ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ଦିନରେ ପୁଣି ବୃଦ୍ଧି ପାଇଲା ଦେଶରେ ପେଟ୍ରୋଲ ଦର । ସୋମବାର ଦିନ ପେଟ୍ରୋଲର ଦର ଲିଟର ପିଛା 16 ପଇସା ବୃଦ୍ଧି କରାଯାଇଛି। ଏହା ସହ ଦିଲ୍ଲୀରେ ପେଟ୍ରୋଲର ଦର 80.73 ଟଙ୍କା ହୋଇଛି । ତେବେ ଡିଜେଲ ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ। ଦୀର୍ଘ 47 ଦିନ ପରେ ରବିବାର ପେଟ୍ରୋଲର ଦର ବୃଦ୍ଧି ହୋଇ 80.57 ଟଙ୍କା ହୋଇଥିଲା।
ଯଦି ଆମେ ଦେଶର ପ୍ରମୁଖ ମହାନଗରୀର ବିଷୟରେ କହିବା ତେବେ ଦିଲ୍ଲୀରେ ପେଟ୍ରୋଲ ଲିଟର ହେଉଛି 80.73 ଏବଂ ଡିଜେଲ ହେଉଛି 73.56 । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 87.45 ଟଙ୍କା ଏବଂ ଡିଜେଲ ଲିଟର ପିଛା 80.11 ଟଙ୍କା ରହିଛି। କୋଲକାତାରେ ପେଟ୍ରୋଲ 82.30 ଟଙ୍କା ଏବଂ ଡିଜେଲ ଲିଟର ପିଛା 77.06 ଟଙ୍କା ରହିଛି। ଚେନ୍ନାଇରେ ଯଥାକ୍ରମେ ପେଟ୍ରୋଲ 83.87 ଟଙ୍କା ଏବଂ ଡିଜେଲ 78.86 ଟଙ୍କା ।
ସେହିଭଳି ଏନସିଆରରେ ପେଟ୍ରୋଲ 81.34 ଟଙ୍କା ଏବଂ ଡିଜେଲ 73.87 ଟଙ୍କା ରହିଛି । ସୂଚନାଯୋଗ୍ୟ ଯେ ନିକଟରେ ଦିଲ୍ଲୀରେ ଡିଜେଲ ଉପରେ ଭାଟ୍ 30% ରୁ 16.75% କୁ ହ୍ରାସ କରାଯାଇଛି। ଏହି କାରଣରୁ, ଦିଲ୍ଲୀରେ ମଧ୍ୟ ଡିଜେଲ ଶସ୍ତା ହୋଇଛି ।