ETV Bharat / bharat

ଅନ୍ତର୍ଜାତୀୟ ବିମାନ ସେବାକୁ ଚୀନର ଗ୍ରୀନ ସିଗନାଲ, ପାକିସ୍ତାନ ସମେତ 8ଟି ଦେଶକୁ ମଞ୍ଜୁରୀ

author img

By

Published : Sep 3, 2020, 5:05 PM IST

Updated : Sep 3, 2020, 5:14 PM IST

ଦୀର୍ଘ 6 ମାସ ପରେ ଚୀନରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଅନୁମତି । ପାକିସ୍ତାନ ସମେତ ଆଠଟି ଦେଶରୁ ବିମାନ ଉଡାଣକୁ ମଞ୍ଜୁରୀ ଦିଆଯାଇଛି । ଅଧିକ ପଢନ୍ତୁ...

ଚୀନରେ ଆନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଅନୁମତି, ପାକିସ୍ତାନ ସମେତ 8ଟି ଦେଶରୁ ମଞ୍ଜୁରୀ

ବେଜିଂ: ଦୀର୍ଘ 6 ମାସ ପରେ ଚୀନରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଅନୁମତି । ପାକିସ୍ତାନ ସମେତ ଆଠଟି ଦେଶରୁ ବିମାନ ଉଡାଣକୁ ମଞ୍ଜୁରୀ ଦିଆଯାଇଛି । କୋଭିଡ -19 ର ପ୍ରସାରକୁ ରୋକିବା ପାଇଁ ମାର୍ଚ୍ଚ 23 ରୁ ସହରରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ନିଷେଧ କରାଯାଇଥିଲା । ତେବେ ଗୁରୁବାରଠାରୁ ଚୀନରେ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଅନୁମତି ଦିଆଯାଇଛି ।

ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଚୀନ୍‌ର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ପାକିସ୍ତାନ ସମେତ ଆଠଟି ଦେଶରୁ ଏହି ବିମାନକୁ ଅନୁମୋଦନ କରାଯାଇଛି । ନିର୍ଦ୍ଦେଶ ଅନୁଯାୟୀ ଚୀନ୍‌ର ରାଜଧାନୀ ବେଜିଂ ପାଇଁ ଏହି ପ୍ରତ୍ୟକ୍ଷ ବିମାନ ସେବା ଗୁରୁବାର ଠାରୁ ଆରମ୍ଭ ହେବ । ତେବେ ଏସିଆର ଥାଇଲ୍ୟାଣ୍ଡ, କାମ୍ବୋଡିଆ ଏବଂ ପାକିସ୍ଥାନ, ଗ୍ରୀସ୍, ଡେନମାର୍କ, ଅଷ୍ଟ୍ରିଆ ଏବଂ ସ୍ବିଡେନ ଏବଂ ଉତ୍ତର ଆମେରିକାର କାନାଡାଠାରୁ ବେଜିଂକୁ ବିମାନ ଚଳାଚଳ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି।

ଅନ୍ୟମାନଙ୍କ ତୁଳନାରେ ଏହି ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା କମ୍ ଅଟେ । ଗୁରୁବାର ଦିନ ପ୍ରଥମେ ବିମାନ ଚୀନ୍ କାମ୍ବୋଡିଆର ରାଜଧାନୀ ନମ୍ପେନରୁ ବେଜିଂ ଅଭିମୁଖେ ଯାତ୍ରା କରିବ।

Last Updated : Sep 3, 2020, 5:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.