ETV Bharat / bharat

କୋରୋନା ଭୟ: କଏଦୀଙ୍କୁ ମାସ୍କ ଓ ସାନିଟାଇଜର ଯୋଗାଇ ଦେବାକୁ ଅପିଲ୍

କଏଦୀଙ୍କୁ ମାସ୍କ ଓ ସାନିଟାଇଜର ଯୋଗାଇ ଦେବାପାଇଁ ଦିଲ୍ଲୀ ହାଇକୋର୍ଟରେ ଅପିଲ କରାଯାଇଛି । ଏନେଇ ପବ୍ଲିକ୍ ଇଣ୍ଟରେଷ୍ଟ ଲିଟିଗେସନ(PIL) ପକ୍ଷରୁ ଦିଲ୍ଲୀର ସମସ୍ତ ଜେଲରେ କଏଦୀଙ୍କୁ ମାସ୍କ, ସାନିଟାଇଜର ଯୋଗାଇଦେବାକୁ ଅପିଲ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Mar 22, 2020, 11:08 PM IST

PIL in Delhi HC
ଫାଇଲ ଫଟୋ

ନୂଆଦିଲ୍ଲୀ: କଏଦୀଙ୍କୁ ମାସ୍କ ଓ ସାନିଟାଇଜର ଯୋଗାଇ ଦେବାପାଇଁ ଦିଲ୍ଲୀ ହାଇକୋର୍ଟରେ ଅପିଲ କରାଯାଇଛି । ଏନେଇ ପବ୍ଲିକ୍ ଇଣ୍ଟରେଷ୍ଟ ଲିଟିଗେସନ(PIL) ପକ୍ଷରୁ ଦିଲ୍ଲୀର ସମସ୍ତ ଜେଲରେ କଏଦୀଙ୍କୁ ମାସ୍କ, ସାନିଟାଇଜର ଯୋଗାଇଦେବାକୁ ଅପିଲ କରାଯାଇଛି । ଏହାର ଶୁଣାଣି ଆସନ୍ତା 24ରେ କରାଯିବ ।

PIL ପକ୍ଷର ଓକିଲ ବିକାଶ ପଦୋରା ଜେଲରେ ପ୍ରତିଷେଧକ ସିଞ୍ଚନ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଏହାସହ ଜେଲରେ ସ୍ବତନ୍ତ୍ର ଆଇସୋଲେସନ ୱାର୍ଡ ଗଠନ କରିବା ପାଇଁ ଯାଚିକାରେ ଅନୁରୋଧ କରାଯାଇଛି । ଏହାସହ କେନ୍ଦ୍ର ପକ୍ଷରୁ ମାଗଣା ମାସ୍କ ଓ ସାନିଟାଇଜର ଯୋଗାଇ ଦେବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ କଏଦୀଙ୍କୁ କିନ୍ତୁ ଏହି ସୁବିଧାରୁ ବଞ୍ଚିତ କରାଯାଇଛି । ସେମାନେ ନିଜେ ମାସ୍କ ପ୍ରସ୍ତୁତ କରି ପିନ୍ଧୁଥିବାର ଯାଚିକାରେ ଉଲ୍ଲେଖ ରହିଛି ।

ଜେଲରେ ନୂଆ କଏଦୀଙ୍କ ପ୍ରବେଶ କାରଣରୁ ଭାଇରସ ବ୍ୟାପିବାର ଡର ରହିଥିବା କୁହାଯାଇଛି । ଏଥିପାଇଁ ଜେଲରେ ସ୍କ୍ରିନିଂ କରାଯିବା ନେଇ ଯାଚିକାରେ ଉଲ୍ଲେଖ କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ କୋରୋନାକୁ ସତର୍କତା ଅବଲମ୍ବନ କରାଯାଉଥିବା ବେଳେ ଦେଶର ଜେଲ ଗୁଡିକୁ ଅବହେଳା କରାଯାଉଛି । ଯାଚିକାରେ ଜେଲରେ ଥିବା ଅସ୍ବାସ୍ଥ୍ୟକର ଶୌଚାଳୟ ଗୁଡିକ ବିଷୟରେ ମଧ୍ୟ କୁହାଯାଇଛି । ଅନ୍ୟପକ୍ଷେ କେବଳ ତିହାର ଜେଲରେ 12,100 କଏଦୀ ଅଛନ୍ତି । ଖାଲି ତିହାର ନୁହେଁ ଦେଶର ବିଭିନ୍ନ ଜେଲରେ କ୍ଷମତା ଠାରୁ ଅଧିକ କଏଦୀ ରହୁଥିବା କୁହାଯାଇଛି । ତେଣୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ବଚ୍ଛତାକୁ ଧ୍ୟାନ ଦେବାକୁ ଯାଚିକାରେ ଅନୁରୋଧ କରାଯାଇଛି ।

@ANI ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.