ETV Bharat / bharat

କୋରୋନା ମୁକାବିଲା: ପ୍ଲାଟଫର୍ମ ଟିକେଟ ଦାମ 50 ଟଙ୍କା

author img

By

Published : Mar 17, 2020, 5:58 PM IST

ମହାରାଷ୍ଟ୍ର ସରକାର କୋରୋନା ଗମ୍ଭୀରତାକୁ ଆଖିରେ ରଖି ମଙ୍ଗଳବାର ପ୍ଲାର୍ଟଫର୍ମ ଟିକେଟ ଦର ବୃଦ୍ଧି କରିଛନ୍ତି । ଏହାସହ ଖୁବଶୀଘ୍ର ବନ୍ଦ ହୋଇପାରେ ଲୋକୋଲ ଟ୍ରେନ । ଅଧିକ ପଢନ୍ତୁ...

Mumbai
ମୁମ୍ବାଇରେ ପ୍ଲାଟଫର୍ମ ଟିକେଟର ଦାମ 50 ଟଙ୍କା

ମୁମ୍ବାଇ: ମହାରାଷ୍ଟ୍ରର କେତେକ ସହର ସହ ମୁମ୍ବାଇର କେତେ ଗୁଡିଏ ସହରରେ ଏବେ ପ୍ଲାର୍ଟଫର୍ମ ଟିକିଟ କିଣିବା ପାଇଁ 50 ଟଙ୍କା ଦେବାକୁ ପଡିବ। ପଶ୍ଚିମ ରେଳ ଡିଭିଜନ କୋରୋନା ଭାଇରସ ବୃଦ୍ଧିକୁ ଆଖି ଆଗରେ ରଖି ଭିଡ କମ କରିବା ପାଇଁ ଏହାର ଦାମ ବୃଦ୍ଧି କରିଛନ୍ତି । ତେବେ ପଶ୍ଚିମ ରେଳ ଡିଭିଜନରେ ପ୍ରାୟ 758ଟି ଷ୍ଟେସନ ରହିଛି। ଯେଉଁଥିରେ 450ଟି ପ୍ରମୁଖ ଷ୍ଟେସନ ରହିଛି । ଏଥିମଧ୍ୟରୁ 250ଟି ଷ୍ଟେସନରେ ପ୍ଲାଟଫର୍ମର ଟିକେଟରେ ବୃଦ୍ଧି କରାଯାଇଛି । ଏହାସହ ଖୁବଶୀଘ୍ର ସହରରେ ଲୋକାଲ ଟ୍ରେନ ବନ୍ଦ ହେବାନେଇ ଯୋଜନା କରାଯାଉଥିବା ଜଣା ପଡିଛି ।

ମହାରାଷ୍ଟ୍ରରେ କୋରୋନା ଭାଇରସ ଦ୍ବାରା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହେବା ଓ ଲଗାତାର ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ପାଉଥିବା ଦେଖି ମହାରାଷ୍ଟ୍ର ସରକାର ଏଭଳି କେତେକ କଡା ପଦକ୍ଷେପ ନେଇଛନ୍ତି। ସେହିପରି ଅନ୍ୟପଟେ ମାର୍ଚ୍ଚ 31 ପର୍ଯ୍ୟନ୍ତ ସହରର ସମସ୍ତ ମଲ ବନ୍ଦ ରହିବ ।

ସୂଚନାମୁତାବକ, କୋରୋନା ଭାଇରସରେ ସଂକ୍ରମିତ ମୁମ୍ବାଇର 64 ବର୍ଷୀୟ ଜଣେ ବ୍ୟକ୍ତିଙ୍କର ମଙ୍ଗଳବାର ମୃତ୍ୟୁ ହୋଇଛି । ଏହା ମହାରାଷ୍ଟ୍ରର କୋଭିଦ-19ରେ ମୃତ୍ୟୁ ହୋଇଥିବା ପ୍ରଥମ ମୃତ୍ୟୁ ମାମଲା ଅଟେ । ଏହା ବ୍ୟତୀତ ରାଜ୍ୟରେ ଆଉ 5ଟି ନୂଆ ମାମଲା ସାମ୍ନାକୁ ଆସିଛି । ସମସ୍ତ ବ୍ୟକ୍ତି ବିଦେଶୀ ନାଗରିକ ଅଟନ୍ତି । ଯାହାଦ୍ବାରା ରାଜ୍ୟରେ କୋରୋନା ସଂକ୍ରମିତ ସଂଖ୍ୟାରେ ବୃଦ୍ଧି ପାଇ 44 ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.