ETV Bharat / bharat

ନିତିଶଙ୍କୁ ଅବସର ଦେବେ ବିହାର ଜନତା: ସଞ୍ଜୟ ରାଓ୍ବତ

author img

By

Published : Nov 7, 2020, 4:30 PM IST

ନିତିଶଙ୍କୁ ଅବସର ଦେବାକୁ ଚାହାନ୍ତି ବିହାର ଜନତା । ଆଜି ମତଦାନ ଚାଲିଥିବା ବେଳେ ଏମିତି କିଛି ଟିପ୍ପଣୀ ଦେଇଛନ୍ତି ଶିବସେନା ନେତା ସଞ୍ଜୟ ରାଓ୍ବତ । ପଢନ୍ତୁ ଅଧିକ....

ନିତିଶଙ୍କୁ ଅବସର ଦେବେ ବିହାର ଜନତା: ସଂଞ୍ଜୟ ରାଓ୍ବତ

ମୁମ୍ବାଇ: ବିହାର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଥିବା ବେଳେ ଶିବସେନା ନେତା ସଞ୍ଜୟ ରାଓ୍ବତ ବଡ ଟିପ୍ପଣୀ ଦେଇଛନ୍ତି । ସେ କହିଛନ୍ତି ଯେ ବିହାର ଜନତା ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ତାଙ୍କ ପଦରୁ ଅବସର ଦେବାକୁ ଚାହୁଁଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ନିତିଶ ଜଣେ ବରିଷ୍ଠ ନେତା ଏବଂ ସେ ରାଜନୀତିରେ ଏକ ଲମ୍ବା ଇନିଂଶ ଖେଳିସାରିଛନ୍ତି । ଯଦି ସେ ତାଙ୍କର ଏହା ଶେଷ ନିର୍ବାଚନ ବୋଲି ଘୋଷଣା କରିସାରିଛନ୍ତି ତେବେ ଜନତା ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେବା ଉଚିତ ବୋଲି ସଞ୍ଜୟ କହିଛନ୍ତି ।

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଶନିବାର ଦିନ ରାଜ୍ୟସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି ଓ ସକାଳ 10 ଟା ପର୍ଯ୍ୟନ୍ତ 8.13 ପ୍ରତିଶତ ଭୋଟର ଭୋଟ ଦେଇଥିବା ନିର୍ବାଚନ ଆୟୋଗଙ୍କ ସୂଚନାରୁ ଜଣାପଡିଛି । ଆଜି ଅର୍ଥାତ ଶେଷ ପର୍ଯ୍ୟାୟରେ ରାଜ୍ୟର 16 ଟି ବିଧାନସଭା ପାଇଁ ଭୋଟ ଗ୍ରହଣ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.