ନୂଆଦିଲ୍ଲୀ: ତେଲ ମାର୍କେଟ ଉପରେ ପଡ଼ିଛି 2019-20 ଆର୍ଥିକ ବର୍ଷର ବଜେଟ। ଆଜି ସକାଳ ୬ଟାରୁ ପେଟ୍ରୋଲ ଲିଟର ପିଛା 2 ଟଙ୍କା 45 ପଇସା ଓ ଡିଜେଲ ଲିଟର ପିଛା 2 ଟଙ୍କା 36 ପଇସା ବୃଦ୍ଧି ପାଇଛି।
ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୦.୫୧ ଓ ଡିଜେଲ୍ ୬୪.୩୩ ଟଙ୍କା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୭୬.୧୫ ଟଙ୍କା ଓ ଡିଜେଲ ଲିଟର ପିଛା ୬୭.୪୦ ଟଙ୍କା ଥିଲା। ଆଜି ଦିଲ୍ଲୀରେ ପେଟ୍ରୋଲ ଦର ରହିଛି 72ଟଙ୍କା 96 ପଇସା ଥିବା ବେଳେ ଡିଜେଲ 66ଟଙ୍କା 69 ପଇସା ରହିଛି । ଗତକାଲି ବଜେଟରେ ତୈଳଦର ଉପରେ 1ଟଙ୍କା ସେସ୍ ବୃଦ୍ଧି ନେଇ ଘୋଷଣା ହୋଇଥିଲା ।