ETV Bharat / bharat

ଆସିଲାନି ଆମ୍ବୁଲାନ୍ସ, ସ୍ତ୍ରୀଙ୍କୁ ଟଲିରେ ମେଡିକାଲ ନେଲେ ସ୍ବାମୀ - ଉତ୍ତରପ୍ରଦେଶ

ଉତ୍ତରପ୍ରଦେଶରୁ ଏକ ଲଜ୍ଜାଜନକ ଚିତ୍ର ସାମ୍ନାକୁ ଆସିଛି । ଗୋଟିଏ ପଟେ ଯୋଗୀ ସରକାର ଲୋକଙ୍କ ସରକାର ବୋଲାଉଥିବା ବେଳେ ଏହି ଚିତ୍ର କିନ୍ତୁ କିଛି ଅଲଗା କହୁଛି । ଏହି ଦୃଶ୍ୟରେ ଆପଣ ଦେଖିପାରିବେ ଜଣେ ଅସହାୟ ବ୍ୟକ୍ତି ଆମ୍ବୁଲାନ୍ସ ସୁବିଧାରୁ ବଞ୍ଚିତ ହୋଇ ନିଜ ସ୍ତ୍ରୀଙ୍କୁ ଟଲିରେ ମେଡିକାଲ ନେଉଛନ୍ତି ।

picture question on up health system
ସ୍ତ୍ରୀଙ୍କୁ ଟଲିରେ ମେଡିକାଲ ନେଲେ ସ୍ବାମୀ
author img

By

Published : Jul 30, 2020, 10:30 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରୁ ଏକ ଲଜ୍ଜାଜନକ ଚିତ୍ର ସାମ୍ନାକୁ ଆସିଛି । ଯାହା ଯୋଗୀ ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇଛି । ଗୋଟିଏ ପଟେ ଯୋଗୀ ସରକାର ଲୋକଙ୍କ ସରକାର ବୋଲାଉଥିବା ବେଳେ ଏହି ଚିତ୍ର କିନ୍ତୁ କିଛି ଅଲଗା କହୁଛି । ଏହି ଦୃଶ୍ୟରେ ଆପଣ ଦେଖିପାରିବେ ଜଣେ ଅସହାୟ ବ୍ୟକ୍ତି ଆମ୍ବୁଲାନ୍ସ ସୁବିଧାରୁ ବଞ୍ଚିତ ହୋଇ ନିଜ ସ୍ତ୍ରୀଙ୍କୁ ଟଲିରେ ମେଡିକାଲ ନେଉଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସ୍ତ୍ରୀଙ୍କୁ ଟଲିରେ ମେଡିକାଲ ନେଲେ ସ୍ବାମୀ

ସୂଚନା ଅନୁଯାୟୀ, ଏହି ଦୃଶ୍ୟଟି ୟୁପି ବସ୍ତି ଜିଲ୍ଲାର ହରୈୟା ଅଞ୍ଚଳର ଅଟେ । ତେବେ ପ୍ରକୃତ ଘଟଣାଟି ହେଉଛି ଦିନେଶ କୁମାର ନାମକ ବ୍ୟକ୍ତି ପାରିବାରିକ କଳହକୁ ନେଇ ତାଙ୍କ ସ୍ତ୍ରୀଙ୍କୁ ମାରପିଟ୍ କରିଥିଲେ । ଯେଉଁଥିରେ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ । ଏହାପରେ ପତ୍ନୀଙ୍କୁ ହସ୍ପିଟାଲ ନେବାକୁ ଦିନେଶ ଆମ୍ବୁଲାନ୍ସକୁ କଲ କରିଥିଲେ । ମାତ୍ର ଆମ୍ବୁଲାନ୍ସ ନଆସିବାରୁ ସେ ତାଙ୍କ ସ୍ତ୍ରୀଙ୍କୁ ଧରି ଥାନାରେ ପହଞ୍ଚିଥିଲେ ।

ମାତ୍ର ପୋଲିସ ପକ୍ଷରୁ ମଧ୍ୟ ତାଙ୍କୁ କୌଣସି ସାହାଯ୍ୟ ମିଳିନଥିଲା । ଶେଷରେ ଦିନେଶ ଏକ ଟଲିରେ 20 କିମି ଦୂରରେ ଥିବା ଏକ ମେଡିକାଲକୁ ତାଙ୍କ ସ୍ତ୍ରୀଙ୍କୁ ନେଇ ଯାଇ ମେଡିକାଲରେ ପହଞ୍ଚିଥିଲେ । ତେବେ ଏଭଳି ଘଟଣା ଘଟିବା ଦେଶରେ ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ମଧ୍ୟ ଏହିଭଳି ବିଭିନ୍ନ ଘଟଣା ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.