ETV Bharat / bharat

ଅନନ୍ୟ ମନ୍ଦିର: ଦେବତା ନୁହେଁ, ପୂଜା ପାଏ ଖବରକାଗଜ

author img

By

Published : Dec 10, 2020, 7:18 PM IST

ଛତିଶଗଡର ଧମତରୀ ଜିଲ୍ଲାରେ ଏକ ଅନନ୍ୟ ମନ୍ଦିର ରହିଛି । ଯେଉଁଠି ଠାକୁର ନୁହେଁ ଖବରକାଗଜ ପୂଜା ପାଆନ୍ତି । ତେବେ କାହିଁକି ଏଠାକାର ବାସିନ୍ଦା ଦେବାତାଙ୍କ ଭଳି ଖବରକାଗଜକୁ ପୂଜନ୍ତି ? କଣ ରହିଛି ଏହା ପଛର ବିଶେଷତ୍ବ ? ଜାଣନ୍ତୁ..

ଅନନ୍ୟ ମନ୍ଦିର:  ଦେବତା ନୁହେଁ, ପୂଜା ପାଏ ଖବରକାଗଜ
ଅନନ୍ୟ ମନ୍ଦିର: ଦେବତା ନୁହେଁ, ପୂଜା ପାଏ ଖବରକାଗଜ

ଛତିଶଗଡ: ଧମତରୀ ଜିଲ୍ଲା ମୂଖ୍ୟାଳୟରୁ ପ୍ରାୟ 65 କିଲୋମିଟର ଦୂରରେ ରହିଛି ସଟିୟାରା ଗାଁ । ଏଠାରେ ରହିଛି ଏଭଳି ଏକ ମନ୍ଦିର ଯେଉଁଠି ଭଗବାନଙ୍କୁ ନୁହେଁ, ଖବରକାଗରକୁ ପୂଜା କରାଯାଏ । ଆପଣ ଭାବୁଥିବେ .. ଖବରକାଗଜ ? ଏଥିରେ ଏପରି କଣ ରହିଛି ଯେ, ଏହାକୁ ଏଠାକାର ଲୋକ ପୂଜା କରନ୍ତି । ଏହା ପଛରେ ରହିଛି ଏକ ଇତିହାସ । ଏହି ଖବର କାଗଜ ଥିଲା ଭାରତ ଇତିହାସର ଅବିସ୍ମରଣୀୟ ଦିନ 1947 ଅଗଷ୍ଟ ପନ୍ଦରର । ପ୍ରାୟ ଦେଢ ମାସେ ପରେ ଏହି ଖବରକାଗଜ ପହଞ୍ଚିଥିଲା ଗାଁରେ .. ଏହା ପଢି ନାଚିଥିଲେ ଏଠାକାର ଲୋକେ । ପ୍ରାଣପିଣ୍ଡରେ ସ୍ବାଧୀନତାରେ ଜୀବନ ଭରିଥିବା ଏହି କାଗଜଟିକୁ ସେବେଠୁ ଭଗବାନଙ୍କ ଆଶୀର୍ବାଦ ଭାବି ଏହାକୁ ଯତ୍ନ ସହକାରେ ପୂଜନ୍ତି ଗ୍ରାମବାସୀ ।

