ETV Bharat / bharat

ଆସାମ ଚା’ ବଗିଚାରୁ 14 ଫୁଟିଆ କିଙ୍ଗକୋବ୍ରା ଉଦ୍ଧାର - dispur

ଆସାମର ଏକ ଚା ବଗିଚାରୁ କିଙ୍ଗ କୋବ୍ରାକୁ ଉଦ୍ଧାର କଲା ବନ ବିଭାଗ ।

ଫଟୋ ସୌଜନ୍ୟ: ଏଏନଆଇ@ଟ୍ବିଟର
author img

By

Published : Jul 7, 2019, 10:53 PM IST

ଦିଶପୁର: ଦୁନିଆରେ ଅନେକ ପ୍ରଜାତିର ସାପ ରହିଛନ୍ତି । ସେଥିମଧ୍ୟରୁ ସବୁଠାରୁ ଅତ୍ୟଧିକ ବିଷଧର ସାପ ହେଉଛି କିଙ୍ଗ କୋବ୍ରା । ତେବେ ଆସାମର ନୌଗାଁରେ ଥିବା ଜିଆଜୁରୀ ଟି-ଷ୍ଟେଟରେ 14ଫୁଟର ଏକ କିଙ୍ଗ କୋବ୍ରା ଉଦ୍ଧାର କରାଯାଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏକ ଜାତୀୟ ଗଣମାଧ୍ୟମର ସୂଚନାମୁତାବକ, ଜୁଲାଇ 5 ତାରିଖରେ ଏକ ଚା ବଗିଚାରେ କାମ କରୁଥିବା ସମୟରେ କିଛି ଲୋକ ଏହି ସାପକୁ ଦେଖିଥିଲେ । ଏହାପରେ ସେ ବନ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି କିଙ୍ଗ କୋବ୍ରାକୁ ଉଦ୍ଧାର କରି ସୁବଙ୍ଗ ରିଜର୍ଭ ଫରେଷ୍ଟରେ ଛାଡିଦେଇଥିଲେ ।

ତେବେ ଏହି ସାପକୁ ଉଦ୍ଧାର କରିବା ଏତେ ସହଜ ନଥିଲା । ଏହାକୁ ଧରିବା ସମୟରେ ଅନେକ ଥର ଏହା ବୁଲିକି ଚୋଟ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲା । ତେବେ ଏତେ ବଡ ସାପକୁ ଦେଖି ଉକ୍ତ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଥିଲା ।

Intro:Body:

te

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.