ETV Bharat / bharat

ପେଟିମୁଡି ଭୂସ୍ଖଳନ ମୃତ୍ୟୁ ସଂଖ୍ୟା 28କୁ ବୃଦ୍ଧି - ପେଟିମୁଡି ଭୂସ୍ଖଳନ

ଇଡ୍ଡୁକିରେ ପ୍ରବଳ ପରେ ଭୂସ୍ଖଳନ ଘଟି ମୃତ୍ୟୁ ସଂଖ୍ୟା 28କୁ ବୃଦ୍ଧି ପାଇଛି ।

PEATTIMUDI FOLLOW UP
ପେଟିମୁଡି ଭୂସ୍ଖଳନ ମୃତ୍ୟୁ ସଂଖ୍ୟା 28କୁ ବୃଦ୍ଧି
author img

By

Published : Aug 9, 2020, 4:33 PM IST

ଥିରୁଅନନ୍ତପୁରମ: ପ୍ରବଳ ବର୍ଷା କେରଳ ପାଇଁ ଆଣିଦେଇଛି ଦୁଇଟି ବିପର୍ଯ୍ୟୟ । ଗୋଟିଏ ପଟେ ବର୍ଷା ପରେ ଇଡ୍ଡୁକି ପେଟିମୁଡିରେ ଭୂସ୍ଖଳନ ଅନ୍ୟପଟେ ବିମାନ ଦୁର୍ଘଟଣା । ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତରେ 19 ଜଣଙ୍କ ଜୀବନ ଯାଇଛି । ଇଡ୍ଡୁକରେ ପ୍ରବଳ ପରେ ଭୂସ୍ଖଳନ ଘଟି ମୃତ୍ୟୁ ସଂଖ୍ୟା 28କୁ ବୃଦ୍ଧି ପାଇଛି ।

ବିପର୍ଯ୍ୟୟ ପରିଚାଳନା ଫୋର୍ସ, ଅଗ୍ନିଶମ ବାହିନୀ ଏବଂ ପୋଲିସ ଦ୍ବାରା ଏହି ଅପରେସନ କାର୍ଯ୍ୟ ଜାରି ରହିଛି । ବୁଲଡୋଜର ଏବଂ ଅନ୍ୟାନ୍ୟ ଯନ୍ତ୍ର ବ୍ୟବହାର କରି ମାଟି ତଳୁ ମୃତଦେହଗୁଡିକୁ ଉଦ୍ଧାର କରାଯାଉଛି। ରବିବାର ଅପରେସନ ବେଳେ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି । ଯାହାଫଳରେ ଭୂସ୍ଖଳନ ମୃତ୍ୟୁସଂଖ୍ୟା 28କୁ ବୃଦ୍ଧି ପାଇଛି । ଏପଟେ କେରଳ ମନ୍ତ୍ରୀ କେ ରାଜୁ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ପେଟିମୁଡି ଭୂସ୍ଖଳନ ମୃତ୍ୟୁ ସଂଖ୍ୟା 28କୁ ବୃଦ୍ଧି

ପ୍ରକାଶ ଥାଉକି, ଶୁକ୍ରବାର ଭୋର ସମୟରେ ଇଡ୍ଡୁକ୍କିର ରାଜମଲାଇ ଅଞ୍ଚଳରେ ଟି-ଇଷ୍ଟେଟ କର୍ମଚାରୀଙ୍କ ଏକ ବସତି ଅଞ୍ଚଳରେ ଭୂ-ସ୍କଳନ ହୋଇଥିଲା । ଏଠାରେ ପ୍ରାୟ 84 ଜଣ ରହୁଥିଲେ । ଏହା ମୁନ୍ନାର ହିଲ ରିସୋଟ୍ର ଠାରୁ ପ୍ରାୟ 25 କିମି ଦୂର । ସେପଟେ ସମସ୍ତ ମୃତକଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ 5 ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ ଫାଣ୍ଡିରୁ 2 ଲକ୍ଷ ଓ ଆହତଙ୍କୁ 50 ହଜାର ପ୍ରଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.