଶର ଅନେକ ସହର ପୂରଣ କରିବାରେ ଲାଗି ପଡିଛି । ଏହି ଗେମ ବିରୁଦ୍ଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇଛି । ସର୍ବପ୍ରଥମେ ଗୁଜୁରାଟ ରାଜକୋଟ ପୋଲିସ ଦ୍ବାରା ଏହାକୁ ବ୍ୟାନ କରାଗଲା । ଯାହାକୁ ଅନୁସରଣ କରି ଅନେକ ସହର ଏବେ ଏହି ପଦକ୍ଷେପ ନେଇଛନ୍ତି ।

ପବଜି ଗେମକୁ କ୍ଷତିକାରକ ଦର୍ଶାଇ ଗୁଜୁରାଟ ଭାବନଗର ଏବଂ ଗିର ସୋମନାଥର କିଛି ଅଞ୍ଚଳରେ ଏହାକୁ ବ୍ୟାନ କରାଯାଇଛି । ଏହି 2 ଜିଲ୍ଲାର ଜିଲ୍ଲା ଅଧିକାରୀ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ କଟକଣାକୁ ଅଣଦେଖା କରି ଯଦି କୌଣସି ୟୁ୍ଜର ପବଜି ଖେଳୁଛି ତା ବିରୁଦ୍ଧରେ ପୋଲିସରେ ଅଭିଯୋଗ କରାଯାଇ ପାରିବ । ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କୁ ଆଇପିସିର ଧାରା 188 ଅଧିନରେ ଜେଲ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ଜଣା ପଡିଛି ।

Intro:Body:

ହାଇଦ୍ରାବାଦ: ପ୍ରଖ୍ୟାତ ଫିଲ୍ମନିର୍ମାତା ଏସଏସ ରାଜାମୌଲୀଙ୍କ ଅପକମିଂ ଫିଲ୍ମ 'RRR', ଯାହାକ ଗତବର୍ଷ ନଭେମ୍ବର ମାସରୁ ମହୁରତ ହୋଇ ସୁଟିଂ ଆରମ୍ଭ ହୋଇଯାଇଥିଲେ ମଧ୍ୟ ନିର୍ମାତା ଏପର୍ଯ୍ୟନ୍ତ ଫିଲ୍ମ ପାଇଁ ପାଉନାହାଁନ୍ତି ଉପଯୁକ୍ତ ଅଭିନେତ୍ରୀ । କିଛିଦିନ ପୂର୍ବରୁ ଫିଲ୍ମରେ ଆଲିୟା ଏଣ୍ଟ୍ରି ମାରିବେ ବୋଲି ନିର୍ମାତା ଆଶା କରିଥିବାବେଳେ ଏବେ କିନ୍ତୁ ଆଲିୟା ବି ଓହରିଛନ୍ତି ଏହି ବିଗ ବଜେଟ ଫିଲ୍ମରୁ...

ତେଲୁଗୁ ସୁପରଷ୍ଟାର ରାମ ଚରଣ ଓ ଜୁନିୟର ଏନଟିଆର ପ୍ରଥମଥର ପାଇଁ ପରଦାରେ ଏକାଠି ଆସିବାକୁ ଯାଉଥିବାବେଳେ ଏହି 300କୋଟି ବଜେଟର ଫିଲ୍ମରେ ମୁଖ୍ୟ ଅଭିନେତ୍ରୀଙ୍କୁ ଦେଖିବାକୁ ସମସ୍ତେ ଉତ୍ସାହିତ । 

ତେବେ ଏହି ଫିଲ୍ମ ପାଇଁ ରାଜାମୌଲୀ, ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ଆପ୍ରୋଚ କରିଥିବା କଥା ଶୁଣିବାକୁ ମିଳିଥିଲା । କିନ୍ତୁ ଆଲିୟା ଏବେ ବଲିଉଡର ଅନେକ ଫିଲ୍ମର ଚୁକ୍ତି କରିଥିବାରୁ ଏହି ବିଗ ବଜେଟକୁ କରିଛନ୍ତି ନାଁ । ଆଲିୟା ଏବେ କଲଙ୍କ, ବ୍ରହ୍ମାସ୍ତ୍ର, ତଖ୍ତ, ସଡକ-2ଆଦି ଫିଲ୍ମରେ ବ୍ୟସ୍ତ । ଏହାଛଡା ଆଲିୟା ଖୁବଶିଘ୍ର ପ୍ରଯୋଜନା ଦୁନିଆରେ ମଧ୍ୟ ପାଦ ରଖିବେ ।

ପ୍ରକାଶ ଥାଉକି, ଫିଲ୍ମ 'RRR'ରେ ଜୁନିୟର ଏନଟିଆର ଓ ରାମଚରଣ ଦୁଇ ଭାଇ ଭୂମିକାରେ ଆସୁଛନ୍ତି । ଉଭୟ ଫିଲ୍ମର କାହାଣୀ ନଶୁଣି ଏହି ଚୁକ୍ତି ସାଇନ କରିନେଇଥିଲେ କେବଳ ଉଭୟ ଏକାଠି ଫିଲ୍ମ କରିବାକୁ । 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.