ସେହିଭଳି ଦେଶକୁ ସ୍ବାଧୀନ କରିବା ଯାତ୍ରାରେ ମହାତ୍ମାଗାନ୍ଧୀଙ୍କ ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ । ଆଉ ସେହି ମହାମାନବଙ୍କ ଫଟୋକୁ ଛପାଯାଇଥିଲା ଖବରକାଗଜରେ । ଏଥିଯୋଗୁଁ ଏଠାକାର ଲୋକ ଗାନ୍ଧୀଜୀଙ୍କ ମଧ୍ୟ ଏକ ମନ୍ଦିର ଗଢିଲେ । ପ୍ରତିବର୍ଷ ଅଗଷ୍ଟ 15 ଓ ଜାନୁଆରୀ 26 ରେ ଏଠାରେ ମେଳା ଲାଗେ । ଏଠାରେ ଗାନ୍ଧୀ ଜୟନ୍ତୀକୁ ଉତ୍ସବ ଭାବେ ପାଳନ ହୁଏ । ଏପରିକି ଗାଁରୁ ବିସ୍ଥାପିତ ଲୋକ ମଧ୍ୟ ଅନ୍ୟ ଗାଁରେ ବସତି ସ୍ଥାପନ ସହ ଗାନ୍ଧୀ ସଂସ୍ଥା କରିଛନ୍ତି । ଆଉ ସମସ୍ତ ଭଗବାନଙ୍କ ସହ ପୂଜନ୍ତି ଖବରକାଗଜକୁ । ସଟିୟାରା ଗାଁର ନୂଆ ପୀଢିକୁ ସେମାନଙ୍କ ଜେଜେ-ଅଜା ପଢାନ୍ତି ଦେଶଭକ୍ତିର ପାଠ । ଏଠାରେ ସତ୍ୟର ରାସ୍ତା ବାଛିବାକୁ ପଣ ନିଆଯାଉଥିଲା ବେଳେ ମିଥ୍ୟା-ଭୁଲ କାମକୁ କରାଯାଏ ଘୃଣା ।

1947 ମସିହାରେ ଏହି ମନ୍ଦିର ନିର୍ମାଣ ହୋଇଥିଲା । କିନ୍ତୁ ଗଙ୍ଗରେଲ ଡ୍ୟାମ ନିର୍ମାଣ ପରେ ଗାଁ ଜଳମଗ୍ନ ହୋଇଯାଇଥିଲା ଆଉ ଗ୍ରାମବାସୀ ବିସ୍ଥାପିତ ହୋଇଥିଲେ। କିନ୍ତୁ ସେମାନଙ୍କ ଲୋକଙ୍କ ଆସ୍ଥା କମି ନଥିଲା । ପରେ 1990 ରେ ନଦୀ କୂଳରେ ପୁଣି ମନ୍ଦିର ନିର୍ମାଣ ହେଲା । ଏଠାରେ ପ୍ରତିଦିନ ଖବରକାଗଜ ସହିତ ସତ୍ୟ ଏବଂ ଅହିଂସା ପୂଜାରୀ ମହାତ୍ମା ଗାନ୍ଧୀଙ୍କ ପୂଜା ହୁଏ ।

ଏହି ଆଦିବାସୀ ବହୁଳ ଗାଁର ଏହି ସ୍ବତନ୍ତ୍ର ମନ୍ଦିରରେ ଅଗଷ୍ଟ 15 ଓ ଜାନୁଆରୀ 26ରେ ପୂଜା ପାଠ ହୁଏ ବଡ ସେଲିବ୍ରେସନ । ପୂଜା ବିଧିବିଧାନ ଅନୁସାରେ ହୁଏ । ଲୋକ ଖବରକାଗଜକୁ ଧୂପ, ଅଗ୍ରବତୀ ଦେଖାଇ ତିଲକ ଲାଇ ଆଳତୀ କରନ୍ତି । ଏହା ପରେ ପ୍ରସାଦ ବଣ୍ଟନ ହୁଏ । ପୂଜା ପରେ ସାମୂହିକ ଭୋଜନ ମଧ୍ୟ ହୁଏ । ଗ୍ରାମବାସୀଙ୍କ ଅନୁସାରେ ଦେଶକୁ ସ୍ବାଧୀନ କରିବାରେ ମହାତ୍ମାଗାନ୍ଧୀ ଓ ଖବରକାଗଜର ଭୂମିକା ଗୁରୁତ୍ବପୂର୍ଣ୍ଣ ।

ସ୍ବାଧୀନତା ଲଢେଇର ଯୋଦ୍ଧା ଖବରକାଗଜ ଜରିଆରେ ନିଜ କଥା ଲୋକଙ୍କ ପାଖରେ ପହଞ୍ଚାଇଲେ । ଗାନ୍ଧୀଜୀ ହରିଜନ ଓ ୟଙ୍ଗ ଇଣ୍ଡିଆ ନାଁରେ ଖବରକାଗଜ ପ୍ରକାଶନ କରିଥିଲେ । ଏଥିରୁ ଜଣାଯାଏ କି ସ୍ବାଧୀନତାର ଲଢେଇରେ ଖବରକାଗର ଭୂମିକା କେତେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.