ETV Bharat / bharat

ଦେଶରେ କୋରୋନା ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ଫାଇଜର

ଭାରତରେ ଜରୁରୀକାଳୀନ କୋରୋନା ଟୀକା ବ୍ୟବହାର ପାଇଁ ଅନୁମତି ମାଗିଲା ଫାଇଜର । ଗତ 4ତାରିଖେ ଡିସିଜିଆଇକୁ ଅନୁମତି ମାଗିଛି ଫାଇଜର । ଅଧିକ ପଢନ୍ତୁ...

ଦେଶରେ କୋରୋନା ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ଫାଇଜର
ଦେଶରେ କୋରୋନା ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ଫାଇଜର
author img

By

Published : Dec 6, 2020, 8:48 AM IST

ନୂଆଦିଲ୍ଲୀ:ଭାରତରେ ଜରୁରୀକାଳୀନ କୋରୋନା ଟୀକା ବ୍ୟବହାର ପାଇଁ ଅନୁମତି ମାଗିଲା ଫାଇଜର । ବ୍ରିଟେନ ଓ ବାହାରିନରେ ଟୀକା ବ୍ୟବହାର ପାଇଁ ଅନୁମତି ମିଳିବା ପରେ ଭାରତରେ ମଧ୍ୟ ବ୍ୟବହାର ପାଇଁ ଫାଇଜରର ଭାରତୀୟ ଶାଖା ଡିସିଜିଆଇକୁ ଅନୁମତି ମାଗିଛି ।

ଦେଶରେ ବିକ୍ରି ଓ ବିତରଣ ପାଇଁ ଅନୁମତି ମଗାଯାଇଛି । ଏହାସହ ଔଷଧ ଓ କ୍ଲିନିକାଲ ପରୀକ୍ଷଣ ନିୟମ, ୨୦୧୯ର ସ୍ୱତନ୍ତ୍ର ବ୍ୟବସ୍ଥା ଅନୁସାରେ ଭାରତର ଜନସଂଖ୍ୟାରେ କ୍ଲିନିକାଲ ପରୀକ୍ଷଣ ରିହାତି ଦିଆଯିବାକୁ ମଧ୍ୟ ଅନୁରୋଧ କରିଛି । ତେବେ ଗତ ଡିସେମ୍ବର 4 ତାରିଖରେ ଡିସିଜିଆଇକୁ ଅନୁମତି ପାଇଁ ଆବେଦନ କରିଛି ଫାଇଜର ।

ସୂଚନା ଅନୁସାରେ, ପ୍ରଥମ ଦେଶ ପାଇଁ ବ୍ରିଟେନରେ ଟୀକାକରଣ ପାଇଁ ଅନୁମତି ଦେଇଥିଲା । ଏହାପରେ ବାହାରିନ ମଧ୍ୟ କୋରୋନା ଟିକା ବ୍ୟବହାର ପାଇଁ ଅନୁମତି ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.