ETV Bharat / bharat

'ସବୁଜତା ବୃଦ୍ଧି କର, ସୁସ୍ଥ ରୁହ' ବାର୍ତ୍ତା ବାଣ୍ଟୁଛନ୍ତି 'ଗ୍ରୀନ ମ୍ୟାନ' ରୋହିତ ମେହେରା

ନିଆରା ପ୍ରକୃତି ପ୍ରେମୀ । ପେଶାରେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ, ହେଲେ ପ୍ରେମ ବୃକ୍ଷରୋପଣ । ଆମେ କହୁଛୁ ପଞ୍ଜାବ ଲୁଧିଆନାରେ ଆୟକର ବିଭାଗରେ ଯୁଗ୍ମ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିବା ରୋହିତ ମେହେରାଙ୍କ କଥା । ଯିଏ 'ଗ୍ରୀନ ମ୍ୟାନ' ନାମରେ ବେଶ ପ୍ରସିଦ୍ଧ । ଦେଖନ୍ତୁ ନିଜ ବ୍ୟସ୍ତ ବହୁଳ କାର୍ଯ୍ୟଶୈଳୀ ମଧ୍ୟରେ କିପରି ବୃକ୍ଷରୋପଣ ଅଭିଯାନକୁ ସଫଳତା ପୂର୍ବକ ଚଲାଉଛନ୍ତି ସେ...

'ସବୁଜତା ବୃଦ୍ଧି କର, ସୁସ୍ଥ ରୁହ' ବାର୍ତ୍ତା ବାଣ୍ଟୁଛନ୍ତି 'ଗ୍ରୀନ ମ୍ୟାନ' ରୋହିତ ମେହେରା
'ସବୁଜତା ବୃଦ୍ଧି କର, ସୁସ୍ଥ ରୁହ' ବାର୍ତ୍ତା ବାଣ୍ଟୁଛନ୍ତି 'ଗ୍ରୀନ ମ୍ୟାନ' ରୋହିତ ମେହେରା
author img

By

Published : Nov 1, 2020, 2:19 PM IST

ପଞ୍ଜାବ: ରୋହିତ ମେହେରା ଓରଫ 'ଗ୍ରୀନ ମ୍ୟାନ' । ସାରା ଦେଶରେ 75ରୁ ଅଧିକ ଗ୍ରୀନ ବେଲ୍ଟର ବିକାଶ କରିଛନ୍ତି ରୋହିତ । ଆଉ ସେ ବିକଶିତ କରିଥିବା ପ୍ରତି ଗ୍ରୀନ ବେଲ୍ଟରେ ରହିଛି 600ରୁ 700 ଗଛ । ଏହିଭଳି ଭାବେ ସେ ଦେଶର କୋଣ ଅନୁକୋଣରେ ପାଖାପାଖି 8 ଲକ୍ଷ ଚାରା ରୋପଣ କରିସାରିଛନ୍ତି ।

ରୋହିତ ମେହେରା ବର୍ତ୍ତମାନ ଲୁଧିଆନାରେ ଆୟକର ବିଭାଗରେ ଯୁଗ୍ମ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି । ହେଲେ ସେ ନିଜ ପେଶା ଆଗରେ ପରିବେଶ ପ୍ରତି ଥିବା ତାଙ୍କ ପ୍ରେମକୁ କେବେ ବି ବାଧକ ସାଜିବାକୁ ଦେଇନାହାନ୍ତି । ଗତ 4 ବର୍ଷ ଧରି ରୋହିତ ମେହେରା ନିଜ ବଳରେ ବୃକ୍ଷରୋପଣ ଅଭିଯାନ ଚଳାଉଛନ୍ତି । ପଞ୍ଜାବର ପ୍ରତି ଜିଲ୍ଲାରେ ସେ ଗ୍ରୀନ ବେଲ୍ଟର ବିକାଶ କରିବା ବ୍ୟତୀତ ସୁରଟ, ବଡୋଦା, ମୁମ୍ବାଇ ଏବଂ ଦିଲ୍ଲୀ ସମେତ ଭାରତର ଅନ୍ୟ ସହରରେ ଏକ ଛୋଟ ଛୋଟ ଜଙ୍ଗଲ ସୃଷ୍ଟି କରି ସବୁଜ ପରିବେଶର ଛାପ ଛାଡିଛନ୍ତି ।

'ସବୁଜତା ବୃଦ୍ଧି କର, ସୁସ୍ଥ ରୁହ' ବାର୍ତ୍ତା ବାଣ୍ଟୁଛନ୍ତି 'ଗ୍ରୀନ ମ୍ୟାନ' ରୋହିତ ମେହେରା

ପରିବେଶ ପ୍ରେମୀ ସହ ରୋହିତ ଜଣେ ଉଚ୍ଚପଦସ୍ତ ସରକାରୀ ଅଧିକାରୀ । ତଥାପି ନିଜ ବ୍ୟସ୍ତବହୁଳ କାର୍ଯ୍ୟରୁ ସେ ଟିକେ ସମୟ ବାହାର କରି ପରିବେଶର ସୌନ୍ଦର୍ଯ୍ୟକୁ ସୁରକ୍ଷିତ କରିଥାନ୍ତି । ଆଉ ପରିବେଶକୁ ସ୍ବଚ୍ଛ ଏବଂ ସବୁଜ ରଖିବା ପାଇଁ ଦିନରାତି କାମ କରିଥାନ୍ତି ।

ରୋହିତ ଦେଶକୁ ସବୁଜ ରଖିବା ପାଇଁ 1000 ଗ୍ରୀନ ବେଲ୍ଟ କିମ୍ବା ଛୋଟ ଜଙ୍ଗଲ ବିକାଶ କରିବାକୁ ସଂକଳ୍ପବଦ୍ଧ । ଆଉ ପ୍ରକୃତି ଓ ପରିବେଶ ପ୍ରତି ତାଙ୍କ ଏହି ପ୍ରେମ ପାଇଁ ସେ ସମଗ୍ର ପଞ୍ଜାବରେ ପ୍ରସିଦ୍ଧ । ଏକ ଉଚ୍ଚପଦସ୍ଥ ସରକାରୀ ହେବା ସତ୍ତ୍ବେ ରୋହିତଙ୍କ ପ୍ରକୃତି ଓ ପରିବେଶ ପ୍ରତି ଏଭଳି ଭଲ ପାଇବା ବାସ୍ତବରେ ପ୍ରଶଂସନୀୟ ଓ ଅନୁକରଣନୀୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.