ETV Bharat / bharat

ପାକିସ୍ତାନ ଆକାଶରେ ପାଇଲଟ ଦେଖିଲେ UFO

author img

By

Published : Jan 27, 2021, 10:02 PM IST

ଆକାଶରେ ଉଜ୍ବଳ ୟୁଏଫଓ ଦେଖାଯାଇଥିବା ନେଇ ବିମାନରେ ଉଡାଣ ଭରୁଥିବା ପାକିସ୍ତାନର ଜଣେ ପାଇଲଟ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ପାକିସ୍ତାନରେ ଆକାଶରେ ପାଇଲଟ ଦେଖିଲେ UFO
ପାକିସ୍ତାନରେ ଆକାଶରେ ପାଇଲଟ ଦେଖିଲେ UFO

ଇସଲାମାବାଦ: ପାକିସ୍ତାନର ଆକାଶରେ ଦେଖାଦେଇଛି ଅନ୍ତରୀକ୍ଷ ଯାନ ତଥା ୟୁଏଫଓ । ଆକାଶରେ ଉଜ୍ବଳ ୟୁଏଫଓ ଦେଖାଯାଇଥିବା ନେଇ ବିମାନରେ ଉଡାଣ ଭରୁଥିବା ପାକିସ୍ତାନର ଜଣେ ପାଇଲଟ ଦାବି କରିଛନ୍ତି ।

ସୂଚନା ଅନୁଯାୟୀ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ଏୟାରଲାଇନ୍ସର ପାଇଲଟ ଏକ ୟୁଏଫଓକୁ ରହୀମ ୟାର ଖାନ ନିକଟରେ ଦେଖିବାକୁ ପାଇଥିଲେ । ସେ ଏୟାରବସ ଏ-320କୁ ଲହୋରରୁ କରାଚୀ ନେଉଥିବା ସମୟରେ ଏହି ୟୁଏଫଓର ଭିଡିଓ ମଧ୍ୟ ଉତ୍ତୋଳନ କରିଛନ୍ତି ।

ପାଇଲଟଙ୍କ କହିବାନୁଯାୟୀ, ସୂର୍ଯ୍ୟାଲୋକ ସତ୍ତ୍ବେ ୟୁଏଫଓଟି ଅତ୍ୟନ୍ତ ଉଜ୍ବଳ ଦେଖାଯାଉଥିଲା । ଦିନରେ ଏଭଳି ୟୁଏଫଓ କ୍ବଚିତ ଦେଖିବାକୁ ମିଳେ । ତେବେ ପାଇଲଟ ଜଣକ କହିଛନ୍ତି ଯେ ଆକାଶରେ ଦେଖିଥିବା ଏହି ଉଜ୍ବଳ ଜିନିଷ କୌଣସି ପ୍ଲାନେଟ ନଥିଲା । ହେଲେ ଏହା ସ୍ପେସ ଷ୍ଟେସନ କିମ୍ବା ଆର୍ଟିଫିସିଆଲ ପ୍ଲାନେଟ ହୋଇଥିବା ସେ କହିଛନ୍ତି ।

ଘଟଣାକୁ ନେଇ ପିଆଇଏ ମୁଖପାତ୍ର କହିଛନ୍ତି ଯେ ଏହି ୟୁଏଫଓଟି ଜାନୁଆରୀ 23ରେ ପାଇଲଟଙ୍କ ଦ୍ବାରା କରାଚୀ-ଲାହୋର ଫ୍ଲାଇଟରେ ଦେଖିବାକୁ ମିଳିଥିଲା । ଅପରାହ୍ନ 4ଟାରେ ରହୀମ ୟାର ଖାନ ନିକଟରେ ପାଇଲଟ ଏହି ୟୁଏଫଓ ଦେଖିଥିବା ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.