ETV Bharat / bharat

ସଂସଦରେ ବ୍ୟାନ ପ୍ଲାଷ୍ଟିକ ବୋତଲ - ସଂସଦ ଭବନ

ସଂସଦ ଭବନରେ ପ୍ଲାଷ୍ଟିକ ବୋତଲ ବ୍ୟବହାର ନକରାଯିବା ନେଇ ଲାଗିଲା ରୋକ । ଅକ୍ଟୋବର 2 ସୁଦ୍ଧା ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ପ୍ରୟାସ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 20, 2019, 11:36 PM IST

ନୂଆଦିଲ୍ଲୀ: ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ମୋଦି କରିଥିବା ଅପିଲକୁ ଆଜି(ମଙ୍ଗଳବାର) ସଂସଦରେ କାର୍ଯ୍ୟକାରୀ କରାଯାଇଛି । ମଙ୍ଗଳବାର ଠାରୁ ସଂସଦରେ ପ୍ଲାଷ୍ଟିକ ବୋତଲ ବ୍ୟବହାର ନକରିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ଲୋକସଭାରେ ଆଦେଶ ଜାରି କରାଯାଇ ପ୍ଲାଷ୍ଟିକ ବୋତଲ ସମେତ ଅନ୍ୟ ପ୍ଲାଷ୍ଟିକ ବସ୍ତୁର ବ୍ୟବହାର ଉପରେ ରୋକ ଲଗାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ସମସ୍ତ ମନ୍ତ୍ରାଳୟ ମଧ୍ୟ ଏହାକୁ ଅନୁସରଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଅକ୍ଟୋବର 2 ଠାରୁ ଏହାର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ନେଇ ଚେଷ୍ଟା ଚାଲିଛି । ସଂସଦ ଭବନ ପରିସରରେ ବ୍ୟବାହର କରାଯାଉନଥିବା ସମସ୍ତ ଅଦରକାରୀ ବୋତଲକୁ ଫିଙ୍ଗିବା ସହ ଏହା ସମ୍ବନ୍ଧୀୟ ବସ୍ତୁକୁ ବ୍ୟବହାର ନକରିବାକୁ ଆଦେଶ ଦିଆଯାଇଛି । ସଂସଦ ଭବନ ପରିସରରେ କାର୍ଯ୍ୟରତ ଲୋକସଭା ସଚିବାଳୟ ଓ ଅନ୍ୟ ମସସ୍ତ ସହାୟକ କର୍ମଚାରୀଙ୍କୁ ଏହି ନିର୍ଦ୍ଦେଶର ପାଳନ କରିବା ପାଇଁ କୁହାଯାଇଛି ।

ପ୍ଲାଷ୍ଟିକ ବସ୍ତୁ ବ୍ୟବାହାର ବନ୍ଦକରି ଏହା ବଦଳରେ ପ୍ରକୃତି ପାଇଁ ଯାହା ଅନୁକୂଳ ହୋଇଥିବ ଆଉ ପ୍ରକୃତିକ ସାମଗ୍ରୀ ବ୍ୟବହାର କରିବା ପାଇଁ କୁହାଯାଇଛି । ଲୋକସଭା ସଚିବାଳୟର ଏହି ପଦକ୍ଷେପ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ରାଷ୍ଟ୍ର ପାଇଁ କରାଯାଇଥିବା ଆହ୍ବାନ ଦିଶାରେ ଗୋଟେ ପାଦ ଆଗକୁ ବଢିଛି ।

ଏଠାରେ ଉଲ୍ଲେଖନୀୟ ଯେ, ଅଗଷ୍ଟ 15ରେ 73 ତମ ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ 2019 ଅକ୍ଟୋବର 2 ସୁଦ୍ଧା ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ଅବସରରେ ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୂର୍ଣ୍ଣ ବର୍ଜନ କରିବା ପାଇଁ ଆହ୍ବାନ ଦେଇଥିଲେ ।

Intro:Body:

ggg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.