ନୂଆଦିଲ୍ଲୀ : ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ମଙ୍ଗଳବାର ଦିନ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 54 ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଜେଲ 58 ପଇସା ବୃଦ୍ଧି କରାଯାଇଛି। ତେବେ ପୂର୍ବରୁ ପେଟ୍ରୋଲ ଦର 73 ଟଙ୍କା ରହିଥିବା ବେଳେ ଡିଜେଲ 71 ଟଙ୍କା 17 ପଇସା ଥିଲା । ଯାହାର ଦର ବୃଦ୍ଧି ଘଟି ପେଟ୍ରୋଲ ଲିଟର ପିଛା 73 ଟଙ୍କା 45 ପଇସାରେ ପହଞ୍ଚିଛି ।
ସେହିପରି ମୁମ୍ବାଇରେ ମଧ୍ୟ ତୈଳ ଦର ବୃଦ୍ଧି ଘଟିଛି । ପେଟ୍ରୋଲରେ 52 ପଇସା ଓ ଡିଜେଲରେ 55 ପଇସା ବୃଦ୍ଧି ଘଟିଛି । ତେବେ ପୂର୍ବରୁ ପେଟ୍ରୋଲ 80 ଟଙ୍କା 1 ପଇସା ଥିବା ବେଳେ ଡିଜେଲ 69.92 ଟଙ୍କା ରହିଥିଲା ।
ସୌଜନ୍ୟ @ ANI