ETV Bharat / bharat

ଆଗକୁ ତୈଳ ଦର ଲିଟର ପିଛା 3 ଟଙ୍କା ବୃଦ୍ଧି ଆଶଙ୍କା: ବିଶେଷଜ୍ଞ

ଅନ୍ତର୍ଜାତୀୟ ବଜାରରେ ତୈଳଦର ପରିବର୍ତ୍ତନ ହେଉଥିବାରୁ ଭାରତରେ ଏହାର ପ୍ରଭାବ ପଡୁଛି । ଏପରିକି ଆଗକୁ ପେଟ୍ରୋଲ ଓ ଡିଜେଳ ଦର ଲିଟର ପିଛା 3 ଟଙ୍କା ବୃଦ୍ଧି ଘଟିପାରେ ।

ପ୍ରତିକାତ୍ମକ ଫଟୋ
author img

By

Published : May 27, 2019, 8:50 AM IST

ନୂଆଦିଲ୍ଲୀ: ପୁଣି ଗ୍ରାହକଙ୍କ ମୁଣ୍ଡବ୍ୟଥା ବଢାଇପାରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି । ନିର୍ବାଚନ ସରିବା ପରେ ଗ୍ରାହକଙ୍କୁ ହୋଇପାରେ ମହଙ୍ଗା ମାଡ । ଏହାରି ମଧ୍ୟରେ ତୈଳ ଦର ଲିଟର ପିଛା 3ଟଙ୍କା ଯାଁଏ ବୃଦ୍ଧି ହେବା ଆଶଙ୍କା ରହିଥିବା ବିଶେଷଜ୍ଞ ମତପ୍ରକାଶ କରିଛନ୍ତି ।

ଯାହାର ପରିଣାମ ଲୋକସଭା ନିର୍ବାଚନ ସରିବା ପରେ ରାଜଧାନୀ ଦିଲ୍ଲୀରେ ଦେଖାଯାଇଛି । ଏବେ ଲିଟର ପିଛା ପେଟ୍ରୋଲ 64 ଟଙ୍କା ରହିଥିବା ବେଳେ ଡିଜେଲ ଦର ଲିଟର ପିଛା ରହିଛି 68 ଟଙ୍କା । ରବିବାର ଲଗାତାର ଭାବେ ତୈଳ ଦର ଚତୁର୍ଥ ଥର ପାଇଁ ବୃଦ୍ଧି ଘଟିଛି ।

ଅନ୍ତର୍ଜାତୀୟ ବଜାରରେ ତୈଳଦର ପରିବର୍ତ୍ତନ ହେଉଥିବାରୁ ଭାରତରେ ଏହାର ପ୍ରଭାବ ପଡୁଛି । ଏପରିକି ଆଗକୁ ପେଟ୍ରୋଲ ଓ ଡିଜେଳ ଦର ଲିଟର ପିଛା 3 ଟଙ୍କା ବୃଦ୍ଧି ଘଟିପାରେ । ଆଞ୍ଜେଲ ବ୍ରୋକିଙ୍ଗ ଡେପୁଟି ଭାଇସ ପ୍ରେସିଡେଣ୍ଟ ଅନୁଜ ଗୁପ୍ତା ଏନେଇ କହିଛନ୍ତି, ଯେ ଦେଶରେ ହୋଇଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତୈଳଦର ଉପରେ ନିୟନ୍ତ୍ରଣ ରଖାଯାଇଥିଲା । ଯେଉଁଥିପାଇଁ ସବୁ ତୈଳକମ୍ପାନୀ ଅନେକ କ୍ଷତି ସହିଥିଲେ । ଆଉ ସେହି କ୍ଷତିକୁ ଭରଣ କରିବାକୁ ଯାଇ ଆଗାମୀ ଦିନରେ ତୈଳ ଦର ବୃଦ୍ଧି ହେବାର ଆଶଙ୍କା କରାଯାଉଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.