ETV Bharat / bharat

ଶ୍ରୀକୃଷ୍ଣ ଜନ୍ମଭୂମି ମାଲିକାନାକୁ ନେଇ ମଥୁରା ଜିଲ୍ଲାକୋର୍ଟରେ ସୋମବାର ପିଟିସନ

author img

By

Published : Oct 11, 2020, 10:49 PM IST

ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମିର ମାଲିକାନାକୁ ନେଇ ପିଟିସନ । ଆସନ୍ତାକାଲି ସୁପ୍ରିମକୋର୍ଟ ବରିଷ୍ଠ ଓକିଲ ହରିଶଙ୍କର ସହ ପାଞ୍ଚଜଣ ସୋମବାର ମଥୁରା ଜିଲ୍ଲା କୋର୍ଟରେ ପିଟିସନ ଦାଖଲ କରିବେ । ଅଧିକ ପଢନ୍ତୁ...

ଶ୍ରୀକୃଷ୍ଣ ଜନ୍ମଭୂମିର ମାଲିକାନାକୁ ନେଇ ମଥୁରା ଜିଲ୍ଲା କୋର୍ଟରେ ହେବ ପିଟିସନ

ଲକ୍ଷ୍ନୌ: ଶ୍ରୀକୃଷ୍ଣ ଜନ୍ମଭୂମିର ମାଲିକାନାକୁ ନେଇ ପିଟିସନ । ସୁପ୍ରିମକୋର୍ଟ ବରିଷ୍ଠ ଓକିଲ ହରିଶଙ୍କର ସହ ପାଞ୍ଚଜଣ ସୋମବାର ମଥୁରା ଜିଲ୍ଲା କୋର୍ଟରେ ପିଟିସନ ଦାଖଲ କରିବେ । ପୂର୍ବରୁ 25 ସେପ୍ଟେମ୍ବରରେ ସିନିୟର ଡିଭିଜନ କୋର୍ଟରେ ଏକ ଯାଚିକା ଦାଖଲ କରାଯାଇଥିଲା କିନ୍ତୁ ପ୍ରମାଣ ଅଭାବକୁ ନେଇ ଯାଚିକାକୁ ଖାରଜ କରାଯାଇଥିଲା ।

ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି 13.37 ଏକରରେ ତିଆରି ହୋଇଛି । ଯେଉଁଥିରେ ଶ୍ରୀକୃଷ୍ଣ ଜନ୍ମଭୂମିର ଲୀଳା ମଞ୍ଚ, ଭାଗବତ ଭବନ ରହିଛି । ଏହା ସହ ଦେଢ ଏକର ଜମିରେ ଇଦଗାହା ମସଜିଦ ତିଆରି ହୋଇଛି । ଯାହାକୁ ନେଇ ଗତ 25 ସେପ୍ଟେମ୍ବରରେ ଶ୍ରୀକୃଷ୍ଣ ଜନ୍ମସ୍ଥାନକୁ ମାଲିକାନା ହକକୁ ନେଇ ଯାଚିକା ଦାଖଲ କରାଯାଇଥିଲା । ଯେଉଁଥିରେ କୃଷ୍ଣସେବା ସଂସ୍ଥାନ ଓ ସ୍ବାହି ଇଦଗାହ କମିଟିକୁ ପକ୍ଷଭୁକ୍ତ କରାଯାଇଥିଲା । ଏହି ଯାଚିକାରେ ମସଜିଦ ମୁକ୍ତ ଶ୍ରୀକୃଷ୍ଣ ଜନ୍ମଭୂମି ପାଇଁ ଦାବି କରାଯାଇଛି । ଏହାକୁ କିନ୍ତୁ ଉଚ୍ଚ ନ୍ୟାୟଧିକ ଉପଯୁକ୍ତ ପ୍ରମାଣ ଅଭାବରୁ ଯାଚିକାକୁ ଖାରଜ କରିଦେଇଥିଲେ ।

ନିୟମ ଅନୁଯାୟୀ, ଯଦି ନିମ୍ନ ଅଦାଲତରେ ଏହି ଆବେଦନ ପ୍ରତ୍ୟାଖ୍ୟାନ କରାଯାଏ, ତେବେ ଏହି ଆବେଦନ ଉପର କୋର୍ଟରେ ଦାଖଲ ହୋଇପାରିବ। ତେଣୁ ସୋମବାର ଦିନ ଶ୍ରୀ କୃଷ୍ଣ ଜନ୍ମ ଜମିର ମାଲିକାନା ତଥା ମସଜିଦ ପରିସରରୁ ମୁକ୍ତ କରିବା ପାଇଁ ଜିଲ୍ଲା ଜଜ୍ କୋର୍ଟରେ ଆବେଦନ କରିବେ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.