ETV Bharat / bharat

ଭାଇରାଲ ହେଲା ପୁରୁଣା ଫଟୋ, ଝିଅର ପୋଲିସ ବ୍ୟାଚ୍ ଦେଖି ଭାବବିହ୍ବଳ ବାପା

author img

By

Published : May 11, 2020, 7:31 PM IST

ସୋସିଆଲ ମିଡିଆରେ ବାପା ଝିଅର ଏକ ଫୋଟ ଭାଇରାଲ ହୋଇଛି, ଯାହାକୁ ଦେଖି ବହୁତ ଲୋକେ ପସନ୍ଦ କରିଛନ୍ତି । ଏହି ଫଟୋରେ ଜଣେ ମହିଳା ପୋଲିସ ଅଧିକାରୀଙ୍କ କାନ୍ଧରେ ଲାଗିଥିବା ବ୍ୟାଚକୁ ତାଙ୍କ ପିତା ଦେଖି ଗର୍ବ ଅନୁଭବ କରୁଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଝିଅର ପୋଲିସ ବ୍ୟାଚ୍ ଦେଖି ଭାବବିହୋଳ ବାପା
ଝିଅର ପୋଲିସ ବ୍ୟାଚ୍ ଦେଖି ଭାବବିହୋଳ ବାପା

ଇମ୍ଫାଲ: ଦେଶରେ ମହିଳା ସଶକ୍ତିକରଣର ବହୁତ ଗୁଡାଏ ଉଦାହରଣ କୌଣସି ନା କୌଣସି ରୂପରେ ଦେଖିବାକୁ ମିଳୁଛି । ଏପରି ଏକ ଉଦାହରଣ ଫଟୋ ମାଧ୍ୟମରେ ପୁଣି ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଫଟୋ ଦୃତଗତିରେ ଭାଇରାଲ ହେବାକୁ ଲାଗିଛି । ଏହି ଫଟୋରେ ଜଣେ ମହିଳା ପୋଲିସ ଅଧିକାରୀଙ୍କ କାନ୍ଧରେ ଲାଗିଥିବା ବ୍ୟାଚକୁ ତାଙ୍କ ପିତା ଦେଖୁଛନ୍ତି ।

ଜଣେ ଟ୍ବିଟର ୟୁଜର ଅମିତ ପାଞ୍ଚାଲ ନିଜ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଛନ୍ତି । ଏହି ଟ୍ବିଟର ମୁତାବକ ପୋଲିସ ଅଧିକାରୀଙ୍କ ନାଁ ରତ୍ନା ଏଙ୍ଗାସେପ୍ପମ । ସେ ମଣିପୁର ପୋଲିସ ଅଧିକାରୀ ଅଟନ୍ତି ଏବଂ ରାଜଧାନୀ ଇମ୍ଫାଲରେ ଡିଏସପି ପଦବୀରେ ଅଛନ୍ତି । ଏହି ଫଟୋରେ ରତ୍ନାଙ୍କ ପିତା ପୋଲିସ ପୋଷାରେ ଥିବା ନିଜ ଝିଅର କାନ୍ଧରେ ଲାଗିଥିବା ଫିତା ଏବଂ ସେଥିରେ ଲାଗିଥିବା ବ୍ୟାଚକୁ ଗର୍ବର ସହ ଦେଖୁଛନ୍ତି । ସେପଟେ ପୋଲିସ ଅଧିକାରୀ ମଧ୍ୟ ନିଜ ପିତାଙ୍କ ସାମ୍ନାରେ ଠିଆ ହୋଇ ଗର୍ବିତ ଅନୁଭବ ଏବଂ ମୁହଁରେ ସ୍ମିତ ହାସ୍ୟ ଦେଇଛନ୍ତି ।

ସୂଚନା ଅନୁସାରେ ଏହି ଫଟୋଟି 2019 ରେ ଉଠାଯାଇଥିଲା, ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରତ୍ନା ବର୍ତ୍ତମାନ ଏଡିଶନାଲ ଏସପି ଅଛନ୍ତି ଏବଂ ଏହି ଫଟୋଟି ସେହି ଦିନର ଅଟେ ଯେଉଁ ଦିନ ସେ ଡିଏସପିରୁ ପ୍ରମୋସନ ପାଇ ଏଏସପି ହୋଇଥିଲେ । ଏହି ଫଟୋଟି ପୁରୁଣା ହେବା ସତ୍ତ୍ବେ ୟୁଜର୍ସମାନେ ବହୁତ ସେୟାର କରିଛନ୍ତି । ଏପରିକି ଫିଲ୍ମଷ୍ଟାର ରବୀନା ଟଣ୍ଡନ ଏବଂ ଅତିୟା ସେଟ୍ଟୀ ମଧ୍ୟ ଏହି ଫୋଟକୁ ରିଟ୍ବିଟ କରି ନିଜ ଖୁସି ଜାହିର କରିଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.