ETV Bharat / bharat

ଲକଡାଉନ 4.0ରେ ଗଡିବ ବସ, ଉଡିବ ବିମାନ ! - lockdown 3.0

ଲକଡାଉନ 3.0 ମେ 17ରେ ଶେଷ ହେବ । ଲକଡାଉନ 4.0 ଲାଗୁ ହେବ । ହେଲେ ଏଥର ଲକଡାଉନ ନୂଆ ରୂପ ଓ ନୂଆ ନିୟମ ସହ ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ...

ଲକଡାଉନ 4.0ରେ ଗଡିବ ବସ, ଉଡିବ ବିମାନ !
ଲକଡାଉନ 4.0ରେ ଗଡିବ ବସ, ଉଡିବ ବିମାନ !
author img

By

Published : May 15, 2020, 9:40 AM IST

ନୂଆଦିଲ୍ଲୀ: କୋରୋନା ଲକଡାଉନ ଯୋଗୁଁ ବିଗିଡି ଯାଇଛି ସ୍ବାଭାବିକ ଜୀବନଶୈଳୀ । ଯାହାକୁ ସୁଧାରିବାକୁ ଲକଡାଉନ 4.0ରେ କେତେକ କଟକଣାକୁ କୋହଳ କରାଯିବ । ଲକଡାଉନ 3.0 ମେ 17 ରେ ସରିବାକୁ ଥିବାବେଳେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହେବ।

ମେ 12ରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରି ଲକଡାଉନ 4.0 ଲାଗୁ ହେବା ନେଇ ଘୋଷଣା କରିଥିଲେ । ଏହି ଲକଡାଉନ ନୂଆ ରୂପ ଓ ନୂଆ ନିୟମରେ ଆସିବ ବୋଲି ସେ କହିଥିଲେ । ମେ 15 ତାରିଖ ସୁଦ୍ଧା କଣ କୋହଳ ହେବ ସେନେଇ ଜଣାଇ ଦିଆଯିବ ବୋଲି ମୋଦି କହିଛନ୍ତି ।

ସୂଚନାନୁଯାୟୀ, ଲକଡାଉନ 4.0ରେ କେନ୍ଦ୍ର ସରକାର କେତେକ ନିର୍ଦ୍ଦିଷ୍ଟ ରାଜ୍ୟରେ ବସ, ଟ୍ରେନ ଓ ବିମାନ ଚଳାଚଳ ଆରମ୍ଭ କରିପାରନ୍ତି । ତେବେ ବସ ସେବା ଚଳାଚଳ ଆରମ୍ଭ କରିବା ସତ୍ତ୍ବେ ଏହା ଗୋଟିଏ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଡିବ କି ନା ନାହିଁ ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ । ରାଜ୍ୟର ସୀମା ଖୋଲିବାର ଅଧିକାର କେବଳ ରାଜ୍ୟ ସରକାରଙ୍କ ବୋଲି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି । ସେହିପରି ସରକାର ଆସନ୍ତା ସପ୍ତାହରୁ ଘରୋଇ ବିମାନ ଯୋଗାଇବାକୁ ଅନୁମତି ଦେଇଥିବାବେଳେ ଟ୍ରେନ ସେବା ଆରମ୍ଭ ହୋଇଯାଇଛି ।

ଏହା ସହ ରାଜ୍ୟର କେଉଁ ଅଞ୍ଚଳ କୋରୋନା ହଟସ୍ପଟ ଚିହ୍ନଟ ହେବ ସେ ଦିଗରେ ନିଷ୍ପତ୍ତି କେନ୍ଦ୍ର ସରକାର ନୁହେଁ ରାଜ୍ୟ ସରକାର ନେବେ ବୋଲି ଅଧିକାରୀ ଜଣକ କହିଛନ୍ତି । ନନ ହଟସ୍ପଟ ଅଞ୍ଚଳରେ କମ ସଂଖ୍ୟକ ଲୋକଙ୍କୁ ନେଇ ବସ ଚଳାଚଳ କରିବ । ଅଟୋ ଓ ଟ୍ୟାକ୍ସି ମଧ୍ୟ ଚଳାଚଳ କରିବ । ହେଲେ ଏଥିପାଇଁ ଏକ ଗାଇଡଲାଇନ ମଧ୍ୟ ଆସିବ । କେବଳ ଜିଲ୍ଲାଗୁଡିକୁ ଏହି ସୁବିଧା ଦିଆଯାଇଥିବାବେଳେ ଆନ୍ତଃ ରାଜ୍ୟ ପାଇଁ କେବଳ ପାସଧାରୀଙ୍କୁ ମିଳିବ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବା ପୂର୍ବରୁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଲକଡାଉନ 4.0ରେ କାହା ଉପରେ କଟକଣା କହଳ କରାଯିବ ସେନେଇ ପରାମର୍ଶ ଲୋଡିଥିଲେ । ଯେଉଁଥିରେ କେତେକ ରାଜ୍ୟ କଟକଣାକୁ କୋହଳ କରିବାକୁ ଦାବି ରଖିଥିବାବେଳେ ଓଡିଶା ସରକାର କଟକଣାକୁ ଆହୁରି କଡାକଡି କରିବାକୁ ପ୍ରସ୍ତାବ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.